୫ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ ଦ୍ୱାରା ୫ଟି ଜିଲ୍ଲାର ୭୪ଟି ଗ୍ରାମର ପ୍ରାୟ ୭୨ ହଜାର ଲୋକ ହେବେ ଉପକୃତ

ଭୁବନେଶ୍ୱର: ରାଜ୍ୟର ଜଳ ସୁରକ୍ଷା ଓ ଜଳସମ୍ପଦର ସଂରକ୍ଷଣକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମାତ୍ର ଏକ ମାସ ମଧ୍ୟରେ ୬୨୫.୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ୫ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ (ଆଇଏସ୍‌ଏସ୍‌) ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିଛି। ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ଦ୍ୱାରା ୭୪ଟି ଗ୍ରାମର ପ୍ରାୟ ୭୨ ହଜାର ଲୋକ ଉପକୃତ ହେବେ।…

ସମୁଦାୟ ୪୧, ୮୦, ୮୨୫ ମଧୁବାବୁ ହିତାଧିକାରୀ ପାଇବେ ନିୟମିତ ଭତ୍ତା

ବାଲେଶ୍ୱର: ଓଡିଶା ପାଇଁ ଏକ ଐତିହାସିକ ଦିବସ। ଆଜି ଠାରୁ ରାଜ୍ୟର କୌଣସି ଗୁରୁଜନ, ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଜନ କିମ୍ବା ଅସହାୟ ବ୍ୟକ୍ତି ଆଉ ସରକାରଙ୍କ ସହାୟତାରୁ ବଞ୍ଚିତ ହେବେ ନାହିଁ। ମଧୁବାବୁ ପେନସନ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ। ଅପେକ୍ଷାର ଯୁଗ ଶେଷ ହେଲା; ଆରମ୍ଭ ହେଲା ଆପଣମାନଙ୍କ ଅଧିକାରକୁ ସମ୍ମାନ ଦେବାର ଯୁଗ।” ବାଲେଶ୍ୱର ସ୍ଥିତ ରିଜର୍ଭ ପୋଲିସ ଲାଇନ ପଡ଼ିଆଠାରେ ଆୟୋଜିତ ମଧୁବାବୁ ପେନସନ ଯୋଜନାରେ ସାମାଜିକ…

ଶ୍ରମିକଙ୍କ ଅଧିକାର ସୁରକ୍ଷା, ଶିଶୁ ଶ୍ରମ ଉଚ୍ଛେଦ ଓ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ ଶ୍ରମ ନିର୍ଦ୍ଦେଶାଳୟର କ୍ଷେତ୍ରୀୟ ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରମିକ କଲ୍ୟାଣ, ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ, ଦାଦନ ଶ୍ରମିକ ସମସ୍ୟାର ନିରାକରଣ, ଶ୍ରମ ବିଭାଗର କାର୍ଯ୍ୟାଳୟ ନିର୍ମାଣ, PAReSHRAM ପୋର୍ଟାଲ୍ ଓ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ର କାର୍ଯ୍ୟକାରିତା…

ଆର୍ଦ୍ରଭୂମିଗୁଡ଼ିକର ସଂରକ୍ଷଣ, ପରିବେଶଗତ ସୁରକ୍ଷା ଏବଂ ପ୍ରଚଳିତ ଆଇନଗତ ଓ ବିଧିଗତ ବ୍ୟବସ୍ଥାର ଅନୁପାଳନ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟର ଆର୍ଦ୍ରଭୂମିଗୁଡ଼ିକର ସଂରକ୍ଷଣ ଓ ସୁପରିଚାଳନାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଲୋକସେବା ଭବନଠାରେ ଷ୍ଟେଟ୍ ୱେଟ୍‌ଲ୍ୟାଣ୍ଡସ୍ ଅଥରିଟି, ଓଡ଼ିଶାର ପଞ୍ଚମ ବୈଠକ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ, ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ,ଡଃ କେ. ମୁରୁଗେଶନ,…

