ବଡ଼ଦେଉଳ ସାହି ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସଂଶୋଧନ ହେଲା ୧୯ଟି ଖାତାର ୨୯ଟି ପ୍ଲଟ୍‌ର ରେକର୍ଡ ଅଫ୍ ରାଇଟ୍ସ (ROR)

ଭୁବନେଶ୍ୱର: ପୁରୀ ତହସିଲ ଅନ୍ତର୍ଗତ ବଡ଼ଦେଉଳ ସାହି ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ୧୯୯୭ ମସିହାରୁ ବିଚାରାଧୀନ ଥିବା ଏକ ଆବେଟମେଣ୍ଟ (Abatement) ମାମଲାର ନିଷ୍ପତ୍ତି କରାଯାଇ ଜମିର ରେକର୍ଡ ଅଫ୍ ରାଇଟ୍ସ (ROR) ସଂଶୋଧନ କରାଯାଇଛି। ଏହାଦ୍ୱାରା ବ୍ୟକ୍ତିବିଶେଷଙ୍କ ନାମରେ ରେକର୍ଡଭୁକ୍ତ ଥିବା ମୋଟ ୦.୧୧୫ ଏକର ଜମିର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ଶ୍ରୀକ୍ଷେତ୍ର ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ପୁରୀ ନାମରେ ସଂଶୋଧିତ ହୋଇଛି।…

ଭବିଷ୍ୟତର ଆଞ୍ଚଳିକ ପରିବହନ ବ୍ୟବସ୍ଥାର ଯୋଜନା ପ୍ରସ୍ତୁତିରେ ନାଗରିକଙ୍କ ମତାମତ ଓ ଅଂଶଗ୍ରହଣକୁ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ “ଗତିଶୀଳ ଓଡିଶା” ଅଭିଯାନ ଅଧୀନରେ ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଆର୍ଥିକ ଅଞ୍ଚଳ (ବିକେପିପିଇଆର) ପାଇଁ ସମନ୍ୱିତ ଆଞ୍ଚଳିକ ଗମନାଗମନ ଯୋଜନା ପ୍ରସ୍ତୁତି ନିମନ୍ତେ ଆସନ୍ତା ନଭେମ୍ବର ୨୩, ୨୦୨୬ରୁ ଏକ ବ୍ୟାପକ ଘରୋଇ ଯାତ୍ରା ସର୍ବେକ୍ଷଣ ଆରମ୍ଭ କରାଯିବ। ଏହି ସର୍ବେକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଞ୍ଚଳବାସୀଙ୍କ ଦୈନନ୍ଦିନ ଯାତାୟାତର ଆବଶ୍ୟକତା, ଯାତ୍ରାର ଧାରା ଏବଂ ଗମନାଗମନ ସମ୍ପର୍କିତ ସମସ୍ୟାଗୁଡ଼ିକୁ ବୁଝିବା। ଏଥିରୁ ମିଳିବାକୁ ଥିବା ତଥ୍ୟ…

ଏମ୍‌ଏସ୍‌ଏମ୍‌ଇ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକୁ ପର୍ଯ୍ୟାପ୍ତ ଋଣ ସହାୟତା ଯୋଗାଇଦେବାକୁ ବ୍ୟାଙ୍କଗୁଡ଼ିକୁ  ପରାମର୍ଶ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏବଂ ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରାଜେନ୍ଦ୍ର କୁମାର ସାବୁଙ୍କ ଉପସ୍ଥିତିରେ ଭୁବନେଶ୍ବର ଠାରେ ୧୮୫ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (SLBC) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ରିକ୍-ଆଣ୍ଡ୍-ମୋର୍ଟାର (Brick-and-Mortar) ଶାଖା ଖୋଲି ବ୍ୟାଙ୍କିଙ୍ଗ ସେବାର ପରିସର ବୃଦ୍ଧି କରିବା ପାଇଁ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହ ସମସ୍ତ ବ୍ୟାଙ୍କଗୁଡ଼ିକୁ ଆହ୍ଵାନ କରିଛନ୍ତି। MSME, କୃଷି ଏବଂ…

ଅଡିଟ୍ ରିପୋର୍ଟ ସରକାରଙ୍କ ଆର୍ଥିକ ସ୍ୱାସ୍ଥ୍ୟର ପ୍ରତିଫଳନ : ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ ଷଷ୍ଠ ଅଡିଟ୍ ସପ୍ତାହ ୨୦୨୬ର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଲେଖା ଓ ଅଡିଟ୍ ବିଭାଗ ପକ୍ଷରୁ ଆୟୋଜିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ନଭେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବl   ଏହି ଉଦ୍‌ଘାଟନୀ ସମାରୋହରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଡିଟ୍‌ର ଗୁରୁତ୍ୱ ଓ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅଡିଟ୍ ରିପୋର୍ଟ…

