ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା, ଆଶ୍ରିତଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ

ରାୟଗଡା | ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ଏବଂ ଏହାର ପ୍ରଭାବରେ ସୃଷ୍ଟି ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାୟଗଡ ଜିଲ୍ଲାର ପଦ୍ମପୁର ବ୍ଲକ ଗସ୍ତ କରି ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଜୟପଙ୍ଗା ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ଏଠାରେ ମୁଟୁକୁଣି ଗ୍ରାମରୁ ସ୍ଥାନାନ୍ତରିତ ହୋଇ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ…

ବାତ୍ୟା ମୁକାବିଲା ତଦାରଖ ଦାୟିତ୍ୱରେ ଥିବା ମନ୍ତ୍ରୀମାନଙ୍କ ସହିତ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ କଥା ହେଲେ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ହାସଲରେ ଆମେ ସଫଳ ହୋଇଛୁ। ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ ହାନୀର ସୂଚନା ନାହିଁ। ସ୍ୱତନ୍ତ୍ର ରିଲଫ୍‌ କମିଶନରଙ୍କ କଣ୍ଟୋଲ୍‌ ରୁମ୍‌ରେ ବାତ୍ୟା ‘ଅର୍ଣ୍ଣବ’ ପରିଚାଳନାର ସମୀକ୍ଷା କରିବା ପରେ ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ସରକାର ମଧ୍ୟ ଆନ୍ଧ୍ର ସରକାରଙ୍କ ସହିତ ଯୋଗାଯୋଗରେ ଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ SRCଙ୍କ କଣ୍ଟ୍ରୋଲ୍‌ ରୁମ୍‌ରେ ବାତ୍ୟା ଅର୍ଣ୍ଣବ’ର…

ବାତ୍ୟା ମୁକାବିଲା ପାଇଁ  ଜ୍ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ପ୍ରସ୍ତୁତି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନସ୍ଥିତ ଏସଇଓସି (SEOC) କନଫରେନ୍ସ ହଲରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର…

ବିକଶିତ ଭାରତ-୨୦୪୭ ପାଇଁ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର:  ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ହାସଲ ଦିଗରେ ସହରାଞ୍ଚଳ ପ୍ରଶାସନ, ନଗର ଯୋଜନା ଓ ଜନସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବିଭିନ୍ନ କାର୍ଯ୍ୟକାରୀ ପରାମର୍ଶ ସହ ଜାତୀୟ ସହରାଞ୍ଚଳ ସମ୍ମିଳନୀ-୨୦୨୬ ଭୁବନେଶ୍ୱରଠାରେ ଉଦ୍‌ଯାପିତ ହୋଇଯାଇଛି। ଏହି ସମାରୋହରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ, ଓଡ଼ିଶାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର, ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା, ଭାରତ ସରକାରଙ୍କ…

ଗ୍ରାମୀଣ ଉଦ୍ୟୋଗ ଓ ବଜାର ସଂଯୋଗ କ୍ଷେତ୍ରରେ ଦୂରଦର୍ଶୀ ନେତୃତ୍ୱ ଏବଂ ବିଶ୍ୱ ଚାଉଳ ଶିଳ୍ପ ପ୍ରତି ଅବଦାନ ପାଇଁ ଓରମାସ୍‌ ସମ୍ମାନିତ

ନୂଆଦିଲ୍ଲୀ / ଭୁବନେଶ୍ୱର: ଓଡ଼ିଶାର ଗ୍ରାମୀଣ ଉଦ୍ୟୋଗକୁ ସୁଦୃଢ଼ କରିବା, ଉତ୍ପାଦକଙ୍କୁ ବଜାର ସହ ଯୋଡ଼ିବା ଏବଂ ରାଜ୍ୟର ପାରମ୍ପରିକ କୃଷିଜାତ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍‌)କୁ BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬ ପ୍ରଦାନ କରାଯାଇଛି। ଗ୍ରାମୀଣ ଉଦ୍ୟୋଗ ଓ ବଜାର ସଂଯୋଗ କ୍ଷେତ୍ରରେ ଦୂରଦର୍ଶୀ ନେତୃତ୍ୱ ଏବଂ ବିଶ୍ୱ ଚାଉଳ ଶିଳ୍ପ ପ୍ରତି ଉତ୍କୃଷ୍ଟ ଅବଦାନ ପାଇଁ ଓରମାସ୍‌କୁ ଏହି…

