‘ରାଜସ୍ୱ ବିଭାଗ ପାଠାଗାର ବିଭାଗୀୟ ଅଧିକାରୀମାନଙ୍କ ଦକ୍ଷତା ବିକାଶ କରିବ’

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ପାଠାଗାରକୁ ମନ୍ତ୍ରୀ ସୁରେଶ ପୂଜାରୀ ଉଦଘାଟନ କରିଛନ୍ତିl ଏହି ଅବସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ପାଠାଗାରରେ ଥିବା ସମ୍ବିଧାନ ପୁସ୍ତକର କିଛି ପୃଷ୍ଠା ପଢିବା ସହ ପାଠାଗାରର ପ୍ରଥମ ପାଠକ ଭାବେ ରେଜିଷ୍ଟରରେ ମନ୍ତବ୍ୟ ଲେଖିବା ସହ ଦସ୍ତଖତ କରିଥିଲେl ରାଜସ୍ୱ ବିଭାଗରେ ଏହି ପାଠାଗାର ବିଭାଗୀୟ ଅଧିକାରୀମାନଙ୍କ ଦକ୍ଷତା ବିକାଶ କରିବା ସହ ଉଭୟ ବ୍ୟକ୍ତିଗତ ଏବଂ ପ୍ରଶାସନିକ ସ୍ତରରେ ଖୁବ୍ ଉପଯୋଗୀ…

ପିଲାଙ୍କ ପାଠ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ହାତଧରି ଲେଖାଇଲେ ମା, ‘ବାପା’

ଭୁବନେଶ୍ୱର : ରାଜ୍ୟର ପ୍ରତି ଗାଁରେ, ପ୍ରତି ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ରାଜ୍ୟ ସ୍ତରୀୟ  ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଭୁବନେଶ୍ୱର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଖଡି ଓ ସିଲଟରେ ମା’ଓ ବାପା ଶବ୍ଦ ଲେଖାଇ ପାଠପଢା…

‘ଟିମ୍ ଓଡ଼ିଶା’କୁ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ ପଦକ

ଭୁବନେଶ୍ଵର: ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର ନୋଏଡାର ‘ଇଣ୍ଡିଆ ଏକ୍ସପୋ ସେଣ୍ଟର’ଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ‘ଇଣ୍ଡିଆ ସ୍କିଲ୍ସ’ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ…

“ସୁନ୍ଦର, ସକ୍ଷମ, ସୁଦୃଢ଼ ଅଙ୍ଗନବାଡ଼ି ଆମର ଲକ୍ଷ୍ୟ”: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର:  ଓଡ଼ିଶାର ୩୦ଟି ଜିଲ୍ଲାରେ ନିର୍ମିତ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର (AWC) ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କେନ୍ଦ୍ରଗୁଡ଼ିକୁ ଉଦ୍‌ଘାଟନ କରିଥିବାବେଳେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ…

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଆରମ୍ଭ ହୋଇଥିବା ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପାଇଁ ଜାଗା ନିରୁପଣ, ବିଦ୍ୟାଳୟ ବିଲ୍‌ଡିଂର ଢାଞ୍ଚା ଏବଂ ଏଥିନିମନ୍ତେ ଆବଶ୍ୟକୀୟ ବ୍ୟୟ ଅଟକଳ ବିଷୟରେ ବୈଠକର ଆଲୋଚନା ହୋଇଥିଲା। ଶିଳାନ୍ୟାସ ହୋଇଥିବା ସମସ୍ତ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ତ୍ୱରିତ ଗତିରେ ଆଗକୁ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ…

CPET ପାଇଁ ଆବେଦନ ସୀମା ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର : Common PG Entrance Test (CPET) ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମାକୁ ବୃଦ୍ଧି କରାଯାଇଛି। ଆବେଦନର ସମୟ ସୀମାକୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। CPET ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୨୨ ତାରିଖ ରାତି ୧୧.୪୫ ଘଟିକା ପର୍ଯ୍ୟନ୍ତ ସାମ୍ସ (SAMS) ପୋର୍ଟାଲକୁ ଯାଇ ନିଜର Common Application Form (CAF) ପୂରଣ କରିପାରିବେ। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମସୟସୀମା ଅନୁସାରେ, CPET ପରୀକ୍ଷା…

“ଓଡ଼ିଶାର ସଂସ୍କୃତି” ଶୀର୍ଷକକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଳ୍ପୀ ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ, ପଦ୍ମଶ୍ରୀ ବିନୋଦ ମହାରଣା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। “ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସଂସ୍କୃତିକୁ ସମୃଦ୍ଧ…

‘ହର୍‌ମାନ କୁଲ୍‌କେଙ୍କ ରଚିତ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶାର ଆଞ୍ଚଳିକ ପରମ୍ପରା, ଭାରତର ଇତିହାସ ସମସ୍ତଙ୍କ ପାଇଁ ପ୍ରେରଣା ଦାୟୀ’

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଖାରବେଳ ନଗରସ୍ଥିତ ଭାରତୀୟ ବିଦ୍ୟା ଭବନ ଠାରେ ବିଶିଷ୍ଟ ଐତିହାସିକ ପଦ୍ମଶ୍ରୀ ପ୍ରଫେସର ହର୍‌ମାନ କୁଲ୍‌କେଙ୍କ ସ୍ମୃତିରେ ଏକ ସାରସ୍ୱତ ସ୍ମୃତି ସଭା ଆୟୋଜିତ ହୋଇଯାଇଛି। ଗତ ମାର୍ଚ୍ଚ ୧୦,୨୦୨୬ରେ ଐତିହାସିକ ପ୍ରଫେସର ହର୍‌ମାନ କୁଲ୍‌କେଙ୍କ ମହାପ୍ରୟାଣ ହୋଇଛି। ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ବିଶିଷ୍ଟ କଥାକାର ଗୌରହରି ଦାସ, ବିଶିଷ୍ଟ ଐତିହାସିକ ପ୍ରଫେସର…

‘ବୈଶ୍ବିକ ଫୋରମ୍‌ରେ ଛାତ୍ରଛାତ୍ରୀ ଆମ ରାଜ୍ୟ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି’

ଭୁବନେଶ୍ୱର : ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍‌ରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଟୋକିଓରେ ଛାତ୍ରଛାତ୍ରୀମାନଙ୍କର ଚମତ୍କାର ପ୍ରଦର୍ଶନ ନିମନ୍ତେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, “ଆମ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ଆମେ ଗର୍ବିତ। ବୈଶ୍ବିକ ବିତ୍ତ ଫୋରମ୍‌ରେ ନିଜର ନବ ସୃଜନ ଓ ନୂତନ ଉଦ୍ୟମର ପ୍ରଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀମାନେ…

“ଆକାଂକ୍ଷା ଯୋଜନା”ରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ଆବାସିକ ସୁବିଧା

ଭୁବନେଶ୍ୱର:  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପାଇଁ ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନା କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଦିବାସୀ, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗର ଶିକ୍ଷା, ଜୀବିକା ଓ ସାମାଜିକ ଉନ୍ନତିକୁ ଲକ୍ଷ୍ୟରେ ରଖି ବଜେଟ୍ ପ୍ରସ୍ତୁତ ହୋଇଥିବା ମତ ପ୍ରକାଶ କରିଛନ୍ତି।  ଏହି…