ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଆଇନ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର : ଆଇନ ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ଜିଲ୍ଲା ଅଦାଲତଗୁଡ଼ିକରେ ଥିବା ଦେୱାନୀ ମାମଲାର ପ୍ରଭାବଶାଳୀ ପରିଚାଳନା ଏବଂ ସରକାରୀ ଅଧିବକ୍ତା, ଅତିରିକ୍ତ ସରକାରୀ ଅଧିବକ୍ତା ଓ ସହଯୋଗୀ ଓକିଲମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ ଏହି କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଆଇନ, ପୂର୍ତ୍ତ…

ଅଗଷ୍ଟ ୭ରୁ ୨୧ ପର୍ଯ୍ୟନ୍ତ ସମସ୍ତ ପୌରାଞ୍ଚଳରେ ଗରିମା ଜନସଚେତନତା ଓ ଆଇନ ପ୍ରବର୍ତ୍ତନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ସ୍ୱଚ୍ଛତା କର୍ମଚାରୀଙ୍କ ମର୍ଯ୍ୟାଦା, ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳରେ ୧୫ ଦିନିଆ ରାଜ୍ୟବ୍ୟାପୀ ସୂଚନା, ଶିକ୍ଷା ଓ ଯୋଗାଯୋଗ  ଅଭିଯାନ ‘ଆଇନଗତ ସଫେଇ, ସୁରକ୍ଷିତ ସଫେଇ’ଆରମ୍ଭ ହୋଇଛି। ଅଗଷ୍ଟ ୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ…

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ “ରାଜ୍ୟ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ”ର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ତୃତୀୟଲିଙ୍ଗୀ ବ୍ୟକ୍ତିମାନଙ୍କର ଅଧିକାର, ସୁରକ୍ଷା ଓ ଆତ୍ମସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ନବଗଠିତ “ଓଡ଼ିଶା ରାଜ୍ୟ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ”ର ପ୍ରଥମ ବୈଠକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତୃତୀୟଲିଙ୍ଗୀ ସମ୍ପ୍ରଦାୟର ସମାଜରେ ସମାନ ସୁଯୋଗ ଓ ସର୍ବାଙ୍ଗୀନ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ…

ରାଜ୍ୟର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ବୃଦ୍ଧି ବ୍ୟବସ୍ଥା ଆଗକୁ ବଢ଼ାଇବା ପାଇଁ ଏକ ମିଳିତ ପ୍ରତିବଦ୍ଧତା ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ ପ୍ରମୁଖ ଅନୁଷ୍ଠାନ ଗୁଡିକର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଆଲୋଚନାରେ ନାଇଜର, ଆଇଏଲଏସ, ଆଇଆଇଟି,ଆଇଏମଏମଟି, ଆରଏମଆରସି  ଭଳି ପ୍ରତିଷ୍ଠିତ ସଂସ୍ଥାର ଅଧିକାରୀ ମାନେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଅନୁଷ୍ଠାନ ମୁଖ୍ୟମାନେ ନିଜ ନିଜ ଅନୁଷ୍ଠାନର ପ୍ରମୁଖ…

ଶିଶୁଙ୍କ ପୋଷଣ ମାପ ପାଇଁ ଆରମ୍ଭ ହେବ AI-ଭିତ୍ତିକ ସିଷ୍ଟମ୍

ଭୁବନେଶ୍ୱର: ରାଜ୍ୟ ମହିଳା ଓ ଶିଶୁ ବିକାଶ (WCD) ବିଭାଗ ପକ୍ଷରୁ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛୋଟ ଶିଶୁ ଓ ସେମାନଙ୍କ ପିତାମାତା ଅଂଶଗ୍ରହଣ କରିଥିଲେ। ଏହି ସମାରୋହରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ. ମୃଣାଳିନୀ ଦର୍ଶୱାଲ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡ. ଦର୍ଶୱାଲ ସ୍ତନ୍ୟପାନର ଗୁରୁତ୍ୱ…

‘ଓଡ଼ିଶା ଇତିହାସରେ ନୀଳକଣ୍ଠ ଦାସଙ୍କ କୃତି ଓ କୀର୍ତ୍ତି ଚିର ଉଜ୍ଜ୍ୱଳ ରହିବ’

ଭୁବନେଶ୍ୱର: ପ୍ରଚଣ୍ଡ ପ୍ରତିଭାଦୀପ୍ତ ଜ୍ଞାନପିପାସୁ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଛାତ୍ରଜୀବନରୁ ଜାତୀୟତାବାଦରେ ଉଦ୍‌ବୁଦ୍ଧ ହୋଇ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ସେ ତତ୍‌କାଳୀନ ସମାଜରେ ପ୍ରଚଳିତ ଏକାଧିକ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ। ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ନୀଳକଣ୍ଠ ସକି୍ରୟ ଯୋଗଦାନ କରିଥିଲେ। ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ମଣ୍ଡନ କରିବା ସହିତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ…