ଆଗ୍ରି-ଫଟୋଭୋଲ୍ଟାଇକ୍ସ ନୀତି ଏବଂ ପାଇଲଟ୍ ପ୍ରକଳ୍ପ ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ପ୍ରସ୍ତାବିତ ଆଗ୍ରି-ଫଟୋଭୋଲ୍ଟାଇକ୍ସ (Agri-PV) ନୀତି ଏବଂ ଆଗାମୀ ପାଇଲଟ୍ ପ୍ରକଳ୍ପଗୁଡ଼ିକ ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ଜମିର ଉତ୍ପାଦକତା ବୃଦ୍ଧି କରିବା, ଜଳବାୟୁ ସହନଶୀଳତାକୁ ସୁଦୃଢ଼ କରିବା ଏବଂ ଚାଷୀମାନଙ୍କ ପାଇଁ ଅତିରିକ୍ତ ଆୟର ପନ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୌରଶକ୍ତି ଉତ୍ପାଦନକୁ ନିରନ୍ତର କୃଷି ପଦ୍ଧତି ସହିତ ସମନ୍ୱିତ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ସମୁଦାୟ ମହଙ୍ଗା ଭତ୍ତା ୬୦ ରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬୦ ପ୍ରତିଶତରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜୁଲାଇ ପହିଲା ୨୦୨୬ରୁ ପିଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ନଭେମ୍ବର ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ…

ଏସ୍‌ଏଚ୍‌ଜିଙ୍କୁ ୩୨୯ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା; ୨୦,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ସଶକ୍ତୀକରଣ, ଉଦ୍ୟୋଗ ବିକାଶ ଓ ସ୍ଥାୟୀ ଜୀବିକା ସୃଷ୍ଟିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩,୨୬,୩୬୬ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୪୭.୩୪ କୋଟି ଟଙ୍କାର ସୁଧ ଫେରସ୍ତ ସହାୟତା ପ୍ରଦାନ କରାଯାଇଛି। ଏଥିସହ ୨୭ଟି ଜିଲ୍ଲାର ୮,୯୨୭ଟି ସ୍ୱୟଂ…

ଓଡ଼ିଶାର ଚିଠା ସହରାଞ୍ଚଳ ପାର୍କିଂ ନୀତି-୨୦୨୬ ପ୍ରକାଶ: ଯାନବାହନ ଭିଡ଼ ହ୍ରାସ, ଫୁଟପାଥକୁ ଅବରୋଧମୁକ୍ତ ରଖିବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୂଆ ସହରାଞ୍ଚଳ ପାର୍କିଂ ନୀତି-୨୦୨୬ର ଚିଠା ପ୍ରକାଶ କରାଯାଇଛି। ଏହାକୁ ବିଭାଗର ଅଫିସିଆଲ୍ ୱେବସାଇଟ୍ https://urban.odisha.gov.in/en ରେ ପ୍ରକାଶ କରାଯାଇଛି। ସହରାଞ୍ଚଳରେ ଯାନବାହନ ଭିଡ଼ ହ୍ରାସ କରିବା, ଫୁଟପାଥକୁ ଅବରୋଧମୁକ୍ତ ରଖିବା ଏବଂ ରାସ୍ତାରେ ଯାତାୟାତକୁ ଅଧିକ ସୁଗମ କରିବା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ। ଏହି ନୀତି ଅନୁଯାୟୀ, ସହରାଞ୍ଚଳର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ନିଜ ନିଜ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ…

ବାତ୍ୟା ‘ଅକଭାନ’ (AKVAN) ପାଇଁ ପ୍ରସ୍ତୁତି: ୮ଟି ଜିଲ୍ଲାରେ ୮୭ଟି ସମ୍ବେଦନଶୀଳ ବ୍ଲକ୍ ଏବଂ ୧,୯୦୨ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଦକ୍ଷିଣ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ’୧୭ ନଭେମ୍ବର ୨୦୨୬ ସକାଳ ୮:୩୦ ସୁଦ୍ଧା ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୭୯୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହି ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଏହା ୧୭ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଏକ ‘ଭୀଷଣ ବାତ୍ୟା’ (Severe Cyclonic Storm) ଏବଂ ୧୯ ନଭେମ୍ବର ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାରେ…

DILRMP 3.0ର କାର୍ଯ୍ୟାନ୍ୱୟନ, NGDRS ଆପଣାଇବା ଓ ରାଜସ୍ୱ ପ୍ରଶାସନର ଆଧୁନିକୀକରଣ ନେଇ ଉଚ୍ଚସ୍ତରୀୟ ଆଲୋଚନା

ଭୁବନେଶ୍ବର: ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନସ୍ଥ ଭୂମି ସଂସାଧନ ବିଭାଗର ଯୁଗ୍ମ ସଚିବ ପି. ନରହରି ଓଡ଼ିଶାର ରାଜସ୍ୱ ବିଭାଗ ପରିଦର୍ଶନରେ ଆସି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇଥିଲେ। ଏହି ବୈଠକରେ ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ୍ ମଡର୍ଣ୍ଣାଇଜେସନ୍ ପ୍ରୋଗ୍ରାମ୍ (DILRMP) ୩.୦ର ସଫଳ କାର୍ଯ୍ୟାନ୍ୱୟନ, ନ୍ୟାସନାଲ୍ ଜେନେରିକ୍ ଡକ୍ୟୁମେଣ୍ଟ ରେଜିଷ୍ଟ୍ରେସନ୍…