ପିଜି ଆଡ଼ମିଶନ ପାଇଁ ୨୭ ଜୁଲାଇରୁ ୨ ଅଗଷ୍ଟ ପର୍ଯ୍ୟନ୍ତ ଚଏସ୍‌ ଲକିଙ୍ଗ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ (ପିଜି) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟର ମାର୍କ ଆଧାରରେ କରାଯିବ। ୨୭ ଜୁଲାଇ ଅପରାହ୍ନ ୩.୦୦ ଘଟିକା ଠାରୁ ୨ ଅଗଷ୍ଟ ରାତି ୧୧.୪୫ ଘଟିକା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟଲକୁ ଯାଇ ନିଜ ପସନ୍ଦର ଉଚ୍ଚଶିକ୍ଷାନୁଷ୍ଠାନରେ ଆଡ଼ମିଶନ ପାଇଁ ଚଏସ୍‌ ଲକିଙ୍ଗ କରିପାରିବେ। ଅଗଷ୍ଟ ୭ ତାରିଖ ଅପରାହ୍ନ ୪.୦୦…

ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଷଷ୍ଠ ସଂସ୍କରଣ : ରାଜନୀତି ବିଜ୍ଞାନର ପିଜିଟି ପ୍ରଶିକ୍ଷଣ ନେବେ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଶିରିପୁରସ୍ଥିତି ଇମେଜ୍ ଠାରେ ରାଜନୀତି ବିଜ୍ଞାନ, ସଂସ୍କୃତ ଓ ଅର୍ଥଶାସ୍ତ୍ରର ୧୨୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଦଘାଟନୀ ଅଧିବେଶନରେ ୟୁନିସେଫ୍ ର ରାଜ୍ୟ ଶିକ୍ଷା ବିଶେଷଜ୍ଞ ଲଳିତା…

ବିଭିନ୍ନ ସୁପର ସ୍ପେଶିଆଲିଟି ବିଭାଗରେ ୧୫୨ଟି ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ ପଦବୀ ମଞ୍ଜୁର

ଭୁବନେଶ୍ଵର: ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ତରଫରୁ  ୧୫୨ଟି ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ,ସିନିୟର ରେସିଡେଣ୍ଟ ପଦବୀ ଗୁଡିକ ବିଭିନ୍ନ ସରକାରୀ ମେଡିକାଲ କଲେଜ ପାଇଁ ଅନୁମୋଦିତ ହୋଇଛି। ଏସବୁ ପଦବୀ ସୁପର ସ୍ପେଶିଆଲିଟି ବିଭାଗ ଅନ୍ତର୍ଗତ। ମଞ୍ଜୁର ପଦବୀ ଗୁଡିକ ମଧ୍ୟରେ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ ,ସ୍ନାୟୁ…

କଟକ ରେଭେନସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ସର୍ବାଧିକ କଟଅଫ୍ ୭୮.୦୦%

ଭୁବନେଶ୍ୱର: ୨୦୨୬-୨୭ ଶିକ୍ଷାବର୍ଷ ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକାରେ ମୋଟ ୪୬,୫୭୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଚୟନ ପ୍ରକ୍ରିୟା ସମୟରେ ୮୭,୫୪୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୬,୫୭୦ ଜଣଙ୍କୁ ଚୟନ କରାଯାଇଛି। ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୨୫,୮୭୪ ଜଣ ସ୍ଲାଇଡ୍-ଅପ୍ ଅନୁରୋଧ ମାଧ୍ୟମରେ ନାମଲେଖଛନ୍ତି। ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାରେ ସର୍ବାଧିକ ୩୨,୭୮୨ ଜଣ ନାମ ଲେଖାଇଛନ୍ତି, ଏହାପରେ ବିଜ୍ଞାନରେ ୧୧,୨୯୭ ଜଣ, ବାଣିଜ୍ୟରେ ୨,୦୮୩ ଜଣ,  ଧନ୍ଦାମୂଳକରେ…

ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଗୁଣାତ୍ମକ ମାନ ବଜାୟ ରଖି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଉନ୍ନତ, ଆଧୁନିକ ଓ ରୋଗୀ-ଅନୁକୂଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଠନ ଦିଗରେ ରାଜ୍ୟ ସରକାର ପ୍ରତିବଦ୍ଧ ରହିଛନ୍ତି। ଏହି ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଆଜି କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ପ୍ରକଳ୍ପ ଭିତ୍ତିଭୂମି, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ଚାଲିଥିବା ସମ୍ପ୍ରସାରଣ କାର୍ଯ୍ୟର ଅଗ୍ରଗତିର ବିସ୍ତୃତ ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ମନ୍ତ୍ରୀ ନୂତନ ନିର୍ମାଣଧୀନ ହସ୍ପିଟାଲ…

‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ଅନୁନ୍ନତ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ଅନ୍ତର୍ଭୁକ୍ତିମୂଳକ ବିକାଶ ଅପରିହାର୍ଯ୍ୟ’

ଭୁବନେଶ୍ୱର: ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ଅନ୍ତର୍ଭୁକ୍ତିମୂଳକ ବିକାଶ ଅପରିହାର୍ଯ୍ୟ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ସୋମବାର ଲୋକ ଭବନର ନ୍ୟୁ ଅଭିଷେକ ହଲ ଠାରେ ‘ପିଭିଟିଜିସ ଅଫ ଓଡ଼ିଶା – ୱେ ଆହେଡ଼’ ଶୀର୍ଷକ ଏକ ଦିବସୀୟ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I ଏହି ସମ୍ମିଳନୀରେ ଓଡ଼ିଶାର ପ୍ରଥମ ମହିଳା ଡ଼. ଜୟଶ୍ରୀ…

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୱାର୍ଡେନ ଦକ୍ଷ, ସମ୍ବେଦନଶୀଳ ହେବାକୁ ପରାମର୍ଶ

ଭୁବନେଶ୍ୱର: କେଜିବିଭି ୱାର୍ଡେନଙ୍କ ନିମନ୍ତେ ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନଠାରେ ପାଞ୍ଚଦିବସୀୟ ପ୍ରଶିକ୍ଷଣ ଶୁଭାରମ୍ଭ ହୋଇଯାଇଛି।  ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ (NIEPA), ନୂଆଦିଲ୍ଲୀ ଏବଂ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଓଡ଼ିଶାର ମିଳିତ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ସଙ୍ଗୀତା ବେହେରା ଯୋଗଦେଇ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV)ର ୱାର୍ଡେନମାନଙ୍କୁ ଦକ୍ଷ, ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଏଥିସହ  ଛାତ୍ରୀମାନଙ୍କ ପାଇଁ…

ଜନଜାତିଙ୍କ ବିକାଶ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ଆମ ସରକାର ଆସିବା ପରେ ସମାଜର ସବୁ ବର୍ଗର ଉନ୍ନତି ପାଇଁ ପଦକ୍ଷେପ ନେବା ସହିତ ଆଦିବାସୀମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନିଆଯାଇଛି। ଆମ ପାଇଁ ରାଜନୀତି କ୍ଷମତା ଭୋଗ କରିବାର ମାଧ୍ୟମ ନୁହେଁ, ବରଂ ଅନ୍ତିମ ଧାଡିରେ ଥିବା ଗରିବ ଲୋକର ସେବା କରିବାର ମାଧ୍ୟମ, ଯାହାକୁ ଆମେ ଅନ୍ତ୍ୟୋଦୟ କହୁ। ତେଣୁ, ଆପଣମାନେ ଅନ୍ତିମ ଧାଡି ପର୍ଯ୍ୟନ୍ତ ପହଞ୍ଚି, ଲୋକଙ୍କ ପାଇଁ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ…

ଯୁବ ଦକ୍ଷତା ଭାରତର ଶକ୍ତି, ଯୁବ ସଫଳତା ଭାରତର ଗର୍ବ: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାକୁ ସାରା ଦେଶରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ଯୁବ ଦକ୍ଷତା ଦିବସ ସମାରୋହ ପାଳନ ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। ବିଶ୍ବ ଯୁବ ଦକ୍ଷତା ଦିବସ ଅବସରରେ ମନ୍ତ୍ରୀ…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନ, ସାହସ, କରୁଣା ଓ ନିଃସ୍ୱାର୍ଥପର ସେବା ପିଢ଼ି ପିଢ଼ିକୁ  ପ୍ରେରଣା ଯୋଗାଇବ: ରାଜ୍ୟପାଳ

ଭୁବନେଶ୍ୱର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନ ସାହସ, କରୁଣା ଓ ନିଃସ୍ୱାର୍ଥପର ସେବା ପିଢ଼ି ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ବୋଲି ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ମଙ୍ଗଳବାର ଦିନ କଟକ ସହିଦ ଭବନଠାରେ ଲୋକ ସେବକ ମଣ୍ଡଳ ଓ ସମାଜର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ବର୍ଷିକୀ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଜ୍ୟପାଳ ଏହା କହିଛନ୍ତି। ଉତ୍କଳମଣି ପଣ୍ଡିତ…