ଓୟୁଏଟି ପିଜି ଛାତ୍ରଛାତ୍ରୀ ପାଇବେ ମାସିକ ₹୧୦,୦୦୦ ଓ ପିଏଚ୍.ଡି  ଗବେଷକ ପାଇବେ ମାସିକ ₹୧୫,୦୦୦ ଷ୍ଟାଇପେଣ୍ଡ

ଭୁବନେଶ୍ୱର: ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା (Stipend) ଘୋଷଣା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବିଶେଷ ପ୍ରଚେଷ୍ଟା ଯୋଗୁଁ ସରକାର ଏହି ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ୱାରା ଗବେଷକମାନଙ୍କୁ…

ସାଇବର ଅପରାଧ ତଦନ୍ତ ଓ ଡିଜିଟାଲ ଫରେନ୍ସିକ୍ସ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ପୋଲିସ–ଏନଏଫଏସୟୁ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ସାଇବର ଅପରାଧର ସଠିକ ମୁକାବିଲା, ଡିଜିଟାଲ ଫରେନ୍ସିକ୍ସରେ ଦକ୍ଷତା ବୃଦ୍ଧି ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ସିଆଇଡି–କ୍ରାଇମବ୍ରାଞ୍ଚ ଏବଂ ରାଷ୍ଟ୍ରୀୟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (NFSU), ଭୁବନେଶ୍ୱର  ମଧ୍ୟରେ ଏକ ୫ ବର୍ଷିଆ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଉପସ୍ଥିତିରେ ଡିଜିପି, କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର ଓ  NFSU କ୍ୟାମ୍ପସ ନିର୍ଦ୍ଦେଶିକା, ଡ଼ଃ ପୁରବୀ ପୋଖରିୟାଲ MoU…

ୱାର୍ଡେନ୍ ମାନଙ୍କୁ ଏକ ସୁସ୍ଥ ଓ ନିରାପଦ ପରିବେଶ ସୃଷ୍ଟି କରିବାକୁ ଉପଦେଶ

ଭୁବନେଶ୍ବର: କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି)ର ୱାର୍ଡେନମାନଙ୍କ ନିମନ୍ତେ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଯାଇଛି। ଜାତୀୟ ଶିକ୍ଷା ଯୋଜନା ଏବଂ  ପ୍ରଶାସନ ପ୍ରତିଷ୍ଠାନ ( ନିପା), ନୂଆଦିଲ୍ଲୀ ଏବଂ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଓଡ଼ିଶାର ମିଳିତ ସହ‌ଯୋଗରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE) ଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ସଙ୍ଗୀତା ବେହେରା, ଯୁଗ୍ମ ନିର୍ଦ୍ଦେଶକ ଜାସ୍ମିନ୍ ପଟ୍ଟନାୟକ, ଡକ୍ଟର ସରିତା ଏମ୍…

‘ନିଶାକୁ ପ୍ରତ୍ୟାଖ୍ୟାନ କରିବା ପରିବାର, ଶିକ୍ଷକ, ବନ୍ଧୁ ଓ ଦେଶର ଏକ ଦାୟିତ୍ୱ’

ଭୁବନେଶ୍ୱର: ନିଶାମୁକ୍ତ ଭାରତ ଗଠନରେ ଯୁବଶକ୍ତି ଅଗ୍ରଣୀ ଭୂମିକା ନିଭାଇବାକୁ ଓଡିଶାର ରାଜ୍ୟପାଳ ଡ . ହରି ବାବୁ କମ୍ଭମପାଟି ଆହ୍ଵାନ ଜଣାଇଛନ୍ତିl ରବିବାର ଦିନ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଚେତନତା ଓ ଯୁବ ସଶକ୍ତୀକରଣ ଅଭିଯାନରେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ବାନ ଜଣାଇଛନ୍ତି l ଦେଶର ଭବିଷ୍ୟତ କେବଳ ସରକାରଙ୍କ ନୀତି କିମ୍ବା ଭିତ୍ତିଭୂମି ନିର୍ମାଣ ଦ୍ୱାରା ନୁହେଁ ବରଂ ଯୁବପିଢ଼ିର ମୂଲ୍ୟବୋଧ, ସଠିକ୍ ନିଷ୍ପତ୍ତି…