ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଶେଷ

ଭୁବନେଶ୍ୱର: ବିହାର ସରକାରଙ୍କ କ୍ରୀଡ଼ା ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରେୟସୀ ସିଂହଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଭୁବନେଶ୍ୱରରେ ଅବସ୍ଥିତ କଳିଙ୍ଗ ଷ୍ଟାଡିୟମରେ  ଶେଷ ହୋଇଛି। ଗସ୍ତର ଶେଷ ଦିନରେ ସେ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଦୁଇ ରାଜ୍ୟ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ, ଖେଳାଳିଙ୍କ ଆଦାନପ୍ରଦାନ, କ୍ରୀଡ଼ା ବିଜ୍ଞାନର ବ୍ୟବହାର ଏବଂ ତୃଣମୂଳ ସ୍ତରରୁ ନୂଆ ପ୍ରତିଭା ଖୋଜିବା ଉପରେ ଏହି ବୈଠକରେ…

ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ : ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମ ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୭ଟି ବିଶ୍ୱ ବିଦ୍ୟାଳୟ ଓ ୮ଟି ସରକାରୀ ମହାବିଦ୍ୟାଳୟ ସର୍ବମୋଟ ୧୫ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମ ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଛି। ଅନୁଷ୍ଠିତ ହୋଇଥିବା ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଭାସୀ ମାଧ୍ୟମରେ ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।…

‘ଆର୍ମି ଏୟାର ଡିଫେନ୍ସ କଲେଜ ଦେଶର ପ୍ରମୁଖ ପ୍ରତିରକ୍ଷା ତାଲିମ ପ୍ରତିଷ୍ଠାନ’

ଭୁବନେଶ୍ୱର: ପ୍ରତିରକ୍ଷା ଗବେଷଣା, ନବସୃଜନ ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଓ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ଅଧିକ ସମନ୍ୱୟ ଓ ଆବଶ୍ୟକତା ଉପରେ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତିI ଶୁକ୍ରବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍‌ରେ ଆୟୋଜିତ ଏକ ବୈଠକର ଅଧ୍ୟକ୍ଷତା କରି ରାଜ୍ୟପାଳ ଆର୍ମି ଏୟାର ଡିଫେନ୍ସ କଲେଜ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ସମୀକ୍ଷା…

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କର ଚାରିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପନ୍ନ

ଭୁବନେଶ୍ୱର: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ (State Institute for Women and Children), ଲକ୍ଷ୍ମୀସାଗର, ଭୁବନେଶ୍ୱରଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO), ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (CDPO), ପ୍ରକଳ୍ପ ଅଧିକାରୀ (PO) ଓ ଜିଲ୍ଲାସ୍ତରୀୟ ଆକାଉଣ୍ଟସ (accounts)  ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ପାଇଁ “Finance, Accounts & Service related matters (ଆର୍ଥିକ, ହିସାବରକ୍ଷଣ ଓ ସେବା ସମ୍ବନ୍ଧୀୟ ବିଭିନ୍ନ…

ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଶିକ୍ଷା କ୍ଷେତ୍ର ବୈଠକମାଳାରେ ୧୧ଟି ବ୍ରିକ୍ସ ସଦସ୍ୟ ଦେଶର ୮ ଶିକ୍ଷାମନ୍ତ୍ରୀଙ୍କ ସହ  ୪୦ ଜଣ ବରିଷ୍ଠ ପଦାଧିକାରୀ ଅଂଶଗ୍ରହଣ କରିବେ

ଭୁବନେଶ୍ୱର: ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଶିକ୍ଷାକ୍ଷେତ୍ର ବୈଠକମାଳା ( ବ୍ରିକ୍ସ ଇଣ୍ଡିଆ ଚେୟାରସିପ୍ ଏଜୁକେସନ ଟ୍ରାକ୍ ମିଟିଙ୍ଗ୍ସ) ଅନୁଷ୍ଠିତ ହେବ। ଏହି ଆନ୍ତର୍ଜାତୀୟସ୍ତରୀୟ ବୈଠକର ସୁପରିଚାଳନା ଓ ସଫଳ ଆୟୋଜନ ନେଇମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହୋଟେଲ ମେ ଫେୟାର ଲାଗୁନ୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି  କାର୍ଯ୍ୟକ୍ରମରେ ୧୧ଟି ବ୍ରିକ୍ସ ସଦସ୍ୟ…

୨୪୦ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର:  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦୁଇଟି ପର୍ଯ୍ୟାୟରେ ଚାଲିଥିବା ଦିଗଦର୍ଶନ କର୍ମଶାଳା ଉଦଯାପିତ ହୋଇଛି। ଶିରିପୁରସ୍ଥିତି ଇମେଜ୍ ଠାରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨୪୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉଦଯାପନୀ ଅଧିବେଶନରେ ଅତିରିକ୍ତ ନିର୍ଦ୍ଦେଶକ ବିନିତା ସେନାପତି, ଯୁଗ୍ମ…

ବିଚ୍ଛିନ୍ନାଞ୍ଚଳ, ସୀମାନ୍ତ ଓ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ବିକାଶ ଉପରେ ଗୁରୁତ୍ୱରୋପ

ଭୁବନେଶ୍ୱର: ବିଧାନସଭାରେ ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀଙ୍କର ଉନ୍ନତି ପାଇଁ ଗଠିତ ଗୃହକମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ ରାଜ୍ୟ ବାହାରେ ବିଚ୍ଛିନ୍ନାଞ୍ଚଳ, ସୀମାନ୍ତ ଓ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେସବୁ ଅଞ୍ଚଳରେ ଥିବା ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତିକରଣ, ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକ ଯୋଗାଣ ଆଦି ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।…

କୃତ୍ରିମ ବୁଦ୍ଧିମତାର ସଠିକ କାର୍ଯ୍ୟାନ୍ଵୟନ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ “କୃତ୍ରିମ ବୁଦ୍ଧିମତା (ଏଆଇ) ଉପରେ ଦକ୍ଷତା ବିକାଶ” କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି। ଏହି କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ. ବି ରାଉତ, ଆଇଆଇଟି ମାଡ୍ରାସର ଶିକ୍ଷାବିତ୍‌ ଏସ. ନିଥି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ…

ବାଘ ସୁରକ୍ଷା ସଚେତନତା ଓ ସଂରକ୍ଷଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଅନ୍ତର୍ଜାତୀୟ ବାଘ ଦିବସ–୨୦୨୬ ଅବସରରେ ବିଭିନ୍ନ ସଚେତନତା, ଶିକ୍ଷାମୂଳକ ଓ ସଂରକ୍ଷଣଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାଘ ସଂରକ୍ଷଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଏବଂ ବନ୍ୟଜନ୍ତୁ ସୁରକ୍ଷାରେ ସାଧାରଣ ଲୋକଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ…

୨୭ ଜୁଲାଇରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ଚଏସ୍‌ ଲକିଙ୍ଗ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।  ଦୁଇ ବର୍ଷିଆ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ କରାଯିବ। ୨୭ ଜୁଲାଇ ଅପରାହ୍ନ ୩.୦୦ ଘଟିକା ଠାରୁ ୫ ଅଗଷ୍ଟ ରାତି ୧୧.୪୫ ଘଟିକା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟଲକୁ ଯାଇ ନିଜ ପସନ୍ଦର ଉଚ୍ଚଶିକ୍ଷାନୁଷ୍ଠାନରେ ଆଡ଼ମିଶନ ପାଇଁ ଚଏସ୍‌…