Featured posts

ଖୋର୍ଦ୍ଧା ନିକଟସ୍ଥ ଆର୍ବିଆଇର ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅକ୍ଟୋବର ୨୮ ଓ ୨୯ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୫ ତାରିଖରେ ଖୋର୍ଦ୍ଧା ନିକଟସ୍ଥ ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥା ଉଦ୍ଘାଟନ  କରି ପ୍ରତ୍ୟାବର୍ତ୍ତନ କରିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା…

ପୁରୁଷ ଓ ମହିଳା ହକି ଟିମ୍‌କୁ ଓଡ଼ିଶା ସରକାରଙ୍କ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ଏସୀଆନ୍ ଗେମ୍‌ସ ୨୦୨୬ରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରି ଆଗାମୀ ୨୦୨୮ ଲସ୍ ଏଞ୍ଜେଲ୍‌ସ ଅଲମ୍ପିକ୍‌ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ ଓ ମହିଳା ଖେଳାଳୀମାନଙ୍କୁ ଆମ ଯୁବବର୍ଗର ପ୍ରକୃତ ଆଇକନ୍ (ICON) ଭାବେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଏହି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ…

ସଫେଇ କର୍ମଚାରୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା

ଭୁବନେଶ୍ୱର: କର୍ମଚାରୀଙ୍କ ଜାତୀୟ କମିଶନ ଉପାଧ୍ୟକ୍ଷ କୈଶବ ବିହାରୀ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଜିଲ୍ଲାରେ ସଫେଇ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଉପାଧ୍ୟକ୍ଷ ଶ୍ରୀ ବିହାରୀ ସଫେଇ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା, କାର୍ଯ୍ୟସ୍ଥଳରେ ସେମାନଙ୍କ ସୁରକ୍ଷା, ବିନା ସୁରକ୍ଷାରେ ସ୍ବେରେଜ ତଥା ମେହେନ୍ତର କାର୍ଯ୍ୟରୁ (Manual Scavenging)…

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ‘୨୦କ ପଣିକିଆରେ ବୃଦ୍ଧାଶ୍ରମ’ ଭିଡ଼ିଓ ଉନ୍ମୋଚନ କଲେ

ଭୁବନେଶ୍ୱର: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ‘୨୦କ ପଣିକିଆରେ ବୃଦ୍ଧାଶ୍ରମ’ ଶୀର୍ଷକ ଏକ ସଚେତନତାଧର୍ମୀ ଭିଡ଼ିଓ ଉନ୍ମୋଚନ କରିଛନ୍ତିI  ପଣିକିଆ ମାଧ୍ୟମରେ ସମାଜକୁ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ମାନ, ସ୍ନେହ ଓ ଯତ୍ନ ସହିତ ପିଲାମାନଙ୍କ କର୍ତ୍ତବ୍ୟବୋଧର ବାର୍ତ୍ତା ଦେବାର ପ୍ରୟାସ ପ୍ରଶଂସନୀୟI ପିଏମ୍‌ଶ୍ରୀ ରାଧାମୋହନ ଜିଉ ନୋଡାଲ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଶୃତି ସୁଲଗ୍ନା ଓ ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରୀତିସୁଲଗ୍ନାଙ୍କ ଏହି ଭିଡ଼ିଓ ବୟୋଜ୍ୟେଷ୍ଠମାନଙ୍କ ପ୍ରତି ଆମ ଦାୟିତ୍ୱବୋଧରର…

ଲିଙ୍ଗରାଜ ମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି  ନେଇ ପ୍ରସ୍ତାବ

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ସତ୍ତ୍ୱଲିପି କମିଟି ପକ୍ଷରୁ ତୃତୀୟ ଅନ୍ତରୀଣ ରିପୋର୍ଟ ଆଇନ୍‌, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରାଯାଇଛି। ଜଷ୍ଟିସ୍‌ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ଥାଇ ଗଠିତ ଦୁଇଜଣିଆ କମିଟି ମନ୍ଦିରର ସେବା ପୂଜା, ଶୃଙ୍ଖଳିତ ନୀତିକାନ୍ତି, ମନ୍ଦିର ଗର୍ଭଗୃହ ମରାମତି ସହ ବିଭିନ୍ନ ବିଷୟରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ସହ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିସହିତ ପୂର୍ବ କାଳରେ ହେଉଥିବା…

ଚାରୋଟି ପ୍ରମୁଖ ବିଷୟବସ୍ତୁକୁ ନେଇ ଶୀଘ୍ର ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ରାଜ୍ୟର ଲକ୍ଷ୍ୟ ନିର୍ଦ୍ଧାରଣ ଓ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ଆକ୍ସନ୍ ପ୍ଲାନ୍ ସମ୍ପର୍କରେ ବିସ୍ତୃତ ଆଲେଚନା କରାଯାଇଛି। ଉଦ୍ଦିଷ୍ଟ ଲକ୍ଷ୍ୟଗୁଡ଼ିକର ସଫଳ ରୂପାୟନ, ଆନ୍ତଃ-ବିଭାଗୀୟ ସମନ୍ୱୟ ବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ଖୁବ୍‌ଶୀଘ୍ର ୪ଟି ପ୍ରମୁଖ…