‘ବନ୍ଧୁ’ଯୋଜନା, ନୀତିଗତ ସଂସ୍କାର ଓ ଅଭିନବ ଗୃହନିର୍ମାଣ ମଡେଲ୍‌ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ସହରାଞ୍ଚଳରେ ଗୃହର ଚାହିଦା ଓ ଯୋଗାଣ ମଧ୍ୟରେ ଥିବା ବ୍ୟବଧାନ ଦୂର କରିବା ସହ ସମସ୍ତଙ୍କ ପାଇଁ ସୁଲଭ ଗୃହ ଉପଲବ୍ଧ କରାଇବା ଦିଗରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଦ୍ୱିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀ-୨୦୨୬ରେ ଉପସ୍ଥାପିତ ହୋଇଛି। ଭୁବନେଶ୍ୱରଠାରେ ଆୟୋଜିତ ‘ସୁଲଭ ଗୃହନିର୍ମାଣ–ଚାହିଦା ଓ ଯୋଗାଣର ଗତିଶୀଳତା’ଶୀର୍ଷକ ଅଧିବେଶନରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ରାଜ୍ୟର ସମନ୍ୱିତ ଗୃହନିର୍ମାଣ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ…

କୃଷି ଅଧିକାରୀଙ୍କ ଅକ୍ଟୋବର ୨୪ ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଛୁଟି ବାତିଲ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ଅବପାତ ଜନିତ ମାତ୍ରାଧିକ ବୃଷ୍ଟିପାତର ପରିଚାଳନା ସମୀକ୍ଷା ଆଜି କୃଷି ଭବନ ସ୍ଥିତ କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟ କାର୍ଯ୍ୟାଳୟରେ ନିଶ୍ଚିତ ଭାବେ ଉପସ୍ଥିତ ରହି ଏହି ଦୁର୍ଦ୍ଦିନରେ ଚାଷୀଭାଇମାନଙ୍କ ପାଖରେ ଠିଆ ହେବାକୁ ପରାମର୍ଶ ଦେଇଛନ୍ତି। ଏବେ ଫସଲ ଅମଳ ସମୟ ହୋଇଥିବାରୁ…

୬୦ଟି ଓଡ୍ରାଫ୍, ୧୭ଟି NDRF, 225ଟି ଅଗ୍ନିଶମ ଦଳ ପ୍ରସ୍ତୁତ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି, ଏଥର ମଧ୍ୟ ଆମ ଜିରୋ କାଜୁଆଲ୍‌ଟି ହାସଲ କରିବୁ। ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବନ୍ୟା ଓ ବାତ୍ୟା ମୁକାବିଲାରେ ଆମର ପୂର୍ବରୁ ଅଭିଜ୍ଞତା ରହିଛି। ବାତ୍ୟା ଦାନା ଓ ମୋନ୍ଥା’ର ସଫଳ ମୁକାବିଲା କରାଯାଇଥିଲା। ଏହା ସହିତ ଅନେକ ବନ୍ୟା ପରିସ୍ଥିତିର…

ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ, ୫୦୦ ବିଲିଅନ୍ ଡଲାର୍ ଅର୍ଥନୀତି ସହ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ। ବର୍ତ୍ତମାନ ଓଡ଼ିଶାର ସହରୀକରଣ ୧୭ ପ୍ରତିଶତ ଥିବା ବେଳେ ୨୦୩୬ ସୁଦ୍ଧା ଏହାକୁ ୪୦ ପ୍ରତିଶତକୁ ବୃଦ୍ଧି ହେବ। ଏଥିପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ଓ ଆଧୁନିକ ସଂସ୍ଥାର ନିର୍ମାଣ  ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଭୁବନେଶ୍ୱରଠାରେ ଆୟୋଜିତ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନସ୍ଥିତ ଏସଇଓସି (SEOC) କନଫରେନ୍ସ ହଲରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ…