୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ-୨୦୨୬ରେ ରାଜ୍ୟ ବର୍ଗରେ ଓଡ଼ିଶା ଜଳ ସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର
ନୂଆଦିଲ୍ଲୀ/ଭୁବନେଶ୍ୱର: ୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ (ଆଇଆଇଡବ୍ଲ୍ୟୁଡବ୍ଲ୍ୟୁ) ୨୦୨୬ରେ ରାଜ୍ୟ ବର୍ଗରେ ଓଡ଼ିଶା ଜଳ ସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ‘ଜଳବାୟୁ ସହନଶୀଳ ଜଳ ପରିଚାଳନା’ବିଷୟବସ୍ତୁ ଉପରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସହଯୋଗୀ ରାଜ୍ୟ ଭାବେ ଅଂଶଗ୍ରହଣ କରିଥିଲା। ଓଡ଼ିଶା ପାଭିଲିୟନ୍ରେ ଜଳ ସଂରକ୍ଷଣ ଓ ବଣ୍ଟନ, ଜଳର ଦକ୍ଷ ବ୍ୟବହାର, କୃଷି ନବସୃଜନ ଏବଂ ସ୍ଥାନୀୟ ସମୁଦାୟର ଅଂଶଗ୍ରହଣକୁ ଏକୀକୃତ କରି ରାଜ୍ୟର ଜଳ ପରିଚାଳନା…


