‘ଦକ୍ଷତା (Skill)ର ସମସ୍ତ ସ୍ତରରେ  ଉତ୍କର୍ଷ ହାସଲ କରିବା ହେଉଛି ଆମର ଲକ୍ଷ୍ୟ’

ଭୁବନେଶ୍ୱର: ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଜକୁ କୌଣସି କ୍ଷେତ୍ରରେ ଦକ୍ଷ କରାନ୍ତୁ, ଦେଖିବେ ଆମରି ଓଡିଶାରେ ହିଁ ଆପଣଙ୍କୁ ନିଯୁକ୍ତି ମିଳିବ କାରଣ ଦକ୍ଷତା କ୍ଷେତ୍ରର ସମସ୍ତ ସ୍ତରରେ  ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହରେ ରାଜ୍ୟର ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ। ଏହି ଦକ୍ଷତା…

ଚୟନ ହୋଇଥିବା ଫୁଟବଲ ପ୍ରତିଭାଙ୍କ ପ୍ରବେଶ ସମାରୋହ

ଭୁବନେଶ୍ବର : କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସିଏମ୍ ଟ୍ରଫି-୨୦୨୫ରେ ଚୟନ ହୋଇଥିବା ଫୁଟବଲ ପ୍ରତିଭାଙ୍କ ପ୍ରବେଶ ସମାରୋହ କଳିଙ୍ଗ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଯୁବ ଫୁଟବଲ ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଯୋଗାଇ ଦିଆଯିବାକୁ ଥିବା ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇବା ସହ ଫୁଟବଲରେ ଶ୍ରେଷ୍ଠ…

ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ପ୍ରତିଷ୍ଠା ଦିବସ : ୮୬ ଜଣଙ୍କୁ ଛାତ୍ରବୃତ୍ତି

ଭୁବନେଶ୍ୱର : ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ୪୦ତମ ପ୍ରତିଷ୍ଠା ଦିବସ ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଉପ ନିର୍ଦ୍ଦେଶକ ଡ଼. ଦେବଯାନୀ ଭୂୟାଁ, ଉପ ନିର୍ଦ୍ଦେଶକ ଡ଼. ସ୍ମିତା ମହାନ୍ତି, ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଅନନ୍ୟା ତ୍ରିପାଠୀ, ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଭାପତି ଜନାବ୍ ଖାଲିଦ୍ ରହିମ୍, ଉପ ସଭାପତି ଜନାବ୍ ସୟଦ୍ ନଫିସ୍‌…

କଳିଙ୍ଗ ଷ୍ଟାଡ଼ିୟମରେ ଯୁବ ମହୋତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କ ପ୍ରତିଭା ଓ ଉତ୍ସାହର ପ୍ରତୀକ ସାଜିଥିବା ‘ରାଜ୍ୟ ଯୁବ ମହୋତ୍ସବ-୨୦୨୫’ କଳିଙ୍ଗ ଷ୍ଟାଡିୟମଠାରେ ସଫଳତାର ସହ ସମାପ୍ତ ହୋଇଛି। ଗତ ୨୪ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ତିନି ଦିନିଆ ମହୋତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବ ପ୍ରତିଭାମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ରାଜ୍ୟ ଯୁବ ମହୋତ୍ସବର ବିଜୟୀ ପ୍ରତିଭାମାନେ ଆଗାମୀ ଦିନରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା “ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ” ରେ ଓଡ଼ିଶାର ପ୍ରତିନିଧିତ୍ବ…

‘ଓଡ଼ିଶାର ଯୁବଶକ୍ତି ବିକଶିତ ଭାରତର ସାରଥୀ ହେବେ’

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ‘ରାଜ୍ୟ ଯୁବ ମହୋତ୍ସବ ୨୦୨୫’ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାର ଯୁବ ସମାଜ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଏବଂ ନୂତନ ଜାଗରଣ ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ଏହି ଉତ୍ସବରେ ସାରା ଓଡ଼ିଶାର କୋଣ ଅନୁକୋଣରୁ ଯୁବ ପ୍ରତିଭାମାନେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ…

