ପ୍ରଶାସନରେ କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)ର ଉପଯୋଗ (ଏ.ଆଇ. ଚମ୍ପିଆନ/ କାଟାଲିଷ୍ଟ) ତାଲିମ କର୍ମଶାଳା ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ସରକାରୀ ଅଧିକାରୀମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)’ ର ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ଦେବା ନିମନ୍ତେ ରାଜ୍ୟ କନଭେନ୍‍ସନ ସେଣ୍ଟରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ଚାରିଦିନିଆ କର୍ମଶାଳା ଆରମ୍ଭ ହୋଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସରକାରୀ ଅଧିକାରୀମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)’ର ପ୍ରୟୋଗ ଉପରେ ତାଲିମ ସମ୍ବନ୍ଧିତ ଏହା ହେଉଛି…

ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟାନ୍ୱୟନ ନିମନ୍ତେ ଦ୍ୱିତୀୟ ରାଜ୍ୟ  ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

ଭୁବନେଶ୍ବର : ଜାତୀୟ ଶିକ୍ଷା ନୀତି (NEP) ୨୦୨୦ର କାର୍ଯ୍ୟାନ୍ୱୟନ ପାଇଁ ଦ୍ୱିତୀୟ ରାଜ୍ୟ  ଟାସ୍କ ଫୋର୍ସ ବୈଠକ ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଭାଗର ସମନ୍ୱୟରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଶିକ୍ଷା ନୀତି ୨୦୨୦ ର ବିଭିନ୍ନ ଦିଗ ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା। ବୈଠକରେ ସଞ୍ଜୀବ କୁମାର ମିଶ୍ର, ପ୍ରମୁଖ…

ଓଡ଼ିଶାରେ ଉତ୍ପାଦନକୁ ତ୍ୱରାନ୍ୱିତ କରିବ ମିଟି କମ୍ପୋନେଣ୍ଟ ସ୍କିମ

ଭୁବନେଶ୍ୱର: ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବଂ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ସହିତ ମିଳିତଭାବରେ ସୂଚନା ପ୍ରଯୁକ୍ତିଉତ୍ପାଦକ ସଂଘ (MAIT) ବୁଧବାର ଭୁବନେଶ୍ୱରରେ ଏକ ନିବେଶକ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଅଗ୍ରଣୀଶିଳ୍ପଓ ଷ୍ଟାର୍ଟଅପ୍ ପ୍ରତିନିଧି ତଥାଶିକ୍ଷାବିତ୍‍ମାନେ ଏକତ୍ରିତ ହୋଇଥିଲେ । ଏହା ଓଡ଼ିଶାର ଏକ ନବସୃଜନଚାଳିତ ଉତ୍ପାଦନ କେନ୍ଦ୍ରଭାବରେ ଉଭାହେବା ସମ୍ବନ୍ଧରେ କାର୍ଯ୍ୟକ୍ରମ ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।…

ସୂଚନା ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ସି.ଆଇ.ଆଇ.-ଓଡ଼ିଶା ଆଇ.ଟି. ପ୍ୟାନେଲ୍‍ର ମିଳିତ ବୈଠକ

ଭୁବନେଶ୍ୱର: ରାଜ୍ୟରେ ସୂଚନା ପ୍ରଯୁକ୍ତିବିଦ୍ୟା ଶିଳ୍ପର ପ୍ରକୃଷ୍ଟ ବିକାଶ ପାଇଁ  ଦୃଢ଼ ଶିକ୍ଷାନୁଷ୍ଠାନ-ଶିଳ୍ପ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଶିଳ୍ପ ଆବଶ୍ୟକତା ସହିତ ଶୈକ୍ଷିକ ପାଠ୍ୟକ୍ରମକୁ ସମନ୍ୱିତ କରିବା, ଗବେଷଣା କାର୍ଯ୍ୟରେ ସହଭାଗିତାକୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରମାନଙ୍କ ମଧ୍ୟରେ ନବସୃଜନର ବିକାଶ ପାଇଁ ଉପଯୁକ୍ତ ମଞ୍ଚ ସୃଷ୍ଟି କରିବା ଜରୁରୀ ବୋଲି ବୁଧବାର ଭାରତୀୟ ଶିଳ୍ପ ମହାସଙ୍ଘ (ସି.ଆଇ.ଆଇ.)ର ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସବ୍‍କମିଟି ଏବଂ ସି.ଆଇ.ଆଇ. ଓଡ଼ିଶା ରାଜ୍ୟ ଆଇ.ଟି….

ରିଲିଆନ୍ସ ନ୍ୟୁ ସୋଲାର ଏନର୍ଜି କମ୍ପାନିରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୧୬୭ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି

ଭୁବନେଶ୍ୱର: ସାରା ଦେଶରେ ଏବେ ଅକ୍ଷୟ ଶକ୍ତି ବା ସୌର ଶକ୍ତି ବ୍ୟବହାରର ଚାହିଦା ବଢ଼ି ଚାଲିଛି। ଏହି କ୍ଷେତ୍ର ଲାଗି ଆବଶ୍ୟକ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ବିଶେଷ ଭୂମିକା ଗ୍ରହଣ କରୁଛି। ଏହି କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ଶେଷ କରିଥିବା ୧୬୭ ଜଣ ଛାତ୍ରଛାତ୍ରୀ ଦେଶର ପ୍ରମୁଖ ସୌର ଶକ୍ତି ସେବା ପ୍ରଦାନକାରୀ ସଂସ୍ଥା ରିଲିଆନ୍ସ ନ୍ୟୁ ସୋଲାର ଏନର୍ଜିରେ ନିଯୁକ୍ତି ସୁଯୋଗ ପାଇଛନ୍ତି। ବିଶ୍ୱ…

ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜନକୈନ୍ଦ୍ରିକ ଶାସନ ପରିଚାଳନା ପାଇଁ  ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଉପରେ ମୁଖ୍ୟ ଶାସନ ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟକାରୀ ହେଉଥିବା ଜନଶୁଣାଣି ବ୍ୟବସ୍ଥାରେ ବୈଷୟିକ ଜ୍ଞାନ କୌଶଳ କିପରି ସହାୟକ ହୋଇଛି, ସେ ସଂପର୍କରେ ବୈଠକରେ ସମୀକ୍ଷାକର।ଯାଇଥିଲା। ୨୦୨୪ ଜୁନ ମାସ ଠାରୁ ବିଭିନ୍ନ ମାଧ୍ୟମରେ ଗୃହୀତ ହୋଇଥିବା ଜନ ଅଭିଯୋଗ ମଧ୍ୟରେ ଅଦ୍ୟାବଧି …

ସମସ୍ତ ଜିଲ୍ଲାରେ ବାର୍ଷିକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଅନୁଷ୍ଠିତ

ଭୁବନେଶ୍ୱର: ପ୍ରତିବର୍ଷ ପରି ଜୁନ୍‌ ୧୮ ଓ ୧୯ ତାରିଖରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ବାର୍ଷିକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜିତ ହୋଇଯାଇଛି। ଏହି ଅଭ୍ୟାସର ମୂଳ ଉଦ୍ଦେଶ୍ୟ ଥିଲା ପ୍ରସ୍ତୁତିର ପରୀକ୍ଷା, ଯାଞ୍ଚ, ଜରୁରୀକାଳୀନ ପ୍ରତିକି୍ରୟା ଏବଂ ସୁରକ୍ଷିତ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଭବିଷ୍ୟତରେ ଆପଦକାଳୀନ ସ୍ଥିତିର ମୁକାବିଲା ପ୍ରସ୍ତୁତି ତ୍ୱରାନ୍ୱିତ କରିବା। ୨୦୨୫ ଜୁନ୍‌ ୧୮ରେ ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ଏବଂ ସମସ୍ତ ବ୍ଲକ୍‌ ଏବଂ ପୌର ପରିଷଦ…

ଓଡ଼ିଶା ବିଦ୍ୟୁତ ସଂସ୍କାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି:  ଟୋନି ବ୍ଲେୟାର

ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେ ଭି ସିଂହଦେଓ ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଟୋନି ବ୍ଲେୟାରଙ୍କୁ ଦିଲ୍ଲୀର ତାଜ ପ୍ଯାଲେସ ହୋଟେଲରେ ଭେଟିଛନ୍ତି। ଉଭୟ ନେତାଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କାନପୁର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ ଦ୍ୱାରା ଏକ ତ୍ରିପାକ୍ଷିକ ଇଣ୍ଟେଣ୍ଟ ଲେଟର (ଏଲଓଆଇ) ସ୍ୱାକ୍ଷରିତ ହୋଇଛି।…

ଏଆଇ ମାଧ୍ୟମରେ ଜଳ ସଂପଦର ତଥ୍ୟ  ସଂଚାରଣ ଓ ଡିଜିଟାଇଜେସନର ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନକୁ ଗୁରୁତ୍ୱ

ଭୁବନେଶ୍ୱର:  ରାଜ୍ୟ ଜଳ ସୂଚନା ବିଜ୍ଞାନ କେନ୍ଦ୍ର (ଏସଡବ୍ଲୁଆଇସି) ଏବଂ ଭୁବନେଶ୍ୱର ଆଇଆଇଟି ସହଯୋଗରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର କରି ଜଳ ସମ୍ପଦର ପରିଚାଳନା ଏବଂ ତଥ୍ୟ  ସଂଚାରଣ ଓ ଡିଜିଟାଇଜେସନର ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବା  ସଂପର୍କିତ  ଏକ ବୈଷୟିକ  କର୍ମଶାଳା ଅନୁଷ୍ଠିତ  ହୋଇଯାଇଛି। ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଅନୁ ଗର୍ଗ ଉଦ୍ଘାଟନ କରିବା ସହିତ ଜଳ ସମ୍ପଦ ପରିଚାଳନା…

ଉତ୍କୃଷ୍ଟ ଭିତ୍ତିଭୂମି ନିର୍ମାଣ କରିବା  ଉପରେ ଗୁରୁତ୍ୱ

ଭୁବନେଶ୍ୱର : ବର୍ତ୍ତମାନ ଯୁଗ ହେଉଛି ଆଧୁନିକ ଜ୍ଞାନକୌଶଳର ଯୁଗ। ବିଭିନ୍ନ ଟେକ୍‌ନୋଲୋଜି ତଥା କୃତି୍ରମ ବୁଦ୍ଧିମତ୍ତାର ଉପଯୋଗ କରି ବହୁ ଆସାଧ୍ୟ କାର୍ଯ୍ୟକୁ କମ୍‌ ସମୟ ମଧ୍ୟରେ ସମ୍ଭବ କରିହେଉଛି। ରାଜ୍ୟ ସରକାର ସବୁବେଳେ ଉନ୍ନତ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ତେଣୁ ଆଧୁନିକ ଜ୍ଞାନକୌଶଳ ଓ ସବୁ ପ୍ରକାର ଟେକ୍‌ନୋଲୋଜିର ବ୍ୟବହାର କରି ଉନ୍ନତ ତଥା ଉତ୍କୃଷ୍ଟ ଭିତ୍ତିଭୂମି ନିର୍ମାଣ କରିବାକୁ ପୂର୍ତ୍ତ, ଆଇନ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ…