ଆଗାମୀ ଦିନରେ ବିଶ୍ୱର ଖାଦ୍ୟ ସୁରକ୍ଷା ଆବଶ୍ୟକତା ପୂରଣ କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ : ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ ବଜାର-କୈନ୍ଦ୍ରିକ, ସ୍ଥାୟୀ ଏବଂ ଭବିଷ୍ୟତ-ଉପଯୋଗୀ କୃଷି ବ୍ୟବସ୍ଥା ଗଠନ ଉଦ୍ଦେଶ୍ୟରେ ଭୁବନେଶ୍ୱରଠାରେ “ଓଡ଼ିଶା ସ୍ୱାସ୍ଥ୍ୟକର ଚାଉଳ ବ୍ୟବସାୟ ଶିଖର ସମ୍ମିଳନୀ ୨୦୨୬” (Odisha Healthier Rice Business Summit 2026) ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗ, ଓଆରଏମଏଏସ (ORMAS) ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥା (IRRI)ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାଷୀ, କୃଷକ ଉତ୍ପାଦକ ସଂଗଠନ, ମହିଳା ନେତୃତ୍ୱାଧୀନ…

କୃଷି ଶିକ୍ଷାକୁ କ୍ଷେତ୍ରସ୍ତରୀୟ ସମ୍ପ୍ରସାରଣ ସେବା ସହ ଯୋଡ଼ିବା ଲକ୍ଷ୍ୟରେ ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ

ଭୁବନେଶ୍ୱର: କୃଷି ଶିକ୍ଷାକୁ କ୍ଷେତ୍ରସ୍ତରୀୟ ସମ୍ପ୍ରସାରଣ ସେବା ସହ ଯୋଡ଼ିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଅନନ୍ୟ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ ହୋଇଛି। ଓୟୁଏଟି (OUAT) ର କୃଷି ଶିକ୍ଷା ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍‌ଘାଟନ କରିଛନ୍ତି। ୨୦୨୩…

ମହାନଦୀ ଜଳ ବିବାଦ ସମାଧାନ ବୈଠକ: ଯୋଗଦେଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏବଂ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ଥିଲେ। ବୈଠକ ସମାପ୍ତ ହେବା ପରେ, ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଖୁବ୍ ସୌହର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ହୋଇଛି। ମୁଖ୍ୟମନ୍ତ୍ରୀ…

ମୟୂରଭଞ୍ଜର ବାଉଁଶ ଚାଷୀ ଓ ଓବିଡିଏର ପ୍ରୟାସକୁ ମିଳିଲା “ପ୍ରମାଣ”ସାର୍ଟିଫିକେଟ୍‌

ଭୁବନେଶ୍ୱର: ଓଡ଼ିଶାର ବାଉଁଶ କ୍ଷେତ୍ର ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବେ ଭାରତୀୟ ବନ ଓ କାଠ ପ୍ରମାଣୀକରଣ ଯୋଜନା ଅଧୀନରେ “ପ୍ରମାଣ” ସାର୍ଟିଫିକେଟ୍‌ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ଏହି ସାର୍ଟିଫିକେଟ୍‌ ପ୍ରଦାନ ସମୟରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ ତନ୍ମୟ କୁମାର, ବନ ମହାନିର୍ଦ୍ଦେଶକ ଶ୍ରୀ ସୁଶିଲ କୁମାର ଅବସ୍ଥି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ…

ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ଓ ଇ-ପୋର୍ଟାଲର ଉପଯୋଗ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ଏବଂ ଆଗକୁ ନେବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘଦିନ ଧରି ଶ୍ରୀଜଗନ୍ନାଥଙ୍କ ଜମିରେ ବସବାସ କରୁଥିବା ସେବାୟତ ଓ ଅଣସେବାୟତଙ୍କୁ ଜମି ଅଧିକାର ପ୍ରଦାନ ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଆଜି ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ…

୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ-୨୦୨୬ରେ ରାଜ୍ୟ ବର୍ଗରେ ଓଡ଼ିଶା ଜଳ ସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ୱର: ୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ (ଆଇଆଇଡବ୍ଲ୍ୟୁଡବ୍ଲ୍ୟୁ) ୨୦୨୬ରେ ରାଜ୍ୟ ବର୍ଗରେ ଓଡ଼ିଶା ଜଳ ସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ‘ଜଳବାୟୁ ସହନଶୀଳ ଜଳ ପରିଚାଳନା’ବିଷୟବସ୍ତୁ ଉପରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସହଯୋଗୀ ରାଜ୍ୟ ଭାବେ ଅଂଶଗ୍ରହଣ କରିଥିଲା। ଓଡ଼ିଶା ପାଭିଲିୟନ୍‌ରେ ଜଳ ସଂରକ୍ଷଣ ଓ ବଣ୍ଟନ, ଜଳର ଦକ୍ଷ ବ୍ୟବହାର, କୃଷି ନବସୃଜନ ଏବଂ ସ୍ଥାନୀୟ ସମୁଦାୟର ଅଂଶଗ୍ରହଣକୁ ଏକୀକୃତ କରି ରାଜ୍ୟର ଜଳ ପରିଚାଳନା…

