ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଉଦ୍ୟମିତା, ବୈଷୟିକ ଦକ୍ଷତା ବିକାଶ ଏବଂ ଗ୍ରାମୀଣ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ସଚେତନତା

ଭୁବନେଶ୍ୱର: ଶିକ୍ଷକ ଦିବସର ପବିତ୍ର ଅବସରରେ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏକ ବୃହତ୍ ଉଦ୍ୟାନ କୃଷି ସଚେତନତା ଓ ପ୍ରସାର କାର୍ଯ୍ୟକ୍ରମ (Horticulture Outreach Programme) ସଫଳତାର ସହ ଆୟୋଜିତ ହୋଇଯାଇଛି। ଯୁବପିଢ଼ିଙ୍କୁ ବ୍ୟବହାରିକ ବୈଷୟିକ ଜ୍ଞାନକୌଶଳ ଏବଂ ଆତ୍ମନିଯୁକ୍ତି କ୍ଷେତ୍ରରେ ସକ୍ଷମ କରିବା ଲକ୍ଷ୍ୟରେ ଆୟୋଜିତ ଏହି ଅଭିଯାନରେ ୨୨୦ରୁ ଅଧିକ ମହାବିଦ୍ୟାଳୟର ୨୬,୯୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ଷେତ୍ର ସ୍ତରୀୟ…

ଉଚ୍ଚ ଶିକ୍ଷାନୁଷ୍ଠାନରେ ସୁଦୃଢ଼ ହେବ ଷ୍ଟାର୍ଟଅପ୍ ଓ ଏଣ୍ଟ୍ରପ୍ରିନ୍ୟୁରସିପ୍ ଇକୋସିଷ୍ଟମ୍‌

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଏବଂ ସିଏସଆର ବକ୍ସ, ନନ୍ଦୀ ଫାଉଣ୍ଡେସନ ଏବଂ ଓକେସିଏଲ ଆଦି ଅନୁଷ୍ଠାନ ମଧ୍ୟରେ ୩ଟି ବୁଝାମଣା ପତ୍ର ସ୍ଵାକ୍ଷରିତ କରିଛି। ଏଥିସହ ନାସକମ୍ ସହାଭାଗିତାରେ ‘ଏଆଇ କୋର୍ସ ଫର୍ ଅଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୪୦ଜଣ ଅଧ୍ୟାପକଙ୍କୁ ଇଡିଆଇଆଇ, ଅହମଦାବାଦ ଅନୁଷ୍ଠାନକୁ ଏକ୍ସପୋଜର ଭିଜିଟ୍ ପାଇଁ ପଠାଇବା, ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଓ ଶିକ୍ଷକଙ୍କର କାର୍ଯ୍ୟ ଦକ୍ଷତା ପାଇଁ  ‘ଆକାଡେମିକ୍ ପରଫରମାନ୍ସ ଆସେସମେଣ୍ଟ ପୋର୍ଟାଲ’ ଏବଂ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ…

ଉପକୂଳ ଅବକ୍ଷୟରୁ ସୁରକ୍ଷା, ପରିବେଶ ପୁନରୁଦ୍ଧାର ଓ ନୀଳ ଅର୍ଥନୀତିକୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର: ଓଡ଼ିଶାର ଉପକୂଳ ଅଞ୍ଚଳକୁ ଅବକ୍ଷୟରୁ ସୁରକ୍ଷା, ଜଳବାୟୁ ପରିବର୍ତ୍ତନଜନିତ ବିପଦର ମୁକାବିଲା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥାୟୀ ଆର୍ଥିକ ବିକାଶକୁ ଅଧିକ ସୁଦୃଢ଼ କରିବା ନେଇ Adaptive Resilience Investment in Coastal Systems on Economics (ARISE) Project ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହି ବୈଠକରେ ଅଧ୍ୟକ୍ଷତା କରି ଉପକୂଳବର୍ତ୍ତୀ ଅଞ୍ଚଳକୁ ଅବକ୍ଷୟରୁ ସୁରକ୍ଷା ତଥା…

ଗ୍ରାମୀଣ ଡାକ ସେବକ କୃଷକ ପଞ୍ଜିକରଣ ଏବଂ କୃଷକ ଆଇଡି ପ୍ରସ୍ତୁତିରେ ସହାୟତା କରିବେ 

ଭୁବନେଶ୍ୱର: ଜ୍ୟର ଚାଷୀମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୬ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଡିଜିଟାଲ୍ କୃଷି, ଉନ୍ନତ ବିହନ, ଜଳବାୟୁ ସହନଶୀଳତା ଏବଂ ପୋଷଣ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଡାକ ବିଭାଗ (ଓଡ଼ିଶା ସର୍କଲ), ଇକ୍ରିସାଟ୍ (ICRISAT) ଏବଂ ଏମ୍. ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ (MSSRF) ସହିତ ଏହି ବୁଝାମଣା ପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ…

NWA, ICAR-IIWM ଓ OCCL ସହ ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶାରେ ଜଳ ସମ୍ପଦ ପରିଚାଳନାକୁ ଅଧିକ ବୈଜ୍ଞାନିକ, ପ୍ରଯୁକ୍ତିଭିତ୍ତିକ ଓ ଦକ୍ଷ କରିବା ସହ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ବାଲ୍‌ମି)କୁ ଏକ ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ଉଦ୍ଦେଶ୍ୟରେ ବାଲ୍‌ମି ପକ୍ଷରୁ ଜାତୀୟ ଜଳ ଏକାଡେମୀ (ଏନଡବ୍ଲ୍ୟୁଏ), ପୁଣେ, ଆଇସିଏଆର୍–ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍), ଭୁବନେଶ୍ୱର ଏବଂ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ୍)ଙ୍କ ସହ ୩ଟି ବୁଝାମଣାପତ୍ର…

