ବଡ଼ଦେଉଳ ସାହି ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସଂଶୋଧନ ହେଲା ୧୯ଟି ଖାତାର ୨୯ଟି ପ୍ଲଟ୍ର ରେକର୍ଡ ଅଫ୍ ରାଇଟ୍ସ (ROR)
ଭୁବନେଶ୍ୱର: ପୁରୀ ତହସିଲ ଅନ୍ତର୍ଗତ ବଡ଼ଦେଉଳ ସାହି ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ୧୯୯୭ ମସିହାରୁ ବିଚାରାଧୀନ ଥିବା ଏକ ଆବେଟମେଣ୍ଟ (Abatement) ମାମଲାର ନିଷ୍ପତ୍ତି କରାଯାଇ ଜମିର ରେକର୍ଡ ଅଫ୍ ରାଇଟ୍ସ (ROR) ସଂଶୋଧନ କରାଯାଇଛି। ଏହାଦ୍ୱାରା ବ୍ୟକ୍ତିବିଶେଷଙ୍କ ନାମରେ ରେକର୍ଡଭୁକ୍ତ ଥିବା ମୋଟ ୦.୧୧୫ ଏକର ଜମିର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ଶ୍ରୀକ୍ଷେତ୍ର ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ପୁରୀ ନାମରେ ସଂଶୋଧିତ ହୋଇଛି।…


