ଆଗ୍ରି-ଫଟୋଭୋଲ୍ଟାଇକ୍ସ ନୀତି ଏବଂ ପାଇଲଟ୍ ପ୍ରକଳ୍ପ ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ପ୍ରସ୍ତାବିତ ଆଗ୍ରି-ଫଟୋଭୋଲ୍ଟାଇକ୍ସ (Agri-PV) ନୀତି ଏବଂ ଆଗାମୀ ପାଇଲଟ୍ ପ୍ରକଳ୍ପଗୁଡ଼ିକ ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ଜମିର ଉତ୍ପାଦକତା ବୃଦ୍ଧି କରିବା, ଜଳବାୟୁ ସହନଶୀଳତାକୁ ସୁଦୃଢ଼ କରିବା ଏବଂ ଚାଷୀମାନଙ୍କ ପାଇଁ ଅତିରିକ୍ତ ଆୟର ପନ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୌରଶକ୍ତି ଉତ୍ପାଦନକୁ ନିରନ୍ତର କୃଷି ପଦ୍ଧତି ସହିତ ସମନ୍ୱିତ…


