ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ, ମୋଟ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି

ବଲାଙ୍ଗୀର: ଯେତେବେଳେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ଏକ ସୁରକ୍ଷିତ ପକ୍କା ଘର ତଳେ ନିଶ୍ଚିନ୍ତରେ ରହି ପାରିବେ, ସେତେବେଳେ ଆମ ରାଜ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିବ। ଏକ ବିକଶିତ ଓଡ଼ିଶାର ଆରମ୍ଭ ଆମ ଗାଁରୁ ହୋଇଥାଏ ଏବଂ ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡେ ଯୋଗାଇଦେବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପକ୍କା ଘର କେବଳ…

୪୫ତମ IITF-2026 ଉଦ୍‌ଘାଟନ କଲେ ମୁଖ୍ୟ ଶାସନ ସଚିବ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ  ଅନୁଷ୍ଠିତ ୪୫ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା (IITF)-୨୦୨୬ର ହଲ୍-୩ରେ ଓଡ଼ିଶା ପାଭିଲିୟନ୍ର ଉଦ୍‌ଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ମେଳାର ମୁଖ୍ୟ ବିଷୟବସ୍ତୁ ‘ବିକାଶ ଓ ବିରାସତ୍’ (ବିକାଶ ଏବଂ ଐତିହ୍ୟ) ସହ ସମତାଳ ରଖି, ଓଡ଼ିଶା ପାଭିଲିୟନ୍‌କୁ ‘ଯେଉଁଠାରେ ବିରାସତ୍ ବିକାଶକୁ ଅନୁପ୍ରାଣିତ କରେ’ (Where Virasat Inspires Vikas) ଶୀର୍ଷକରେ ଉପସ୍ଥାପନ କରାଯାଇଛି। ଏହା ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ କାରିଗରୀ,…

ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନଗୁଡ଼ିକର ଫଇସଲା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ, ମହାନଗର ନିଗମ ଏବଂ ଅନ୍ୟାନ୍ୟ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକରେ ଅନଲାଇନ୍ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଗୃହ ନିର୍ମାଣ ଅନୁମତି ପାଇଁ ପଡ଼ିରହିଥିବା ଆବେଦନଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ସମସ୍ତ ବକେୟା ଆବେଦନର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଫଇସଲା କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାଣିଶୁଣି କିମ୍ବା ଅଯଥାରେ…

୫ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ ଦ୍ୱାରା ୫ଟି ଜିଲ୍ଲାର ୭୪ଟି ଗ୍ରାମର ପ୍ରାୟ ୭୨ ହଜାର ଲୋକ ହେବେ ଉପକୃତ

ଭୁବନେଶ୍ୱର: ରାଜ୍ୟର ଜଳ ସୁରକ୍ଷା ଓ ଜଳସମ୍ପଦର ସଂରକ୍ଷଣକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମାତ୍ର ଏକ ମାସ ମଧ୍ୟରେ ୬୨୫.୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ୫ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ (ଆଇଏସ୍‌ଏସ୍‌) ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିଛି। ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ଦ୍ୱାରା ୭୪ଟି ଗ୍ରାମର ପ୍ରାୟ ୭୨ ହଜାର ଲୋକ ଉପକୃତ ହେବେ।…

ସମର୍ପଣ ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଓଡ଼ିଶା ଅର୍ଥ ସେବାର ନବନିଯୁକ୍ତ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ସିଭିଲ୍ ସର୍ଭିସେସ୍-୨୦୨୩ ବ୍ୟାଚ୍‌ର ଓଡ଼ିଶା ଅର୍ଥ ସେବା (Odisha Finance Service)ର ନବନିଯୁକ୍ତ ଅଧିକାରୀମାନଙ୍କୁ ସମ୍ବୋଧିତ କରି ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ମହତ୍ତ୍ୱାକାଂକ୍ଷୀ ସଂକଳ୍ପ ସହ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଲୋକସେବାରେ ସାଧୁତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନିଷ୍ଠାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ରାଜ୍ୟର ଆର୍ଥିକ ପ୍ରଗତି ଓ ସୁଶାସନକୁ ଅଧିକ ସୁଦୃଢ଼ କରିବା ଦିଗରେ…

‘ବିକଶିତ ଓଡ଼ିଶା ୨୦୩୬’ଏବଂ ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’ଲକ୍ଷ୍ୟ ସାଧନ ପାଇଁ ରଣନୈତିକ ସମନ୍ୱୟ ଓ ଉନ୍ନତିକରଣ ଉପରେ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରମୁଖ ଏବଂ ଦାୟିତ୍ୱଶୀଳ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବାର ରଣନୈତିକ ପ୍ରାଥମିକତା ଏବଂ ଏକ ବ୍ୟାପକ ରୋଡମ୍ୟାପ୍ ଉପରେ ବିଚାରବିମର୍ଶ କରିବା ପାଇଁ ପର୍ଯ୍ୟଟନ ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ରାଜ୍ୟ ପର୍ଯ୍ୟଟନ ପରାମର୍ଶଦାତା ପରିଷଦ (STAC) ର ପ୍ରଥମ ବୈଠକ ଆୟୋଜନ କରିଛନ୍ତି। ପରିଷଦକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ‘ବିକଶିତ ଓଡ଼ିଶା ୨୦୩୬’ ର ଲକ୍ଷ୍ୟ ହାସଲ ଏବଂ ଜାତୀୟ ଲକ୍ଷ୍ୟ ‘ବିକଶିତ ଭାରତ ୨୦୪୭’ ରେ…