ମାନବ ସମାଜର ହିତ ପାଇଁ ଜ୍ଞାନର ବ୍ୟବହାର କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର : ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ଓ ପରିବେଶ ସୁରକ୍ଷା କରିବା ଦିଗରେ ଜ୍ଞାନକୁ ଉପଯୋଗ କରିବା ସହିତ ସାମାଜିକ ସଦଭାବନାକୁ ପ୍ରୋତ୍ସାହିତ କରି ମାନବ ସମାଜର ସେବା କରିବାକୁ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି l ନିଷ୍ଟ (NIST) ବିଶ୍ୱବିଦ୍ୟାଳୟ ବ୍ରହ୍ମପୁରର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି l ଏହି ସମାରୋହରେ ସ୍ନାତକମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଛନ୍ତି…

କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରିବା ହେଉଛି ଆମର ଲକ୍ଷ୍ୟ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ସହାୟତାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ “ଅମୃତ ପିଢ଼ି  ଛାତ୍ର ବିଶ୍ୱ ସମ୍ମିଳନୀ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଡିସେମ୍ବର ୧୮ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀର ଆୟୋଜନ କରାଯିବ। ଏହି ଛାତ୍ର ବିଶ୍ୱ ସମ୍ମିଳନୀର ଥିମ୍ ରହିଛି “କୃତ୍ରିମ ବୁଦ୍ଧିମତା ଓ ଏହାର ନୈତିକତା”। ଏହି ସମ୍ମିଳନୀରେ…

ସରଗି ଫୁଲ୍ ମହୋତ୍ସବ: ୩୦ ଟି ଜିଲ୍ଲାରୁ ୧୧୬୦ ଅଂଶଗ୍ରହଣକାରୀ ସାମିଲ୍

ଭୁବନେଶ୍ବର : ଆରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷିତ ସରଗି ଫୁଲ୍  ମହୋତ୍ସବ ୨୦୨୫। ତିନିଦିନବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବର ଶୁଭାରମ୍ଭ  କରିଛନ୍ତି ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା,  ଅନୁସୂଚିତ ଜନ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧିନରେ ଥିବା ଆଦିବାସୀ…

ଉତ୍ତମ ପରିଚାଳନା ଭାରତ ଅଭିବୃଦ୍ଧିର ଚାବିକାଠି: ରାଜ୍ୟପାଳ

ଭୁବନେଶ୍ୱର : ମୂଲ୍ୟବୋଧରେ ପରିଚାଳିତ ଏବଂ ଜ୍ଞାନ ଦ୍ୱାରା ସୂଚିତ ଉତ୍ତମ ପରିଚାଳନା ଜାତୀୟ ବିକାଶ ପଛରେ ଅନ୍ୟତମ ପ୍ରଭାବଶାଳୀ ଶକ୍ତି ଅଟେ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି। ଗୁରୁବାର ଦିନ ସୋଆ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ସ୍କୁଲ୍ସ (AIMS) ର ବାର୍ଷିକ ମ୍ୟାନେଜମେଣ୍ଟ ସମ୍ମିଳନୀ ୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ଏହି ସମ୍ମିଳନୀରେ ଯୋଗଦେବା…

ଏନଇପି ଅଧୀନରେ ୫୫ଟି NCERT ପୁସ୍ତକ ଅନୁବାଦ ଓ ସନ୍ଦର୍ଭୀକରଣ କରିବାରେ ଓଡ଼ିଶା ଅଗ୍ରଣୀ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଭାବରେ ବିକଶିତ ୧୭ଟି ପାଠ୍ୟପୁସ୍ତକର ସମୀକ୍ଷା ଏବଂ ଅନୁମୋଦନ କରାଯାଇଛି ।  ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ପାଠ୍ୟକ୍ରମ ଏବଂ ପାଠ୍ୟପୁସ୍ତକ ବିକାଶ ସମ୍ପର୍କିତ ଚତୁର୍ଥ କୋର୍ କମିଟି ବୈଠକରେ ଏହି ଅନୁମୋଦନ କରାଯାଇଛି। ଏହି ବୈଠକରେ ବିଭାଗ ଅଧିନରେ ଥିବା ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ…