ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ଓଡ଼ିଶା ରାଜ୍ୟ ଶାଖା ରେଡକ୍ରସ ପକ୍ଷରୁ ରିଲିଫ ସହାୟତା
ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପହଞ୍ଚାଇବା ଲକ୍ଷ୍ୟରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା (IRCS-OSB) ପକ୍ଷରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ପାଇଁ ପ୍ରଦତ୍ତ ରିଲିଫ ସାମଗ୍ରୀକୁ ମଙ୍ଗଳବାର ଦିନ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଲୋକଭବନରୁ ପଠାଇଛନ୍ତି। ଏହି ରିଲିଫ ସାମଗ୍ରୀରେ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକର ତୁରନ୍ତ ଆବଶ୍ୟକତା ପୂରଣ ପାଇଁ ତାରପୋଲିନ୍ ଓ ପୌଷ୍ଟିକ ଶୁଖିଲା ଖାଦ୍ୟ ପ୍ୟାକେଟ ରହିଛି। ରେଡକ୍ରସ୍ର ମାନବିକ ସେବା କାର୍ଯ୍ୟକୁ…