୨୫ଟି ଜିଲ୍ଲାରେ ୬୮ଟି ପଥପାର୍ଶ୍ୱ ସୁବିଧା କେନ୍ଦ୍ର ବିକଶିତ

ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ମହିଳାମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ‘ୱେ-ସାଇଡ୍ ଆମେନିଟି ସେଣ୍ଟର’(ପଥପାର୍ଶ୍ୱ ସୁବିଧା କେନ୍ଦ୍ର) ଗୁଡ଼ିକର କାର୍ଯ୍ୟକାରିତା ଏବଂ ଉନ୍ନତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ପ୍ରାୟ ୨୫କୋଟି ବିନିଯୋଗ କରି ୨୫ଟି ଜିଲ୍ଲାରେ ମୋଟ ୬୮ଟି ପଥପାର୍ଶ୍ୱ ସୁବିଧା କେନ୍ଦ୍ର ବିକଶିତ ଓ…

ଆଇଆଇଆଇଟି ଭୁବନେଶ୍ୱରର ୧୫ତମ ପରିଚାଳନା ପରିଷଦ କମିଟି ବୈଠକ : ଶିକ୍ଷା, ଗବେଷଣା, ନବସୃଜନ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ, ଓଡ଼ିଶା ତଥା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) ପରିଚାଳନା ପରିଷଦ (ବୋର୍ଡ ଅଫ୍ ଗର୍ଭର୍ଣ୍ଣସ୍) କମିଟିର ଅଧ୍ୟକ୍ଷା ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ (ଆଇଆଇଆଇଟି), ଭୁବନେଶ୍ୱରର ୧୫ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନୁଷ୍ଠାନର ଶୈକ୍ଷିକ ଓ ଗବେଷଣା କାର୍ଯ୍ୟକଳାପ, ଛାତ୍ରଛାତ୍ରୀଙ୍କ ନାମଲେଖା, ନିଯୁକ୍ତି, ଭିତ୍ତିଭୂମି ବିକାଶ ଏବଂ ଭବିଷ୍ୟତର ରଣନୀତି ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ବିସ୍ତୃତ ସମୀକ୍ଷା…

ବିଭିନ୍ନ ରାସ୍ତା, ସେତୁ ଓ କୋଠାବାଡ଼ି ପ୍ରକଳ୍ପରେ ନୂଆ ଜ୍ଞାନକୌଶଳ ଉପଯୋଗ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଆଧୁନିକ ଯନ୍ତ୍ରପାତି ଓ ନୂତନ ଜ୍ଞାନକୌଶଳ ବ୍ୟବହାରକୁ ପ୍ରୋତ୍ସାହନ ଦେଇ ରାଜ୍ୟ ଏବେ ଆଗକୁ ବଢ଼ିବା ଆରମ୍ଭ କରିଛି। ନିକଟରେ ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଅଞ୍ଚଳରେ ରାସ୍ତା ଓ ସେତୁର କ୍ଷୟକ୍ଷତିକୁ ମାତ୍ର ୭୨ ଘଣ୍ଟା ମଧ୍ୟରେ ଗମନାଗମନଯୋଗ୍ୟ କରିବାରେ ପୂର୍ତ୍ତ ବିଭାଗର ଇଂଜିନିୟର ଓ ଅଧିକାରୀମାନେ ସଫଳ ହୋଇଛନ୍ତି, ଯାହା ସରକାରଙ୍କ ପାଇଁ ବଡ଼ ଉପଲବ୍ଧି। ଏହି ଉପଲବ୍ଧି ଆଧାରରେ ରାଜ୍ୟରେ ଚାଲୁଥିବା ରାସ୍ତା, ସେତୁ ଏବଂ…

ଦୈନନ୍ଦିନ ଖାଦ୍ୟରେ ମିଲେଟ‌ ସାମିଲ କରିବା ସହ ପାରମ୍ପରିକ ବିହନ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ଦୈନନ୍ଦିନ ଖାଦ୍ୟରେ ଶ୍ରୀଅନ୍ନ (ମିଲେଟ୍‌) ସାମିଲ କରିବା ସହ ଭୂ-ପ୍ରଜାତି  ବିହନର ସଂରକ୍ଷଣ ଓ ସୁଦୃଢ଼ୀକରଣ ଦିଗରେ ସାମୂହିକ ପ୍ରୟାସ କରିବାକୁ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ ଆହ୍ୱାନ ଜଣାଇଛନ୍ତି। ବିଶେଷକରି ଯୁବପିଢ଼ି, ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀମାନେ ନିଜ ଖାଦ୍ୟାଭ୍ୟାସରେ ମାଣ୍ଡିଆ, ବାଜରା, ଜୋଅର ଆଦି ମିଲେଟ କୁ ସାମିଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ମଙ୍ଗଳବାର ଦିନ ଭୁବନେଶ୍ୱରଠାରେ ଆୟୋଜିତ ‘ଶ୍ରୀଅନ୍ନ ଏବଂ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ-୨୦୨୬’ଶୀର୍ଷକ ସମ୍ମିଳନୀକୁ ଉଦ୍‌ଘାଟନ…