ସହଭାଗୀ ରାଜ୍ୟ ଭାବେ ୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ-୨୦୨୬ରେ ଓଡ଼ିଶାର ଅଂଶଗ୍ରହଣ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ (ଆଇଆଇଡବ୍ଲ୍ୟୁଡବ୍ଲ୍ୟୁ)-୨୦୨୬ରେ ଓଡ଼ିଶା ନିଜର ସମନ୍ୱିତ ଜଳ ସମ୍ପଦ ପରିଚାଳନା ମଡେଲ୍‌ ପ୍ରଦର୍ଶନ କରିଛି। ସେପ୍ଟେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶା ସହଭାଗୀ ରାଜ୍ୟ ଭାବେ ଅଂଶଗ୍ରହଣ କରିଅଛି। ଚଳିତବର୍ଷର ବିଷୟବସ୍ତୁ ଜଳବାୟୁ ସହନଶୀଳ ଜଳ ପରିଚାଳନା। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି. ଆର୍‌. ପାଟିଲ୍‌ ଓଡ଼ିଶା ପ୍ୟାଭିଲିୟନ୍‌ର ଉଦ୍‌ଘାଟନ କରିଛନ୍ତି। ଆଇଆଇଡବ୍ଲ୍ୟୁଡବ୍ଲ୍ୟୁ-୨୦୨୬ର ବିଭିନ୍ନ ଆଲୋଚନା ମଧ୍ୟରେ…

‘ଗ୍ରାମାଞ୍ଚଳରେ ଜୀବିକା ସୃଷ୍ଟି ସହିତ ସବୁଜ ଓ ଚକ୍ରୀୟ ଅର୍ଥନୀତି ଗଠନରେ ବାଉଁଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ’

ଭୁବନେଶ୍ୱର: ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା (ଓବିଡିଏ) ପକ୍ଷରୁ ଭୁବନେଶ୍ୱରର କଳିଙ୍ଗ ନଗରସ୍ଥିତ ଆନନ୍ଦବନଠାରେ ବିଶ୍ୱ ବାଉଁଶ ଦିବସ–୨୦୨୬ ପାଳନ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଭିଭାଷଣରେ ମନ୍ତ୍ରୀ କହିଥିଲେ ଯେ ବାଉଁଶ ଏକ ନବୀକରଣଯୋଗ୍ୟ ଓ ଶୀଘ୍ର ବୃଦ୍ଧି ପାଉଥିବା ସମ୍ପଦ। ନିର୍ମାଣ, ଆସବାବପତ୍ର, ହସ୍ତଶିଳ୍ପ, ଜୀବନଶୈଳୀ ସାମଗ୍ରୀ, ପ୍ୟାକେଜିଂ…

ଓଆଇଆଇପିସିଆରଏ ସମୀକ୍ଷା ବୈଠକ

ଭୁବନେଶ୍ୱର: ଜଳସେଚନ ଭିତ୍ତିଭୂମିର ସୁଦୃଢ଼ୀକରଣ ସହ କୃଷି, ଉଦ୍ୟାନ କୃଷି ଓ ମତ୍ସ୍ୟଚାଷର ସମନ୍ୱିତ ବିକାଶ ନିମନ୍ତେ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ପାଇଁ ଜଳବାୟୁ ସହନଶୀଳ କୃଷି (ଓଆଇଆଇପିସିଆରଏ)ର ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଧବ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିଶନର-ତଥା-ଶାସନ ସଚିବ ଗିରିଶ ଏସ୍‌. ଏନ୍‌ ଉପସ୍ଥିତ ଥିଲେ। ଓଆଇପିସିଆରଏର…

ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍

ଭୁବନେଶ୍ୱର/ସମ୍ବଲପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ଜିଲ୍ଲାବାସୀଙ୍କୁ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।  ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁର ଏବଂ ସମଗ୍ର ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ଡପ୍‌ଲର ପାଣିପାଗ ରାଡାର୍ (DWR)ର ଶୁଭାରମ୍ଭ କରିବା ସହ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ…