‘ବେଆଇନ ନିଶା କାରବାର ରୋକିବା ଦିଗରେ ଅବକାରୀ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର : ବେଆଇନ ନିଶା ଓ ମାଦକ ଦ୍ରବ୍ୟ ଯୋଗୁଁ ଅନେକ ଧନଜୀବନ ହାନି ଘଟୁଛି। ଏହି କ୍ଷେତ୍ରରେ ଅବକାରୀ ବିଭାଗର ଦାୟିତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ। ବେଆଇନ ନିଶା ଓ ମାଦକ କାରବାରକୁ ରୋକିବା ଏବଂ ନିୟମିତ ଚଢ଼ାଉ କରିବା ଦିଗରେ ଅବକାରୀ ବିଭାଗ ଅଧିକାରୀ ଏବଂ କର୍ମଚାରୀମାନେ ଗତ ଦୁଇବର୍ଷ ମଧ୍ୟରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରି ଓଡ଼ିଶାକୁ ବେଆଇନ ନିଶାମୁକ୍ତ ରାଜ୍ୟ ଭାବେ…

ଓଡ଼ିଶା ଦେଶର ପ୍ରମୁଖ ସ୍କିଲିଂ ହବ୍ ଭାବେ ଉଭା ହେଉଛି : ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଦ୍ରୁତ ଗତିରେ ଦେଶର ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର  ଭାବେ ଉଭା ହେଉଛି। କୋଲକାତାରେ ଆୟୋଜିତ ଆଞ୍ଚଳିକ କୌଶଳ ମନ୍ତ୍ରୀ ସମ୍ମିଳନୀ ‘କୌଶଳ ମନ୍ଥନ’ରେ ଯୋଗଦେଇ ଏହା କହିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟବର ମନ୍ତ୍ରୀଗଣ ଏବଂ ବରିଷ୍ଠ…

ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ପାଠ୍ୟପୁସ୍ତକ ପ୍ରଦାନ କରାଯିବ

ଭୁବନେଶ୍ୱର: ୮୦ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଅନ୍ୟତମ ଅତିଥି ରୂପେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ ଡିଜି ୱାଇ ବି ଖୁରାନିଆ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ହେମନ୍ତ ଶର୍ମା, ଏନ୍‌ସିସି…

ସାଇବର ସୁରକ୍ଷା ନେଇ ଜନସଚେତନତା ଅଭିଯାନ: ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ପୋଲିସ କର୍ମଚାରୀଙ୍କ ଅଂଶଗ୍ରହଣ

କଟକ: ସମାଜରେ ବଢ଼ୁଥିବା ସାଇବର ଅପରାଧର ମୁକାବିଲା କରିବା ସହ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସୁରକ୍ଷିତ, ସଚେତନ ଓ ଦାୟିତ୍ୱବାନ ଡିଜିଟାଲ୍ ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗରେ ଆଜି ଏକ ବୃହତ୍ ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ବ୍ୟାପକ ଅଭିଯାନରେ ରାଜ୍ୟର…

୨,୭୧୧ ପ୍ୟାକ୍ସ/ଲ୍ୟାମ୍ପସ୍‌ର ୫,୪୨୨ ଜଣ ଅଧିକାରୀ IT ଦକ୍ଷତା ବୃଦ୍ଧିରେ ହେବେ ପ୍ରଶିକ୍ଷିତ

ଭୁବନେଶ୍ୱର: ଓଡ଼ିଶାର ସମବାୟ କ୍ଷେତ୍ରକୁ ଅଧିକ ଆଧୁନିକ, ପ୍ରଯୁକ୍ତିନିର୍ଭର, ସ୍ୱଚ୍ଛ, ଦକ୍ଷ ଓ ଆତ୍ମନିର୍ଭର କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀଙ୍କ ପାଇଁ OS-CIT ମାଧ୍ୟମରେ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଲୋକସେବା ଭବନସ୍ଥିତ ଷ୍ଟେଟ କନଭେନସନ ସେଣ୍ଟରରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ…

‘ବିଶ୍ୱବିଦ୍ୟାଳୟଗୁଡିକ ନିଜ ଅଞ୍ଚଳରେ ଆବଶ୍ୟକତା ଭିତ୍ତିକ ପ୍ରଶିକ୍ଷଣ ଓ ଔଦ୍ୟୋଗିକ ସୁଯୋଗ ସୃଷ୍ଟି କରନ୍ତୁ’