ଓଡ଼ିଶାରେ ୪୫୦ କୋଟି ଟଙ୍କାର ବ୍ୟୟବରାଦରେ ୪ ଲକ୍ଷ ୨୦ ହଜାର ଯୁବକ-ଯୁବତୀଙ୍କୁ ଉତ୍କୃଷ୍ଟ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ଯୁବକଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ରାଜ୍ୟରେ ଶିଳ୍ପଭିତ୍ତିକ ଦକ୍ଷତା ବିକାଶର ପଥକୁ ଅଧିକ ପ୍ରଶସ୍ତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପିଏମ୍‌ ସେତୁ ଯୋଜନା ଅଧୀନରେ ଓଡ଼ିଶାର କଟକ ଆଇଟିଆଇ କ୍ଲଷ୍ଟରର ଉନ୍ନତିକରଣ ପାଇଁ ଭାରତ ସରକାରଙ୍କ ଜାତୀୟ ଷ୍ଟିୟରିଂ କମିଟି (ଏନ୍‌ଏସ୍‌ସି), ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ୨୪୦.୫୦ କୋଟି ଟଙ୍କାର ନିବେଶକୁ ଅନୁମୋଦନ କରାଯାଇଛି।ଏହି କ୍ଲଷ୍ଟରର ରଣନୀତିକ ନିବେଶ ଯୋଜନା (ଏସ୍‌ଆଇପି) ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର…

ପ୍ରାୟ ସମସ୍ତ ଜିଲ୍ଲାରେ ଚଳିତ ବର୍ଷ ବନ୍ୟା କ୍ଷୟକ୍ଷତିର କ୍ଷତିପୂରଣ ବଣ୍ଟନ ଶେଷ ପର୍ଯ୍ୟାୟରେ

ଭୁବନେଶ୍ୱର: ରାଜୀବ ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀବୃନ୍ଦ ଏବଂ ଜିଲ୍ଲାପାଳମାନଙ୍କ ସହ ବିସ୍ତୃତ ସମୀକ୍ଷା କରିଛନ୍ତିl ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି, ଚଳିତବର୍ଷ ରାଜ୍ୟରେ ୧୨ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ  ୬ଟି ଅବପାତର ରୂପ ନେଇଥିଲାl ଏହା ପ୍ରଭାବରେ ରାଜ୍ୟର ପ୍ରାୟ ୨୮ଟି ଜିଲ୍ଲାରେ ବ୍ୟାପକ ଭାବେ କ୍ଷୟକ୍ଷତି…

ଦୁର୍ଗାପୂଜା ସମୟରେ ସହରଗୁଡ଼ିକୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ରଖିବା ନିମନ୍ତେ ଉଚ୍ଛସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଗାମୀ ଦୁର୍ଗାପୂଜା ସମୟରେ ସହରଗୁଡ଼ିକୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ରଖିବା ସହ ଜନସାଧାରଣ ଯେପରି ସୁସ୍ଥ ଓ ଆନନ୍ଦମୟ ପରିବେଶରେ ପର୍ବ ପାଳନ କରିପାରିବେ ଏଥି ନିମନ୍ତେ ଉଚ୍ଛସ୍ତରୀୟ ସମୀକ୍ଷା ବୈଠକ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡ।. କୃଷ୍ଣଚନ୍ଦ୍ର ମହାପାତ୍ର ଆଭାସୀ ମାଧ୍ୟମରେ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ…

ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳାରେ ଯୋଗ ଦେଲେ ପ୍ରମୁଖ ବୈଜ୍ଞାନିକ ଓ ବୈଷୟିକ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ଗବେଷକ ଏବଂ ବିଶେଷଜ୍ଞ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ସ୍ଥାନୀୟ ଲେମନ୍ ଟ୍ରି ପ୍ରିମିୟର୍ ହୋଟେଲଠାରେ ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳା ଉଦଘାଟନ କରିଛନ୍ତିl ଅକ୍ଟୋବର ୧୫ ଏବଂ ୧୬ ଦୁଇଦିନ ଧରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(OSDMA)ଙ୍କ ପକ୍ଷରୁ ଏହି ଜାତୀୟ କର୍ମଶାଳା ଆୟୋଜିତ ହେଉଥିବା ବେଳେ ଦେଶର ପ୍ରମୁଖ ବୈଜ୍ଞାନିକ ଓ ବୈଷୟିକ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଗବେଷକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ ଯୋଗଦେଇଛନ୍ତିl କର୍ମଶାଳାକୁ ଉଦଘାଟନ…