ଏକା ସାଙ୍ଗରେ ଯୁକ୍ତ ଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକା ସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ  ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଚଳିତ ବର୍ଷ ସମୁଦାୟ ପାସ୍ ହାର ୮୫.୮୫ ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ପାସ୍ ହାର ୮୮.୮୨ ପ୍ରତିଶତ, କଳାରେ ୮୪.୫୦ ପ୍ରତିଶତ, ବାଣିଜ୍ୟରେ ପାସ୍ ହାର ୮୮.୦୭…

ଭୁବନେଶ୍ୱରରେ ଇ.ଏସ.ଆଇ ମେଡିକାଲ କଲେଜ ପ୍ରତିଷ୍ଠା ହେବ

ଭୁବନେଶ୍ୱର: ଭୁବନେଶ୍ୱରର ଅନ୍ଧାରୁଆଠାରେ ଇ.ଏସ.ଆଇ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୧୮.୦୫.୨୦୨୬ ରିଖରେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ (ଇ.ଏସ୍.ଆଇ.ସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଏହି ବୃହତ ପ୍ରକଳ୍ପର ସ୍ଥାୟୀ ଭିତ୍ତିଭୂମି ଅନ୍ଧାରୁଆଠାରେ ନିର୍ମାଣ ହେବାକୁ ଥିବାବେଳେ, ମେଡିକାଲ କଲେଜର କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ପାଇଁ ବର୍ତ୍ତମାନ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ଇ.ଏସ୍.ଆଇ…

ଓଡ଼ିଶା ଲୋକସେବା ଅଧିକାର ଆଇନ ଏବଂ ‘ଆମ ସାଥୀ’ ଏକୀକୃତ ହ୍ୱାଟ୍ସଆପ୍ ବଟ୍  ସମ୍ପର୍କିତ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବେନେଶ୍ୱର: ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ (ସିଏମଜିଆଇ) ପକ୍ଷରୁ ଓଡ଼ିଶା ଲୋକସେବା ଅଧିକାର ଆଇନ ଏବଂ ‘ଆମ ସାଥୀ’ଏକୀକୃତ ହ୍ୱାଟ୍ସଆପ୍ ବଟ୍  ସମ୍ପର୍କିତ  ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଲୋକ ସେବା ଭବନ ସ୍ଥିତ କନଭେନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛିl ଇଣ୍ଡିଆନ ଚାମ୍ବର ଅଫ କମର୍ସ ଭାରତୀୟ ମହିଳା ଉଦ୍ୟମୀ ପରିଷଦ ( ଆଇଏନଡବ୍ଲୁଇସି )ର ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେl  ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ଯୋଗଦେଇ…

‘ଶିକ୍ଷା ଏବଂ ଦକ୍ଷତା ବିକାଶରେ ଅଧିକ ନିବେଶ ଦ୍ୱାରା ବିକଶିତ ଓଡ଼ିଶା ଗଠନ ସମ୍ଭବ’

ଭୁବନେଶ୍ୱର: ଶିକ୍ଷା ହେଉଛି ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବାର ଚାବିକାଠିI  ଶିକ୍ଷା ଏବଂ ଦକ୍ଷତା ବିକାଶରେ ଅଧିକ ନିବେଶ ଦ୍ୱାରା ଏକ ବିକଶିତ ଏବଂ ଭବିଷ୍ୟତ ପ୍ରସ୍ତୁତ ଓଡ଼ିଶା ଗଠନ ସମ୍ଭବ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ବୁଧବାର ଦିନ ଭୁବନେଶ୍ୱର ଠାରେ ନ୍ୟୁଜ ୧୮ ଦ୍ୱାରା ଆୟୋଜିତ ଏଜୁକେସନ ଏମିନେନ୍ସ କନକ୍ଳେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I ଏହି…

ମେଧାବୀ ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ଉତ୍ସାହିତ କଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର / ଝାରସୁଗୁଡ଼ା: ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଝାରସୁଗୁଡ଼ା ଜିଲ୍ଲାର ଏ ୱାନ୍ ଗ୍ରେଡ୍ ରଖିଥିବା ଅର୍ଥାତ୍ ଶତକଡ଼ା ନବେ ପ୍ରତିଶତରୁ ଅଧିକ ରଖିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛିl ଏଥିରେ ମୁଖ୍ୟ ଅତିଥି ଭାବେ ଲୋକସେବା ଭବନରୁ ଆଭାସୀ ମାଧ୍ୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ବାର୍ତ୍ତାଳାପ…