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟଗୁଡିକ ନିଜ ଅଞ୍ଚଳର ଅନ୍ତତ ଗୋଟିଏ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ସ୍ଥାନୀୟ ଲୋକଙ୍କ ଦକ୍ଷତା ଓ ସମ୍ଭାବନା ଚିହ୍ନଟ କରିବା ସହ ଆବଶ୍ୟକତା ଭିତ୍ତିକ ପ୍ରଶିକ୍ଷଣ ଓ ଔଦ୍ୟୋଗିକ ସୁଯୋଗ ସୃଷ୍ଟି କରନ୍ତୁ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲାର ଜଟଣୀସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନଙ୍କ ପାଇଁ ଆୟୋଜିତ ଏକ ଦିନିକିଆ ଅଭିଜ୍ଞତା ବିନିମୟ…

ଓଡ଼ିଶାକୁ ପ୍ରମୁଖ ଟେକ୍ନୋଲୋଜି ଓ ନବସୃଜନ ହବ୍ କରିବା ପାଇଁ ନିରନ୍ତର ପ୍ରୟାସ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ NITKAL ଏଣ୍ଟରପ୍ରାଇଜ୍ ସର୍ଭିସେସ୍‌ର କ୍ୟାମ୍ପସରେ ଜାପାନୀଜ୍ SAP ସଫ୍ଟୱେର ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର (GCC) ସହିତ AI, ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଉଦ୍‌ଘାଟନ ହୋଇଛି। ଏହି ଅବସର ଓଡ଼ିଶାରେ ଆଧୁନିକ ପ୍ରଯୁକ୍ତି, ନବସୃଜନ ଓ ଶିଳ୍ପଭିତ୍ତିକ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି। ଏହି ନୂତନ ପଦକ୍ଷେପ ଓଡ଼ିଶାର ବଢ଼ୁଥିବା ପ୍ରଯୁକ୍ତିଗତ ସାମର୍ଥ୍ୟ ଓ ନିବେଶ ପାଇଁ ରାଜ୍ୟର ଅନୁକୂଳ ପରିବେଶକୁ ପ୍ରତିଫଳିତ କରୁଛି। କୃତ୍ରିମ…

‘ପୁସ୍ତକ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି’

ଭୁବନେଶ୍ୱର: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ ହୋଇଯାଇଛି। ଜାତୀୟ ଗ୍ରନ୍ଥାଗାରିକ ଦିବସ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀମାନେ ଗ୍ରନ୍ଥାଗାର ବିଜ୍ଞାନର ଜନକ ପଦ୍ମଶ୍ରୀ ଏସ.ଆର. ରଙ୍ଗନାଥନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସ୍ମିତା ମହାନ୍ତି ଓ ଅର୍ଥ ପରାମର୍ଶ ଦାତା ତଥା ଯୁଗ୍ମ ଶାସନ ସଚିବ ପ୍ରମୋଦ କୁମାର ମଣ୍ଡଳ ଅତିଥି ଭାବେ…

ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନିଅନ୍ତୁ: ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନେବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତିI ଏତତବ୍ୟତୀତ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା, ଅକ୍ଷୟ ଶକ୍ତିର ପ୍ରସାର, ସ୍ଥାୟୀ କୃଷି ଓ ରୋଜଗାର ସୃଷ୍ଟି ଦିଗରେ ଯୁବପିଢ଼ି କାର୍ଯ୍ୟ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି। ସୋମବାର ଦିନ ଜଟଣୀସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡ଼ିଶା କନଫରେନ୍ସ ଅଫ ୟୁଥ (OCOY) ୪.୦ କୁ ମୁଖ୍ୟ ଅତିଥି…

IIRF ରାଙ୍କିଂ -୨୦୨୬ରେ ଏସସିବି ମେଡିକାଲ କଲେଜ ୧୫ତମ

ଭୁବନେଶ୍ୱର: ରାଜ୍ୟର ଚିକିତ୍ସା ଶିକ୍ଷା, ଗବେଷଣା ଓ ଉତ୍ତମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ଏକ ଗୌରବମୟ ସଫଳତା। ଇଣ୍ଡିଆନ ଇନ୍ଷ୍ଟିଟ୍ୟୁସିନାଲ ରାଙ୍କିଂ ଫ୍ରେମୱାର୍କ ( Indian Institutional Ranking Framework) (IIRF)-୨୦୨୬ରେ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି। କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ୧୫ତମ ସ୍ଥାନ, ବୁର୍ଲାସ୍ଥିତ ଭିମସାର ୬୪ତମ ସ୍ଥାନ ଏବଂ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ୭୪ତମ…