‘ସହରାଞ୍ଚଳକୁ ସମୃଦ୍ଧ ଓ ସୁବ୍ୟବସ୍ଥିତ କରିବା ପାଇଁ ମାନବ ସମ୍ବଳର ଦକ୍ଷତା ବୃଦ୍ଧି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି’

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ଶାସନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ଭୁବନେଶ୍ୱରର ବାସୁଆଘାଇଠାରେ ଓଡ଼ିଶା ଅର୍ବାନ ଏକାଡେମୀ (OUA)ର ଏକ ଅତ୍ୟାଧୁନିକ  ହଷ୍ଟେଲକୁ ଗୃହନିର୍ମାଣ , ନଗର ଉନ୍ନୟନ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଯୋଗୁଁ ଆଜି କେବଳ କୋଠାବାଡ଼ି ନିର୍ମାଣ ନୁହେଁ, ବରଂ…

ରାଷ୍ଟ୍ରପତିଙ୍କ ଦ୍ୱାରା ଓଡ଼ିଶାର ୧୩ଟି EMRSରେ ସ୍ପେସ୍ ଲ୍ୟାବ୍ ଉଦଘାଟିତ

ଭୁବନେଶ୍ୱର: ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ ୭୫ଟି ମନୋନୀତ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (EMRS) ରେ ‘ମହାକାଶ ପ୍ରୟୋଗଶାଳା ବା ସ୍ପେସ୍ ଲ୍ୟାବ୍’ ର ଭର୍ଚୁଆଲ୍ ଉଦଘାଟନ କରିଛନ୍ତି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଦୁର୍ଗାଦାସ ଉଇକେଙ୍କ ଗରିମାମୟ ଉପସ୍ଥିତିରେ ସ୍ପେସ୍ ଲ୍ୟାବ୍ ଗୁଡ଼ିକର ଶୁଭାରମ୍ଭ…

ସ୍ଵଚ୍ଛ, ଦୁର୍ନୀତିମୁକ୍ତ ଏବଂ ମଧ୍ଯସ୍ଥିମୁକ୍ତ ହେବ ରାଜସ୍ୱ ପ୍ରଶାସନ ତଥା ଜମିଜମା ପଞ୍ଜୀକରଣ ବ୍ୟବସ୍ଥା

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଇଜିଆର୍ ନିରୀକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ଓଡ଼ିଶାର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ମାଧ୍ୟମରେ ସ୍ମାର୍ଟ ନିରୀକ୍ଷଣ ବ୍ୟବସ୍ଥା, ଏହାର ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ସମନ୍ୱିତ ନିରୀକ୍ଷଣ ଏବଂ ମନିଟରିଂ ମାଧ୍ୟମରେ ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼…

ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର ସମ୍ପତ୍ତି ସୁରକ୍ଷିତ ରଖିବା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ: ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର ସମ୍ପତ୍ତି ସୁରକ୍ଷିତ ରଖିବା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ। ଏ ଦିଗରେ ବିଶ୍ୱବିଦ୍ୟାଳୟ ଅଧିନସ୍ତ ଜମିକୁ ଜବରଦଖଲରୁ ରକ୍ଷା କରିବା ନିମନ୍ତେ ସକ୍ରିୟ ପଦକ୍ଷେପ ନେବା ପାଇଁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତିI ସୋମବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ୍ ହଲ୍‌ରେ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ପାଇଁ ଆୟୋଜିତ ଦୁଇଦିନିଆ ସମ୍ମିଳନୀର ଉଦଯାପନୀ ସମାରୋହରେ…

ଭାରତୀୟ ମୂଲ୍ୟବୋଧକୁ ଭିତ୍ତିକରି ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ଭାରତୀୟ ମୂଲ୍ୟବୋଧକୁ ଭିତ୍ତିକରି ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ରବିବାର ଦିନ ଲୋକଭବନଠାରେ ଆୟୋଜିତ ଦୁଇ ଦିନିଆ କୁଳପତି ସମ୍ମିଳନୀର ଉଦଘାଟନୀ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇବା ସହିତ ବିଶ୍ୱବିଦ୍ୟାଳୟଗୁଡିକୁ ସାମାଜିକ ଦାୟିତ୍ୱବାନ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ପ୍ରତିଷ୍ଠାନରେ ପରିଣତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ଏଥି ସହିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଏକ ଆତ୍ମନିର୍ଭର ଭାରତ ଗଠନ ଏବଂ…

ଓଡ଼ିଶା ଏବଂ ଜାପାନର ‘ତୋତ୍ତୋରି’ ରାଜ୍ୟ ମଧ୍ୟରେ ସମ୍ଭାବ୍ୟ ସହଯୋଗ ନେଇ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ସରକାର ଶିଳ୍ପ ଉନ୍ନୟନ, କୌଶଳ ବିକାଶ, ପର୍ଯ୍ୟଟନ, ସଂସ୍କୃତି, ଯୁବ ବିନିମୟ ଏବଂ ଜନସାଧାରଣଙ୍କ ସହ ପାରସ୍ପରିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଏବଂ ଜାପାନର ‘ତୋତ୍ତୋରି’ ପ୍ରିଫେକ୍ଚର (ରାଜ୍ୟ) ମଧ୍ୟରେ ଏକ ଔପଚାରିକ ମୈତ୍ରୀ ଚୁକ୍ତି ସ୍ଥାପନ ପାଇଁ ଜାପାନ ସରକାର ସହ ଆଲୋଚନାକୁ ଆଗକୁ ବଢ଼ାଉଛନ୍ତି। ସମ୍ପ୍ରତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ କୋଲକାତାସ୍ଥିତ ଜାପାନର କନସୁଲ ଜେନେରାଲ (ମହା ବାଣିଜ୍ୟ ଦୂତ)ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଲୋଚନା ପରେ…

‘ଶିକ୍ଷା ଏବଂ ଦକ୍ଷତା ବିକାଶରେ ଅଧିକ ନିବେଶ ଦ୍ୱାରା ବିକଶିତ ଓଡ଼ିଶା ଗଠନ ସମ୍ଭବ’

ଭୁବନେଶ୍ୱର: ଶିକ୍ଷା ହେଉଛି ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବାର ଚାବିକାଠିI  ଶିକ୍ଷା ଏବଂ ଦକ୍ଷତା ବିକାଶରେ ଅଧିକ ନିବେଶ ଦ୍ୱାରା ଏକ ବିକଶିତ ଏବଂ ଭବିଷ୍ୟତ ପ୍ରସ୍ତୁତ ଓଡ଼ିଶା ଗଠନ ସମ୍ଭବ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ବୁଧବାର ଦିନ ଭୁବନେଶ୍ୱର ଠାରେ ନ୍ୟୁଜ ୧୮ ଦ୍ୱାରା ଆୟୋଜିତ ଏଜୁକେସନ ଏମିନେନ୍ସ କନକ୍ଳେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I ଏହି…

ସଂସ୍କୃତି ଓ ଶିକ୍ଷାର ଅପୂର୍ବ ସମନ୍ବୟ ହେଉଛି ଓଡିଶା- କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (NEP-2020) ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ  କନଭେନସନ ସେଣ୍ଟର ଠାରେ  ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ଭାବେ ଗଢ଼ିତୋଳିବାକୁ ଏକ ଦୂରଦର୍ଶୀ ରୋଡ୍‌ମ୍ୟାପ୍ ଉପସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବହୁ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଥିବା…

୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠିତ କମ୍ପାନିର ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ୱର: ନିଯୁକ୍ତି ଶିକ୍ଷା ଗ୍ରହଣର ଶେଷ ନୁହେଁ ବରଂ ଏକ ନୂତନ ଅଧ୍ୟାୟର ଆରମ୍ଭ। ଭୁବନେଶ୍ୱର ସରକାରୀ ପଲିଟେକନିକରେ ଆୟୋଜିତ କ୍ୟାମ୍ପସ ଟୁ କ୍ୟାରିଅର କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନର ୪ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରି ଏହା କହିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ବିଭିନ୍ନ ଟ୍ରେଡରେ ପ୍ରଶିକ୍ଷଣ ଶେଷ କରିବା ପରେ, ୩୨ରୁ ଅଧିକ ପ୍ରତିଷ୍ଠିତ କମ୍ପାନି ଯଥା ଟାଟା ପାଓ୍ୱାର, ଜେଓସ୍ଡବ୍ଲୁ, ପେଟିଏମ,…

ଆମେରିକୀୟ କନସୁଲ୍ ଜେନେରାଲଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସବୁଜ ଶକ୍ତି ନବସୃଜନ ବିଷୟରେ ଆଲୋଚନା

ଭୁବନେଶ୍ୱର: ଆନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଆମେରିକାର କନସୁଲ୍ ଜେନେରାଲ୍ (Consul General) ମିସ୍ ଲୌରା ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତରେ ଅକ୍ଷୟ ଶକ୍ତି, ସେମିକଣ୍ଡକ୍ଟର ନିର୍ମାଣ ଏବଂ ଓଡ଼ିଶାର ସମୃଦ୍ଧ ପର୍ଯ୍ୟଟନ ଓ ସାଂସ୍କୃତିକ ଐତିହ୍ୟର ପ୍ରସାର ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।ଏହି ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା ସ୍ଥାୟୀ ଶକ୍ତି ଆଡ଼କୁ ପରିବର୍ତ୍ତନ। ଉପମୁଖ୍ୟମନ୍ତ୍ରୀ…