ଯୁବ ଉଦ୍ୟୋଗୀ ଓ ନବସୃଜନକାରୀଙ୍କ ଅନନ୍ୟ ପ୍ରତିଭାକୁ ବିକଶିତ କରିବାରେ ‘ଓଡ଼ିଶା ଷ୍ଟାର୍ଟଅପ୍‌ ନୀତି’ପ୍ରମୁଖ ଭୂମିକା ଗ୍ରହଣ କରୁଛି

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ‘ଷ୍ଟାର୍ଟଅପ୍ ଓଡ଼ିଶା’ସହଯୋଗରେ ଆଗକୁ ବଢ଼ୁଥିବା ତିନିଟି ଷ୍ଟାର୍ଟଅପ୍‌ ଶୁକ୍ରବାର ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ଭାଗନେଇ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କରିଛନ୍ତି। ଏହି ସୁଯୋଗ ପାଇଥିବା ଉଦ୍ୟୋଗଗୁଡ଼ିକ ମଧ୍ୟରେ ରହିଛି ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ, ନ୍ୟୁରୁପ୍ ଟେକ୍ ସଲ୍ୟୁସନ୍ସ ଏବଂ ଅର୍ବାନ୍-ହାଇଫି ବାୟୋସାଇନ୍ସ। ଏହି ନବସୃଜନ ଅଧାରିତ ଷ୍ଟାର୍ଟଅପ୍‌ ଉଦ୍ୟୋଗର…

ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଶିକ୍ଷା କ୍ଷେତ୍ର ବୈଠକମାଳାରେ ୧୧ଟି ବ୍ରିକ୍ସ ସଦସ୍ୟ ଦେଶର ୮ ଶିକ୍ଷାମନ୍ତ୍ରୀଙ୍କ ସହ  ୪୦ ଜଣ ବରିଷ୍ଠ ପଦାଧିକାରୀ ଅଂଶଗ୍ରହଣ କରିବେ

ଭୁବନେଶ୍ୱର: ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଶିକ୍ଷାକ୍ଷେତ୍ର ବୈଠକମାଳା ( ବ୍ରିକ୍ସ ଇଣ୍ଡିଆ ଚେୟାରସିପ୍ ଏଜୁକେସନ ଟ୍ରାକ୍ ମିଟିଙ୍ଗ୍ସ) ଅନୁଷ୍ଠିତ ହେବ। ଏହି ଆନ୍ତର୍ଜାତୀୟସ୍ତରୀୟ ବୈଠକର ସୁପରିଚାଳନା ଓ ସଫଳ ଆୟୋଜନ ନେଇମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହୋଟେଲ ମେ ଫେୟାର ଲାଗୁନ୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି  କାର୍ଯ୍ୟକ୍ରମରେ ୧୧ଟି ବ୍ରିକ୍ସ ସଦସ୍ୟ…

କୃତ୍ରିମ ବୁଦ୍ଧିମତାର ସଠିକ କାର୍ଯ୍ୟାନ୍ଵୟନ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ “କୃତ୍ରିମ ବୁଦ୍ଧିମତା (ଏଆଇ) ଉପରେ ଦକ୍ଷତା ବିକାଶ” କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି। ଏହି କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ. ବି ରାଉତ, ଆଇଆଇଟି ମାଡ୍ରାସର ଶିକ୍ଷାବିତ୍‌ ଏସ. ନିଥି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ…

ଓଡ଼ିଶା–ଜାପାନ ତତ୍ତୋରି ମୈତ୍ରୀ ଚୁକ୍ତି ଦିଗରେ ଅଗ୍ରଗତି 

ଭୁବନେଶ୍ୱର: ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜାପାନ ତତ୍ତୋରି ପ୍ରଦେଶ (ପ୍ରିଫେକ୍ଚର)ର  ମୁଖ୍ୟ ଶାସନ ସଚିବ  ତୋଶିକି ଏଣ୍ଡୋଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିବା ୧୩ ଜଣିଆ ପ୍ରତିନିଧି ଦଳଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ପୁଞ୍ଜିନିବେଶ, ଶିଳ୍ପ ବିକାଶ, ମାନବ ସମ୍ବଳ, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି, ପ୍ରଯୁକ୍ତି ବିଦ୍ୟା  ଆଦି କ୍ଷେତ୍ରରେ ଦୀର୍ଘମିଆଦି ସହଯୋଗ ସଂପର୍କରେ…

ଯୁବ ଦକ୍ଷତା ଭାରତର ଶକ୍ତି, ଯୁବ ସଫଳତା ଭାରତର ଗର୍ବ: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାକୁ ସାରା ଦେଶରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ଯୁବ ଦକ୍ଷତା ଦିବସ ସମାରୋହ ପାଳନ ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। ବିଶ୍ବ ଯୁବ ଦକ୍ଷତା ଦିବସ ଅବସରରେ ମନ୍ତ୍ରୀ…

ଲୋକାର୍ପିତ ହେଲା ଅତ୍ୟାଧୁନିକ ବିଶ୍ଵନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର

କଟକ: ରାଜ୍ୟର ସାସ୍କୃତିକ ପ୍ରାଣକେନ୍ଦ୍ର କଟକ ସହରରେ ଲୋକାର୍ପିତ ହୋଇଛି ବହୁ ପ୍ରତିକ୍ଷିତ ଓଡ଼ିଶାର ସର୍ବବୃହତ୍ ବିଶ୍ଵନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଅତ୍ୟାଧୁନିକ ସ୍ମାର୍ଟ ଲାଇବ୍ରେରୀର ଶୁଭ ଉଦଘାଟନ କରିଥିଲେ। ଜ୍ଞାନ, ଗବେଷଣା ଓ ପଠନ ସଂସ୍କୃତିର ବିକାଶ ଦିଗରେ ଏହି ପାଠାଗାର କଟକ ତଥା ସମଗ୍ର ଓଡ଼ିଶା ପାଇଁ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ…

ବିକଶିତ ଭାରତ ଗଠନରେ ଯୁବ ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- ଉପରାଷ୍ଟ୍ରପତି

ଭୁବନେଶ୍ୱର : ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ ୧୫ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ କହିଛନ୍ତି ଯେ  “ଆଜି ମହାନ ବୈଜ୍ଞାନିକ ହୋମି ଭାଭା ଆମ ଗହଣରେ ନାହାନ୍ତି ସତ, କିନ୍ତୁ ଆଜି ମୁଁ ମୋ ସମ୍ମୁଖରେ ଶତାଧିକ ହୋମି ଭାଭାଙ୍କୁ ବସିଥିବାର ଦେଖିପାରୁଛି।” କେବଳ ଗବେଷଣା ନୁହେଁ, ବରଂ ଜାତୀୟ ସୁରକ୍ଷା ଓ ଦୀର୍ଘସ୍ଥାୟୀ ବିକାଶ (Sustainable Development) ପ୍ରତି ନାଇଜର’ର ଅଙ୍ଗୀକାରବଦ୍ଧତା…

ସଂସ୍କୃତ ବିଦ୍ୱାନମାନେ ଏଆଇ-ଚାଳିତ ନବସୃଜନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ

ଭୁବନେଶ୍ୱର: ସଂସ୍କୃତ ବିଦ୍ୱାନମାନେ ଏଆଇ-ଚାଳିତ ନବସୃଜନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତିI ମଙ୍ଗଳବାର ଦିନ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତିI ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ଭାରତର ସମୃଦ୍ଧ ଜ୍ଞାନ ଐତିହ୍ୟକୁ ସଂରକ୍ଷଣ କରିବା ସହିତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଡିଜିଟାଲ୍ ପ୍ରଯୁକ୍ତି ଏବଂ…

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ‘ଟ୍ରାଇବ୍ଏକ୍ସ (TribeX)’ ଡିଜିଟାଲ୍ ଶିକ୍ଷା ମଞ୍ଚର ଶୁଭାରମ୍ଭ

ଭୁବନେଶ୍ୱର: ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନ (Tribal Research Institutes – TRIs)ଗୁଡ଼ିକର ସଶକ୍ତୀକରଣ ଉଦ୍ଦେଶ୍ୟରେ ଦୁଇ ଦିନିଆ ଜାତୀୟ କର୍ମଶାଳା ଆଜି ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଜନଜାତି ସମ୍ପ୍ରଦାୟର ଐତିହ୍ୟ ସଂରକ୍ଷଣ, ଗବେଷଣାକୁ ସୁଦୃଢ଼ କରିବା ଏବଂ ସମାବେଶୀ ବିକାଶକୁ ଆହୁରି ଗତିଶୀଳ କରିବା ଦିଗରେ ଭାରତ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ପୁନର୍ବ୍ୟକ୍ତି ହେଉଛି ଏହି କର୍ମଶାଳା। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ କର୍ମଶାଳାର ଉଦ୍‌ଘାଟନ କରିଥିଲେ। ଏହି…

୮ଟି ଡିଜିଟାଲ୍ ଆପ୍ଲିକେସନ୍ ଓ ୯ଟି ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ପ୍ରକାଶନ ଲୋକାର୍ପିତ

ଭୁବନେଶ୍ୱର: ଯୋଜନା ଓ ସଂଯୋଜନ ବିଭାଗ ଅଧୀନସ୍ଥ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ (ଡିଇଏଣ୍ଡଏସ୍) ପକ୍ଷରୁ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ଅବସରରେ “ଦକ୍ଷ ଜନସେବା ପ୍ରଦାନ ପାଇଁ ପ୍ରଶାସନିକ ତଥ୍ୟର ସଦୁପଯୋଗ” (Harnessing Administrative Data for Efficient Public Service Delivery) ଶୀର୍ଷକ ଏକ ଦୁଇଦିନିଆ କର୍ମଶାଳା ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଆରମ୍ଭ ହୋଇଛି। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (MoSPI)ର ପ୍ରଶାସନିକ ତଥ୍ୟର ସମ୍ଭାବନାକୁ ଉନ୍ମୋଚନ କରିବା…