ରାଜ୍ୟରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ ବୈଜ୍ଞାନିକ ଗବେଷଣା ଓ ଏ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକଳ୍ପ ଉପରେ ରାଜ୍ୟ ସରକାର ଯଥେଷ୍ଟ ଧ୍ୟାନ ଦେବା ସହ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନଭିତ୍ତିକ ଅନିସନ୍ଧିଚ୍ଛୁ ଜାଗ୍ରତ କରିବା ଉପରେ କାର୍ଯ୍ୟ କରୁଛନ୍ତି। ରାଜ୍ୟରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଶର ହିତରେ ଯେଭଳି ଲାଗିବ, ସେଥି ପ୍ରତି ସରକାର ଯତ୍ନବାନ ଅଛନ୍ତି ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ…

ଜଳବାୟୁ ସହନୀୟ ଧାନ ଚାଷ ପଦ୍ଧତି, କୃଷି ଅଭିବୃଦ୍ଧି ଓ ନବସୃଜନ ଉପରେ ଆଲୋଚନା

ବାରଣାସୀ/ ଭୁବନେଶ୍ୱର: ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ନିଭୃତ୍ତି ଲକ୍ଷ୍ୟରାଜ ମେୱାରଙ୍କ ସହ ଅଗଷ୍ଟ ୨୦ ତାରିଖରେ ବାରାଣାସୀସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ଆଞ୍ଚଳିକ କେନ୍ଦ୍ର (ଆଇଏସଏଆରସି) ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଆଇଏସଏଆରସିର ଗବେଷଣା, ନବସୃଜନ ଏବଂ ବୈଷୟିକ ଜ୍ଞାନକୌଶଳ ଯାହା ସ୍ଥାୟୀ ଓ ସହନଶୀଳ ଧାନ ଆଧାରିତ କୃଷି-ଖାଦ୍ୟ ପ୍ରଣାଳୀକୁ…

ଆମ ସାଥୀ ହ୍ୱାଟସଆପ୍ ଚାଟବଟରେ ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥାର ଶୁଭ ଲୋକାର୍ପଣ

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ‘ଆମ ସାଥୀ ହ୍ୱାଟସଆପ୍ ଚାଟବଟ’ ମାଧ୍ୟମରେ ‘ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥା’ର ଶୁଭ ଲୋକାର୍ପଣ କରିଛନ୍ତି l ଏହି ବ୍ୟବସ୍ଥା ଦ୍ଵାରା ରାଜସ୍ୱ ସେବା ଜନସାଧାରଣଙ୍କ ଆହୁରି ନିକଟତର ହେବା ସହ ସ୍ଵଚ୍ଛ, ପାରଦର୍ଶୀ ତଥା ଉତ୍ତରଦାୟୀ ରାଜସ୍ୱ ପ୍ରଶାସନ ସୁନିଶ୍ଚିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ମତପ୍ରକାଶ କରିଛନ୍ତି l ଏହି ନୂତନ ବ୍ୟବସ୍ଥାର ଲୋକାର୍ପଣ କରି ମନ୍ତ୍ରୀ…

ବିଭାଗୱାରୀ ପ୍ରତ୍ୟେକ ସେବା ଏବଂ ସଂସ୍କାରରେ ରହିଥିବା ବିଭିନ୍ନ ଅଭାବଗୁଡ଼ିକର ସମୀକ୍ଷା

ଭୁବନେଶ୍ୱର : ମୁଖ୍ୟଶାସନ, ଓଡ଼ିଶା ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବ୍ୟବସାୟିକ ସଂସ୍କାର କାର୍ୟ୍ୟ ଯୋଜନା (ବିଆରଏପି) ୨୦୨୬ ଏବଂ ଜିଲ୍ଲା ବ୍ୟବସାୟିକ ସଂସ୍କାର କାର୍ୟ୍ୟ ଯୋଜନା (ଡିବିଆରଏପି) -୨୦୨୫-୨୬ ଅଧୀନରେ ସଂସ୍କାରଗୁଡ଼ିକର କାର୍ୟ୍ୟାନ୍ୱୟନ ସ୍ଥିତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ମାନଦଣ୍ଡ ପାଳନ ପାଇଁ ଆବଶ୍ୟକ ସୂଚନା ପ୍ରଯୁକ୍ତି ଭିତ୍ତିକ ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା…

ଗୁଜରାଟର ସେମିକଣ୍ଡକ୍ଟର ଫ୍ୟାସିଲିଟି କେନ୍ଦ୍ର ପରିଦର୍ଶନ କଲେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଏକ ସୁଦୃଢ଼, ସ୍ଥାୟୀ ଓ ଆତ୍ମନିର୍ଭର ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ ଗଠନ ଲକ୍ଷ୍ୟରେ ଗୁଜରାଟର ସାନନ୍ଦସ୍ଥିତ ସିଜି ସେମି ସେମିକଣ୍ଡକ୍ଟର ଫ୍ୟାସିଲିଟି ପରିଦର୍ଶନ କରିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ  ଡ଼ ମୁକେଶ ମହାଲିଙ୍ଗ। ମନ୍ତ୍ରୀ ଏହି ଅବସରରେ ଫ୍ୟାସିଲିଟିର ବିଭିନ୍ନ ବ୍ୟବସ୍ଥା ଓ କାର୍ଯ୍ୟପ୍ରଣାଳୀକୁ ନିକଟରୁ ଅନୁଧ୍ୟାନ କରିବା ସହ ସିଜି ସେମିର ଫ୍ୟାସିଲିଟିର  ନେତୃବୃନ୍ଦ ଓ ବିଶେଷଜ୍ଞମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଶିଳ୍ପ, ମାନବ…