କଟକ ବାଲିଯାତ୍ରାକୁ ଅଧିକ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ କରିବାକୁ ପରାମର୍ଶ

ଭୁବନେଶ୍ୱର: କଟକର ଐତିହାସିକ ଓ ସାଂସ୍କୃତିକ ଗଣପର୍ବ ବାଲିଯାତ୍ରା୨୦୨୬କୁ ଅଧିକ ବ୍ୟାପକ, ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିଓଡ଼ିଶାର ନୌବାଣିଜ୍ୟିକ ଐତିହ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଅଧିକ ପ୍ରୟାସ କରାଯିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ।

ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗୃହ, ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ମୃଣାଳିନୀ ଦର୍ସ୍ୱାଲ, ରାଜ୍ୟ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟଙ୍କ ସମେତ କଟକ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀ, ଭୁବନେଶ୍ୱରକଟକ ପୁଲିସ୍କମିଶନର ଏସ୍ଦେବଦତ୍ତ ସିଂ ଏବଂ ପୁଲିସ୍ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ

ଆସନ୍ତା ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ସଂପର୍କରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଉପସ୍ଥାପନ କରିଥିଲେକଟକ ଜିଲ୍ଲାପାଳ ଉପସ୍ଥାପନ କରି କହିଥିଲେ ଯେ, ପ୍ରତିବର୍ଷ ବାଲିଯାତ୍ରାରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଉଛିଗତବର୍ଷ ୨୦୨୫ ବାଲିଯାତ୍ରାରେ ପ୍ରାୟ ୬୫ ଲକ୍ଷ ଦର୍ଶକଙ୍କ ସମାଗମ ହୋଇଥିଲାଗୋଟିଏ ଦିନ ସର୍ବାଧିକ ୧୨ ଲକ୍ଷ ଲୋକ ବାଲିଯାତ୍ରାକୁ ଦେଖିବାକୁ ଆସିଥିଲେ୩୯୬ ଭେଣ୍ଡିଂଜୋନ୍ ହେବା ସହିତ ବାଲିଯାତ୍ରାରେ ୪୦୦ କୋଟିରୁ ଅଧିକ ବ୍ୟବସାୟ ହୋଇଥିଲାକେବଳ ଓରମାସରେ ୫୭ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା୧୪୨୦ ଷ୍ଟଲ ବୁକିଂ ହୋଇଥିଲା ୨୪ଟି ରାଜ୍ୟରୁ ବ୍ୟବସାୟୀ ଅଂଶଗ୍ରହଣ କରିଥିଲେଚଳିତ ଥର ଇଣ୍ଡୋନେସିଆ ଅଂଶୀଦାର ଦେଶ ଭାବେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛିମହାନଦୀରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି

ବୈଠକରେ ଯାତାୟାତ ଓ ପଡ଼ିଆ ପରିଚାଳନା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥିଲାଚଳିତ ବର୍ଷ ବାଲିଯାତ୍ରା ଉଭୟ ଉପର ଓ ତଳ ପଡ଼ିଆରେ ହେବାକୁ ଥିବାସ୍ଥଳେ ଚହଟା ରୋଡ୍ର ଅଧାଅଂଶକୁ ସ୍ୱତନ୍ତ୍ର ପାର୍କିଂ ଅଞ୍ଚଳ ଭାବେ ନିର୍ଦ୍ଧାରିତ କରାଯାଇଛିପାର୍କିଂ ସ୍ଥଳରୁ ଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସୁବିଧା ପାଇଁ ଅଧିକ ବସ୍ସେବା ଯୋଗାଇ ଦିଆଯିବା ସଂପର୍କରେ ପ୍ରସ୍ତୁତି କରାଯିବ

ଶୃଙ୍ଖଳା, ସୁରକ୍ଷା ଓ ପରିବେଶକୁ ଦୃଷ୍ଟିରେ ରଖି ଏଥର ବାଲିଯାତ୍ରାକୁ ପାଳନ କରାଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତିସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୩ଟି ପରିବର୍ତ୍ତେ ୨ଟି ମଞ୍ଚ ପ୍ରସ୍ତୁତ କରାଯିବଆଞ୍ଚଳିକ ବ୍ୟବସାୟ ଓ କାରିଗରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓରମାସ ପକ୍ଷରୁ ମୋଟ ୫୦୦ଟି ଷ୍ଟଲ ସ୍ଥାପନ କରାଯିବଉଠା ଦୋକାନୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍ଏବଂ ହସ୍ତତନ୍ତ ଓ ହସ୍ତଶିଳ୍ପ ଷ୍ଟଲଗୁଡ଼ିକୁ ପ୍ରମୁଖ ସ୍ଥାନରେ ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛିଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ଐତିହ୍ୟର ପୁନରୁଦ୍ଧାର ପାଇଁଟେକିଂଇଟ୍ଟୁବାଲିପଦକ୍ଷେପ ସ୍ୱରୂପ ଇଣ୍ଡୋନେସିଆର ବାଲିକୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ପ୍ରେରଣ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛିଏହା ରାଜ୍ୟର ଶିଳ୍ପ, ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶା ଏବଂ ଇଣ୍ଡେନେସିଆର ଐତିହାସିକ ନୌବାଣିଜ୍ୟିକ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବଇଣ୍ଡୋନେସିଆର ବାଲିରୁ ସାଂସ୍କୃତିକ ଦଳ ଯୋଗଦେବା ନେଇ ଆଲୋଚନା ହୋଇଛି ବୈଠକରେ ବାଲିଯାତ୍ରାର ସୁଚାରୁ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପାଣ୍ଠି ମଞ୍ଜୁରୀ ସଂପର୍କରେ ଆଲୋଚନା ସହ ଆବଶ୍ୟକ ସଂଖ୍ୟକ ଅଧିକ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ମୁତୟନ, ଯନ୍ତ୍ରୀ ଓ ସୁରକ୍ଷା ଅଧିକାରୀ ନିୟୋଜନ କରାଯିବ। ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ବାଲିଯାତ୍ରା୨୦୨୬କୁ ଏକ ସଫଳ ଉତ୍ସବରେ ପରିଣତ କରିବାକୁ ମୁଖ୍ୟ ଶାସନ ସଚିବ ଆହ୍ୱାନ ଦେଇଛନ୍ତି

Leave a Reply

Your email address will not be published. Required fields are marked *