ଯୁବ ଉଦ୍ୟୋଗୀ ଓ ନବସୃଜନକାରୀଙ୍କ ଅନନ୍ୟ ପ୍ରତିଭାକୁ ବିକଶିତ କରିବାରେ ‘ଓଡ଼ିଶା ଷ୍ଟାର୍ଟଅପ୍‌ ନୀତି’ପ୍ରମୁଖ ଭୂମିକା ଗ୍ରହଣ କରୁଛି

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ‘ଷ୍ଟାର୍ଟଅପ୍ ଓଡ଼ିଶା’ସହଯୋଗରେ ଆଗକୁ ବଢ଼ୁଥିବା ତିନିଟି ଷ୍ଟାର୍ଟଅପ୍‌ ଶୁକ୍ରବାର ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ଭାଗନେଇ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କରିଛନ୍ତି। ଏହି ସୁଯୋଗ ପାଇଥିବା ଉଦ୍ୟୋଗଗୁଡ଼ିକ ମଧ୍ୟରେ ରହିଛି ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ, ନ୍ୟୁରୁପ୍ ଟେକ୍ ସଲ୍ୟୁସନ୍ସ ଏବଂ ଅର୍ବାନ୍-ହାଇଫି ବାୟୋସାଇନ୍ସ। ଏହି ନବସୃଜନ ଅଧାରିତ ଷ୍ଟାର୍ଟଅପ୍‌ ଉଦ୍ୟୋଗର…

‘ଆର୍ମି ଏୟାର ଡିଫେନ୍ସ କଲେଜ ଦେଶର ପ୍ରମୁଖ ପ୍ରତିରକ୍ଷା ତାଲିମ ପ୍ରତିଷ୍ଠାନ’

ଭୁବନେଶ୍ୱର: ପ୍ରତିରକ୍ଷା ଗବେଷଣା, ନବସୃଜନ ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଓ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ଅଧିକ ସମନ୍ୱୟ ଓ ଆବଶ୍ୟକତା ଉପରେ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତିI ଶୁକ୍ରବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍‌ରେ ଆୟୋଜିତ ଏକ ବୈଠକର ଅଧ୍ୟକ୍ଷତା କରି ରାଜ୍ୟପାଳ ଆର୍ମି ଏୟାର ଡିଫେନ୍ସ କଲେଜ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ସମୀକ୍ଷା…

ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଶିକ୍ଷା କ୍ଷେତ୍ର ବୈଠକମାଳାରେ ୧୧ଟି ବ୍ରିକ୍ସ ସଦସ୍ୟ ଦେଶର ୮ ଶିକ୍ଷାମନ୍ତ୍ରୀଙ୍କ ସହ  ୪୦ ଜଣ ବରିଷ୍ଠ ପଦାଧିକାରୀ ଅଂଶଗ୍ରହଣ କରିବେ

ଭୁବନେଶ୍ୱର: ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଶିକ୍ଷାକ୍ଷେତ୍ର ବୈଠକମାଳା ( ବ୍ରିକ୍ସ ଇଣ୍ଡିଆ ଚେୟାରସିପ୍ ଏଜୁକେସନ ଟ୍ରାକ୍ ମିଟିଙ୍ଗ୍ସ) ଅନୁଷ୍ଠିତ ହେବ। ଏହି ଆନ୍ତର୍ଜାତୀୟସ୍ତରୀୟ ବୈଠକର ସୁପରିଚାଳନା ଓ ସଫଳ ଆୟୋଜନ ନେଇମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହୋଟେଲ ମେ ଫେୟାର ଲାଗୁନ୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି  କାର୍ଯ୍ୟକ୍ରମରେ ୧୧ଟି ବ୍ରିକ୍ସ ସଦସ୍ୟ…

‘ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍ ଏବଂ ଟେଷ୍ଟିଂ ସିଷ୍ଟମ୍‌ ବ୍ୟବହାର ଫଳରେ କେବୁଲ୍ ତ୍ରୁଟି ଖୋଜିବା ଏବଂ ମରାମତି ସମୟ ଯଥେଷ୍ଟ ହ୍ରାସ ପାଇବ’

