ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଆହ୍ୱାନ

ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ  ଯୋଗଦେଇ  ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ‘ସୁଭଦ୍ରା’ଯୋଜନାର ସଫଳ ଦୁଇ ବର୍ଷ ପୂରଣ ଅବସରରେ ସେପ୍ଟେମ୍ବର ୧୭ ସନ୍ଧ୍ୟା ୬:୦୦ ରୁ ୭:୦୦ ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ ଘରେ ଦୀପ ପ୍ରଜ୍ୱଳନ କରିବାକୁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାର ଅଗ୍ରଗତି ସମ୍ପର୍କରେ ପ୍ରକାଶ କରି ଉପମୁଖ୍ୟମନ୍ତ୍ରୀ…

ଓଡ଼ିଶାକୁ ଆସିବ ₹୨.୪୩ ଲକ୍ଷ କୋଟିର ନିବେଶ, ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଆମ ସରକାର ନିଜର ସର୍ବାଧିକ ସାମର୍ଥ୍ୟର ଉପଯୋଗ କରୁଛନ୍ତି ବୋଲି  UAE  ଗସ୍ତରୁ  ଫେରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି।  ସେ କହିଛନ୍ତି ଯେ ରାଜ୍ୟର ପୁଅ-ଝିଅ ପାଠପଢ଼ା ସାରିବା ପରେ ଯେପରି ନିଜ ମାଟିରେ ହିଁ ସମ୍ମାନଜନକ ନିଯୁକ୍ତି ପାଇପାରିବେ, ତାହା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ଏଥିପାଇଁ ଆରମ୍ଭରୁ ହିଁ ଶିଳ୍ପାୟନ ଅଭିଯାନକୁ ବ୍ୟାପକ କରାଯାଇଛି। ଭୁବନେଶ୍ୱର ବିମାନବନ୍ଦର…

୨୬ଟି ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ “ଡୁଆଲ୍ ମୋଡ୍ ଭୋକେସନାଲ୍ ଏଜୁକେସନ୍” କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କର୍ଯ୍ୟକରଣ ପ୍ରାଧିକରଣ (OSEPA) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ପାଇଁ ଆଜି ଆନୁଷ୍ଠାନିକ ଭାବେ ଏହାରଶୁଭାରମ୍ଭ କରାଯାଇଛି। ଓଡ଼ିଶାର ୨୦ଟି ଜିଲ୍ଲାର ୨୬ଟି ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ “ଡୁଆଲ୍ ମୋଡ୍ ଭୋକେସନାଲ୍ ଏଜୁକେସନ୍” କାର୍ଯ୍ୟକ୍ରମର ଆରମ୍ଭ ନିମନ୍ତେ ଭୁବନେଶ୍ୱରସ୍ଥିତ…

ୟୁଏଇରେ ବସବାସ କରୁଥିବା ଓଡ଼ିଆମାନଙ୍କ ଦୃଢ଼ ସାଂସ୍କୃତିକ ସମ୍ପର୍କକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଦୁବାଇ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦୁବାଇରେ ଓଡ଼ିଆ ପ୍ରବାସୀମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ବିଶେଷ ସମାବେଶରେ ୮୦୦ରୁ ଅଧିକ ଓଡ଼ିଆ ସମୁଦାୟର ସଦସ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ  ଓ ପାରମ୍ପରିକ ଲୋକନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶିତ ହୋଇଥିଲା। ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ୱାଦ ମଧ୍ୟ ଏହି ଉତ୍ସବରେ ଘରୋଇ ଆତ୍ମୀୟତା ଭରି ଦେଇଥିଲାl ଓଡ଼ିଆ ସମୁଦାୟର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ…

‘ସେବା ସେତୁ’, ମେଗା ବୃକ୍ଷରୋପଣ ଓ ‘ସ୍ୱଚ୍ଛତା ହି ସେବା’ ପ୍ରସ୍ତୁତିର ସମୀକ୍ଷା

ଭୁବନେଶ୍ୱର: ‘ସେବା ସଂକଳ୍ପ’ ଅଭିଯାନର ପ୍ରସ୍ତୁତି ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସରକାରୀ ଯୋଜନା ଓ ସେବାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ‘ସେବା ସେତୁ’, ‘ଏକ ପେଡ୍‌ ମା’ କେ ନାମ’ ଅଧୀନରେ ମେଗା ବୃକ୍ଷରୋପଣ ଏବଂ ‘ସ୍ୱଚ୍ଛତା ହି ସେବା ୨୦୨୬’ ପାଇଁ ପ୍ରସ୍ତୁତି ସମୀକ୍ଷା କରାଯିବା ସହ ତୃଣମୂଳସ୍ତରରେ…

