ଅକ୍ଟୋବର ୩ ରୁ ୫ ତାରିଖ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬
ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଓଡ଼ିଶା ଟ୍ରାଭେଲ ବଜାର (ଓଟିବି) ୨୦୨୬ ର ସପ୍ତମ ସଂସ୍କରଣ ବିଷୟରେ ଘୋଷଣା କରିଛନ୍ତି, ଯାହା ଅକ୍ଟୋବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର ମେଫେୟାରରେ ଅନୁଷ୍ଠିତ ହେବ। ମେଫେୟାର ଲାଗୁନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ଆୟୋଜିତ…