ଭୁବନେଶ୍ୱର: ରାଜ୍ୟର ବିଦ୍ୟୁତ ସଂଚାର ବ୍ୟବସ୍ଥାକୁ ଅଧିକ ଆଧୁନିକ, ନିର୍ଭରଯୋଗ୍ୟ ଓ କାର୍ଯ୍ୟକ୍ଷମ କରିବା ଦିଗରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ୍ ଲିମିଟେଡ୍ (OPTCL) ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଖାରବେଳ ଭବନ ପରିସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓପିଟିସିଏଲ୍‌ର ନୂତନ Megger R30 Van-Mounted Cable Fault Locator and Testing Systemର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ…

କୃତ୍ରିମ ବୁଦ୍ଧିମତାର ସଠିକ କାର୍ଯ୍ୟାନ୍ଵୟନ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ “କୃତ୍ରିମ ବୁଦ୍ଧିମତା (ଏଆଇ) ଉପରେ ଦକ୍ଷତା ବିକାଶ” କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି। ଏହି କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ. ବି ରାଉତ, ଆଇଆଇଟି ମାଡ୍ରାସର ଶିକ୍ଷାବିତ୍‌ ଏସ. ନିଥି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ…

ଡିଜିଟାଲ୍ ଓଡ଼ିଶା ଗଠନରେ ସିଏସ୍‌ସିର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରଠାରେ ଆୟୋଜିତ ୧୭ତମ କମନ୍ ସର୍ଭିସ ସେଣ୍ଟର (CSC) ଦିବସ ପାଳନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ, ଗତ ୧୭ ବର୍ଷ…

ଓଡ଼ିଶା–ଜାପାନ ତତ୍ତୋରି ମୈତ୍ରୀ ଚୁକ୍ତି ଦିଗରେ ଅଗ୍ରଗତି 

ଭୁବନେଶ୍ୱର: ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜାପାନ ତତ୍ତୋରି ପ୍ରଦେଶ (ପ୍ରିଫେକ୍ଚର)ର  ମୁଖ୍ୟ ଶାସନ ସଚିବ  ତୋଶିକି ଏଣ୍ଡୋଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିବା ୧୩ ଜଣିଆ ପ୍ରତିନିଧି ଦଳଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ପୁଞ୍ଜିନିବେଶ, ଶିଳ୍ପ ବିକାଶ, ମାନବ ସମ୍ବଳ, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି, ପ୍ରଯୁକ୍ତି ବିଦ୍ୟା  ଆଦି କ୍ଷେତ୍ରରେ ଦୀର୍ଘମିଆଦି ସହଯୋଗ ସଂପର୍କରେ…

‘ଅତ୍ୟାଧୁନିକ ଡିଜିଟାଲ୍ ପ୍ରଯୁକ୍ତିର ପ୍ରୟୋଗ ବନ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ସହ ସ୍ୱଚ୍ଛତା ବୃଦ୍ଧି କରିବ’

ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଅରଣ୍ୟ ଭବନଠାରେ ଇଣ୍ଟିଗ୍ରେଟେଡ୍ ଫରେଷ୍ଟ ମନିଟରିଂ ଓ କମାଣ୍ଡ ସେଣ୍ଟର (Integrated Forest Monitoring & Command Centre – IFMCC)ର ଉଦ୍ଘାଟନ କରିଛନ୍ତି। ଏହି ଅତ୍ୟାଧୁନିକ କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରଯୁକ୍ତି-ନିର୍ଭର ବନ ପ୍ରଶାସନ ଏବଂ ନିରନ୍ତର ପ୍ରାକୃତିକ ସମ୍ପଦ ପରିଚାଳନା ଦିଗରେ…

ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଭୁବନେଶ୍ୱରଠାରେ ବ୍ୟାପକ ଆଲୋଚନା

ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (Eastern Regional Police Coordination Committee–ERPCC)ର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଆରକ୍ଷୀ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPFs), କେନ୍ଦ୍ରୀୟ ପୋଲିସ ସଂଗଠନ (CPOs) ଏବଂ ବିଭିନ୍ନ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ବୈଠକର…

ଯୁବ ଦକ୍ଷତା ଭାରତର ଶକ୍ତି, ଯୁବ ସଫଳତା ଭାରତର ଗର୍ବ: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାକୁ ସାରା ଦେଶରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ଯୁବ ଦକ୍ଷତା ଦିବସ ସମାରୋହ ପାଳନ ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। ବିଶ୍ବ ଯୁବ ଦକ୍ଷତା ଦିବସ ଅବସରରେ ମନ୍ତ୍ରୀ…