ସେପ୍ଟେମ୍ବର ୧୭ରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟର ସମସ୍ତ ମହିଳା ହିତାଧିକାରୀମାନଙ୍କୁ ଆସନ୍ତା ୧୭ ତାରିଖ ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜ ଘରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହ୍ୱାନ ଦେଇଛନ୍ତି। ସେବା, କୃତଜ୍ଞତା ଏବଂ ମହିଳା ସଶକ୍ତୀକରଣର ପ୍ରତୀକ ସ୍ୱରୂପ ଏହି ଦୀପ ପ୍ରଜ୍ୱଳନ କରାଯିବ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ବାର୍ତ୍ତା  ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏଥିରେ ରାଜ୍ୟର ସ୍ୱୟଂ ସହାୟକ…

ରାଜସ୍ୱ ମନ୍ତ୍ରୀଙ୍କ ଦ୍ଵାରା ରାଜସ୍ୱ ପର୍ଷଦର ନୂତନ ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

ଭୁବନେଶ୍ୱର: ରାଜସ୍ୱ ପ୍ରଶାସନକୁ ଅଧିକ ସ୍ଵଚ୍ଛ, ସୁଗମ, ସୁସଂଗଠିତ ଓ ନାଗରିକମୁଖୀ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ଵରୁପ ରାଜସ୍ୱ ପର୍ଷଦ, ଓଡ଼ିଶାର ନୂତନ ୱେବସାଇଟ୍ ଏବଂ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ କରାଯାଇଛିl ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ନୂତନ ୱେବସାଇଟ୍ ଓ ଜର୍ଣ୍ଣାଲର ଶୁଭାରମ୍ଭ କରିଛନ୍ତିl ଏହି ଅବସରରେ ରାଜସ୍ୱ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁ, ରାଜସ୍ୱ ପର୍ଷଦର ସଚିବ ଲକ୍ଷ୍ମୀକାନ୍ତ ସେଠୀ ତଥା ରାଜସ୍ୱ ପ୍ରଶାସନର ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗର…

ଆଇଏଚସି  ଏବଂ ଅଦାନୀ ଗ୍ରୁପ୍‌ ସହିତ ନୂଆ ପ୍ରକଳ୍ପ ପାଇଁ  ବୁଝାମଣା ପତ୍ର ସ୍ୱାକ୍ଷର

ଆବୁଧାବି/ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶା ବିଦେଶୀ ନିବେଶ ଭାଗିଦାରୀକୁ ଆଗେଇ ନେଇଛି। ଏଥିରେ ଏକ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ, ୧୪ଟି ନୂଆ ପ୍ରକଳ୍ପ ପାଇଁ ଏମଓୟୁ ଏବଂ ସହଯୋଗ ଚୁକ୍ତି ବାଣିଜ୍ୟ ଓ ବନ୍ଦର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସେପ୍ଟେମ୍ବର ୮ ରୁ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତରେ ପ୍ରମୁଖ ବ୍ୟବସାୟୀ ଓ ନିବେଶକମାନେ ଏକାଠି ହୋଇଛନ୍ତି। ଆଇଏଚସି  ଏବଂ…

କଳାଜିରା ଧାନର ସ୍ୱାଭାବିକ ବାସ୍ନା ଓ ଗୁଣବତ୍ତା ବଜାୟ ରଖିବା ପାଇଁ ‘ଇରି’ବୈଷୟିକ ସହଯୋଗ ଯୋଗାଇଦେବ

ଭୁବନେଶ୍ୱର: ଲୋକସେବା ଭବନ ଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ବିଭାଗ କମିଶନର-ତଥା-ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ ଏବଂ ଫିଲିପାଇନ୍ସସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (IRRI)ର ମୁଖ୍ୟ ବୈଜ୍ଞାନିକ ଡ. ନେସେ ଶ୍ରୀନିବାସୁଲୁ ଓ ତାଙ୍କ ପ୍ରତିନିଧି ଦଳଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଟିମ୍‌ରେ IRRI ଓଡ଼ିଶାର ମୁଖ୍ୟ ଡ. ମୁକୁନ୍ଦ, ବୈଜ୍ଞାନିକ ଡ. ହମିଦା, ପ୍ରକଳ୍ପ…

ପୁଞ୍ଜି ଆକର୍ଷଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ବୃହତ୍ ନିବେଶକ ଓ ଶିଳ୍ପପତିଙ୍କ ସହିତ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସକୁ ପାଞ୍ଚ ଦିନିଆ ଗସ୍ତରେ ଯାଉଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ନିବେଶକ ଓ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ। ଏହାସହିତ ପ୍ରବାସୀ ଓଡ଼ିଆଙ୍କୁ ସମ୍ୱୋଧନ କରି ଓଡ଼ିଶାର ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା ସହିତ ଓଡ଼ିଶା ଏବଂ UAE ମଧ୍ୟରେ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେବାର କାର୍ଯ୍ୟକ୍ରମ…