 ମହିଳା ସୁବାହକ ଭାନୁପ୍ରିୟା ବେହେରାଙ୍କୁ କାର୍ ଚାବି ହସ୍ତାନ୍ତର

ଭୁବନେଶ୍ୱର: ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସହ ପରିବହନ କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ‘ଆତ୍ମନିର୍ଭର ମହିଳା ସୁବାହକ’ (ଆମ ସୁବାହକ) ଯୋଜନା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଉ ଜଣେ ହିତାଧିକାରୀ ଭାନୁପ୍ରିୟା ବେହେରାଙ୍କୁ ନୂତନ ଗାଡ଼ିର ଚାବି ହସ୍ତାନ୍ତର କରାଯାଇଛି। ଭାନୁପ୍ରିୟା ୨୦୧୯ରେ ଛତିଆ ସ୍ଥିତ ‘ଯାନ ଚାଳନା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ’(IDTR)ରୁ ପ୍ରଶିକ୍ଷଣ ଗ୍ରହଣ…

ଜୁଭେଣ୍ଟିକା- ୫୫୫ ପୋଲିସ ଥାନାରେ ଅଂଶଗ୍ରହଣ କଲେ ୧୫,୦୦୦ରୁ ଅଧିକ  କିଶୋର-କିଶୋରୀ

ଭୁବନେଶ୍ଵର: ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନଠାରେ ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫର ମିଳିତ ସହଯୋଗରେ ପ୍ରୟାସରେ “ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ”ଅନୁଷ୍ଠିତ ହୋଇଛି। ଏହି ଅବସରରେ  ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ  “JUVENTICA” ମାଧ୍ୟମରେ ଓଡ଼ିଶା ପୋଲିସ ଶିଶୁ ଓ କିଶୋର-କିଶୋରୀମାନଙ୍କ ପାଇଁ ପୋଲିସ ବ୍ୟବସ୍ଥାକୁ ଅଧିକ…

ଅଙ୍ଗନୱାଡ଼ି କେନ୍ଦ୍ରର ବିକାଶ ପାଇଁ ରାଜ୍ୟର ସମସ୍ତ ବିଧାୟକଙ୍କୁ ଚିଠି ଲେଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ଶିଶୁ ବିକାଶ ଧାରାକୁ ଅଧିକ ବ୍ୟାପକ କରିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକମାନଙ୍କୁ ପତ୍ର ଲେଖିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବରେ ସେ ନିର୍ବାଚନମଣ୍ଡଳୀଗୁଡ଼ିକରେ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ ଓ ଏହାର ବିକାଶ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ସମସ୍ତ ଜନପ୍ରତିନିଧିଙ୍କୁ ଆହ୍ୱାନ କରିଛନ୍ତି। ବିଶେଷ କରି ନିଜ ନିଜର ନିର୍ବାଚନମଣ୍ଡଳୀରେ ଚାଲୁଥିବା କାର୍ଯ୍ୟରେ…

‘ଓଡ଼ିଶୀ ସଂସ୍କୃତିକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟ ନେଇ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ’

ଭୁବନେଶ୍ୱର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଇଣ୍ଟର୍ନସିପ୍ ଆଡ଼ଭାନ୍ସ କୋର୍ସରେ ୨୦୨୬-୨୮ ଶିକ୍ଷାବର୍ଷ ପାଇଁ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଣ୍ଟର୍ନସିପ୍ ଆଡ଼ଭାନ୍ସ କୋର୍ସରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ସଙ୍ଗୀତ, ମର୍ଦ୍ଦଳ ଓ ସୀତାର ବାଦନରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ମାସିକ ୫,୦୦୦ ଟଙ୍କା ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ…

ସଂସ୍କୃତି ଓ ଶିକ୍ଷାର ଅପୂର୍ବ ସମନ୍ବୟ ହେଉଛି ଓଡିଶା- କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (NEP-2020) ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ  କନଭେନସନ ସେଣ୍ଟର ଠାରେ  ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ଭାବେ ଗଢ଼ିତୋଳିବାକୁ ଏକ ଦୂରଦର୍ଶୀ ରୋଡ୍‌ମ୍ୟାପ୍ ଉପସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବହୁ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଥିବା…