‘ସେବା ସେତୁ’, ମେଗା ବୃକ୍ଷରୋପଣ ଓ ‘ସ୍ୱଚ୍ଛତା ହି ସେବା’ ପ୍ରସ୍ତୁତିର ସମୀକ୍ଷା
ଭୁବନେଶ୍ୱର: ‘ସେବା ସଂକଳ୍ପ’ ଅଭିଯାନର ପ୍ରସ୍ତୁତି ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସରକାରୀ ଯୋଜନା ଓ ସେବାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ‘ସେବା ସେତୁ’, ‘ଏକ ପେଡ୍ ମା’ କେ ନାମ’ ଅଧୀନରେ ମେଗା ବୃକ୍ଷରୋପଣ ଏବଂ ‘ସ୍ୱଚ୍ଛତା ହି ସେବା ୨୦୨୬’ ପାଇଁ ପ୍ରସ୍ତୁତି ସମୀକ୍ଷା କରାଯିବା ସହ ତୃଣମୂଳସ୍ତରରେ…


