୩୨୭୫ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର: ଏକ ଦିବସୀୟ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ। ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ସମବାୟ କ୍ଷେତ୍ର ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମର ଶୁଭାରମ୍ଭ କରିଛନ୍ତି ଶ୍ରୀ ଶାହ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ…

ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬: ଓଡ଼ିଶା, ବିହାର ଏବଂ ପଶ୍ଚିମବଙ୍ଗର ପ୍ରତିଯୋଗୀଙ୍କ ଶ୍ରେଷ୍ଠ ସଫଳତା

ଭୁବନେଶ୍ୱର: ପୂର୍ବ ଭାରତ ପାଇଁ ଆୟୋଜିତ ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬ ଭୁବନେଶ୍ୱରସ୍ଥିତ ଏସଡିଆଇ (SDI) ଅଡିଟୋରିୟମରେ ଉଦଯାପିତ ହୋଇଛି। ଏହା ଥିଲା ଯୁବ ପ୍ରତିଭା, ବୈଷୟିକ ଉତ୍କର୍ଷତା ଏବଂ ଆଞ୍ଚଳିକ ଗୌରବର ମହାକୁମ୍ଭ। କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏବଂ ଜାତୀୟ କୌଶଳ ବିକାଶ ନିଗମ ସହାୟତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୨୦୦ରୁ ଅଧିକ ଦକ୍ଷ ଯୁବକ…

ଡାଟା ସୁଦୃଢ଼ିକରଣ ଓ ସର୍ବୋତ୍ତମ ପଦକ୍ଷେପ ଉପରେ ଜୋର୍

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ (DoSEL)ର ମିଳିତ ଆନୁକୂଲ୍ୟରେ ଦୁଇ ଦିବସୀୟ ୟୁ-ଡାଇସ୍ ପ୍ଲସ୍ (UDISE+ ) ସମ୍ପର୍କିତ ଜାତୀୟ କର୍ମଶାଳା ଉଦଯାପିତ ହୋଇଛି। ଦ୍ବିତୀୟ ଦିନରେ ବିଭିନ୍ନ ରାଜ୍ୟ ସେମାନଙ୍କ ବିଭାଗ ଦ୍ବାରା ଗ୍ରହଣ କରାଯାଇଥିବା ସର୍ବୋତ୍ତମ ପଦକ୍ଷେପ ଗୁଡ଼ିକୁ ଉପସ୍ଥାପିତ କରିଥିଲେ ଏବଂ ଡାଟା ସଂରକ୍ଷଣ ଫ୍ରେମୱାର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। କେରଳ, ଉତ୍ତରପ୍ରଦେଶ,…

ରାଜ୍ୟ ଅଭିଲେଖାଗାରରେ ଅଭିଲେଖ ସପ୍ତାହ ଉତ୍ସବ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର ପକ୍ଷରୁ ଅଭିଲେଖ ସପ୍ତାହ ଉତ୍ସବ ପାଳିତ ହୋଇଯାଇଛି। ଅଭିଲେଖ ସପ୍ତାହ ଉତ୍ସବ ପାଳନ ହେବା ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ “ପୁରାତନ ମାନଚିତ୍ରର ଅଭିଲେଖ” ପ୍ରଦର୍ଶନୀ ଆୟୋଜିତ ହେଉଛି ଯାହା ଆସନ୍ତା ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଗବେଷକ, ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସମସ୍ତ ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିବ। ଓଡ଼ିଶା ରାଜ୍ୟ ଅଭିଲେଖାଗାରର…

ବିଭିନ୍ନ କେନ୍ଦ୍ର ଓ ବୋର୍ଡ଼ କାର୍ଯ୍ୟାଳୟ ବୁଲି ମାଟ୍ରିକ୍ ପରୀକ୍ଷା ପରିଚାଳନା ତଦାରଖ କଲେ ଆୟୁକ୍ତ ତଥା ଶାସନ ସଚିବ

ଭୁବନେଶ୍ବର: ରାଜ୍ୟବ୍ୟାପୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଫେବୃଆରୀ ୧୯ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ପରୀକ୍ଷାର ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡା. ଏନ୍. ତିରୁମାଲା ନାୟକ ଭୁବନେଶ୍ୱରର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏଥିସହ କଟକସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ପରିଦର୍ଶନ କରିଛନ୍ତି। ଡ଼ା ନାୟକ ସମସ୍ତ…

ଟାଟା ସହଭାଗିତାରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ଭାବେ ଉନ୍ନିତ ହେବ ୨୨ଟି ସରକାରୀ ITI

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର  ବିନିମୟ ହୋଇଛି। ଏହା ରାଜ୍ୟର ଦକ୍ଷତା ଇକୋସିଷ୍ଟମର ରୂପାନ୍ତରଣ କରିବା ସହ ଶିଳ୍ପ ଆବଶ୍ୟକତା ସହ ଯୋଡିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ସମାବେଶକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ କହିଛନ୍ତି, ଓଡ଼ିଶାର ଯୁବପିଢ଼ିଙ୍କୁ ଶିଳ୍ପ-ଉପଯୋଗୀ କରିବା ସରକାରଙ୍କର ମୁଖ୍ୟ ପ୍ରାଥମିକତା। ଭିତ୍ତିଭୂମି ଶିଳ୍ପ ଗଢେ, ହେଲେ…

ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୨୧ ହଜାରରୁ ଉର୍ଦ୍ଧ୍ୱ ଅନ୍ନଦାତାଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ୧୦୫୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରେରଣ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରାଜ୍ୟର ସବୁଠାରୁ ବଡ଼ କୃଷିପ୍ରଧାନ ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ। ଏଠାରୁ ପ୍ରତିବର୍ଷ ଲକ୍ଷାଧିକ ଚାଷୀଙ୍କ ଠାରୁ ବିପୁଳ ପରିମାଣରେ ଧାନ କ୍ରୟ କରାଯାଇଥାଏ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ ଓ ବ୍ଲକ ପ୍ରଶାସନମାନଙ୍କ ପକ୍ଷରୁ ମଣ୍ଡିଗୁଡିକର ସୁପରିଚାଳନା, ସୁବିଧାରେ ପଞ୍ଜିକରଣ, ତାସହ ତ୍ୱରିତ ଓ ସମୟୋଚିତ ଭାବେ ଚାଷୀମାନଙ୍କ ଖାତାକୁ ଆର୍ଥିକ ପ୍ରାବଧାନ ପହଞ୍ଚାଇବାକୁ ବିଭିନ୍ନ ସମୟଉପଯୋଗୀ ବ୍ୟବସ୍ଥା କରାଯାଇଛି। ଫଳ ସ୍ୱରୂପ, ଗଞ୍ଜାମ…

ୱିପ୍ରୋ ଆର୍ଥିୟାନ୍ ପ୍ରତିଯୋଗିତାରେ ଓଡ଼ିଶାର ଲୁଇସ୍ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ବିଜୟୀ

ଭୁବନେଶ୍ୱର: ପରିବେଶ ସନ୍ତୁଳନ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରି ଏକ ନୂତନ ଇତିହାସ ରଚନା କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟରେ ଏହି ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରତିଷ୍ଠିତ ‘ୱିପ୍ରୋ ଆର୍ଥିୟାନ୍’ (Wipro Earthian) ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ଲୁଇସ୍ ବ୍ରେଲି ସ୍କୁଲ୍ ଫର୍ ଦି ବ୍ଲାଇଣ୍ଡ୍ ଶ୍ରେଷ୍ଠ ୨୦ଟି ବିଜେତା ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ଏଥିସହ ଲୁଇସ୍ ବ୍ରେଲି…

‘ପ୍ରଯୁକ୍ତିବିଦ୍ୟା ଯୁଗରେ ଶିକ୍ଷକମାନଙ୍କୁ ନୂତନ ଜ୍ଞାନକୌଶଳର ଶିଖିବାର ଆବଶ୍ୟକତା ରହିଛି’

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳା ଉଦଯାପିତ ହୋଇଯାଇଛି। ଶିରିପୁରସ୍ଥିତି ଇମେଜ୍ ଠାରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨୪୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉଦଯାପନୀ ଅଧିବେଶନରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ…

ଡ଼. କେ. ଲକ୍ଷ୍ମୀବାଇଙ୍କ ଜୀବନ ଏକ ଜୀବନ୍ତ ଇତିହାସ

ବ୍ରହ୍ମପୁର : ଆଜିର ସମ୍ପତ୍ତି, ଖ୍ୟାତି ପ୍ରେରିତ ବ୍ୟକ୍ତିକେନ୍ଦ୍ରୀକ ସମାଜରେ ଡ଼. କେ. ଲକ୍ଷ୍ମୀବାଇଙ୍କ ମହାନ ମାନବୀୟ ଜୀବନ କାହାଣୀ ଓଡିଶାବାସୀଙ୍କ ମଧ୍ୟରେ ସୀମାବଦ୍ଧ ହେବା ଅନୁଚିତ। ଏହି କାହାଣୀ ଓଡ଼ିଶାର ସୀମା ଲଂଘି ତମାମ ଦେଶ ଓ ତମାମ ବିଶ୍ୱକୁ ସମ୍ପ୍ରସାରିତ ହେବା ଦରକାର।  ୯୭ ବର୍ଷ ବୟସରେ ଉପନୀତ ଡ଼. କେ. ଲକ୍ଷ୍ମୀବାଇ ତାଙ୍କ ଜୀବନର ସମ୍ପୂର୍ଣ୍ଣ ସଞ୍ଚୟରୁ ପାଞ୍ଚ ଲକ୍ଷ କି ଦଶ ଲକ୍ଷ ନୁହଁ ଅବିଶ୍ୱସନୀୟ ୩.୪୦  କୋଟି ଟଙ୍କା ଏମ୍ସ…