ଜି. ଉଦୟଗିରି ଭୂସ୍ଖଳନ ସ୍ଥଳରେ ନୌସେନାର ସିସ୍‌ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍ ମାଟି ତଳେ ନିଖୋଜଙ୍କୁ ଖୋଜିବ

ଭୁବନେଶ୍ୱର: ରାଜ୍ୟରେ ସମ୍ପ୍ରତି ବାତ୍ୟା ‘ଅର୍ଣ୍ଣବ’ ପରେ  ଘଟିଥିବା ଭୂସ୍ଖଳନ ଜନିତ ସ୍ଥିତି, ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ଆଗାମୀ ସମ୍ଭାବ୍ୟ ବାତ୍ୟାର ମୁକାବିଲାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ସହ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଓ ଜୀବନ ରକ୍ଷାକୁ…

‘ଶାନ୍ତି ଓ ସୁରକ୍ଷା ବଳରେ ରାଜ୍ୟରେ ଶିଳ୍ପାୟନର ନୂତନ ଅଧ୍ୟାୟ ଆରମ୍ଭ ହୋଇଛି’

ଭୁବନେଶ୍ୱର: ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନିଜର ଅସାଧାରଣ ରାଜନୈତିକ ଦୂରଦୃଷ୍ଟି, ଦୃଢ଼ ଇଚ୍ଛାଶକ୍ତି ଏବଂ ବାସ୍ତବବାଦୀ ନେତୃତ୍ୱ ବଳରେ ୫୬୦ରୁ ଅଧିକ କ୍ଷୁଦ୍ର ଓ ବୃହତ୍ ରାଜ୍ୟକୁ ଏକତ୍ରିତ କରି ଏକ ବିଶାଳ, ଶକ୍ତିଶାଳୀ ଭାରତର ମୂଳଦୁଆ ପକାଇଥିଲେ। ତାଙ୍କ ଜନ୍ମ ଦିବସ କେବଳ  ଜୟନ୍ତୀ ପାଳନର ଦିନ ନୁହେଁ, ବରଂ ଏହା ଆମର ସାମୂହିକ ସଂକଳ୍ପ, ଦେଶପ୍ରେମ ଏବଂ ଜାତୀୟ ଅଖଣ୍ଡତା ପ୍ରତି ଆମର ଅଙ୍ଗୀକାରବଦ୍ଧତାର ପ୍ରତୀକ ଅଟେ ବୋଲି ଆଜି ‘ଲୌହ…

ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା, ଆଶ୍ରିତଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ

ରାୟଗଡା | ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ଏବଂ ଏହାର ପ୍ରଭାବରେ ସୃଷ୍ଟି ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାୟଗଡ ଜିଲ୍ଲାର ପଦ୍ମପୁର ବ୍ଲକ ଗସ୍ତ କରି ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଜୟପଙ୍ଗା ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ଏଠାରେ ମୁଟୁକୁଣି ଗ୍ରାମରୁ ସ୍ଥାନାନ୍ତରିତ ହୋଇ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ…

ବାତ୍ୟା ମୁକାବିଲା ତଦାରଖ ଦାୟିତ୍ୱରେ ଥିବା ମନ୍ତ୍ରୀମାନଙ୍କ ସହିତ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ କଥା ହେଲେ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ହାସଲରେ ଆମେ ସଫଳ ହୋଇଛୁ। ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ ହାନୀର ସୂଚନା ନାହିଁ। ସ୍ୱତନ୍ତ୍ର ରିଲଫ୍‌ କମିଶନରଙ୍କ କଣ୍ଟୋଲ୍‌ ରୁମ୍‌ରେ ବାତ୍ୟା ‘ଅର୍ଣ୍ଣବ’ ପରିଚାଳନାର ସମୀକ୍ଷା କରିବା ପରେ ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ସରକାର ମଧ୍ୟ ଆନ୍ଧ୍ର ସରକାରଙ୍କ ସହିତ ଯୋଗାଯୋଗରେ ଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ SRCଙ୍କ କଣ୍ଟ୍ରୋଲ୍‌ ରୁମ୍‌ରେ ବାତ୍ୟା ଅର୍ଣ୍ଣବ’ର…

ଓଡ଼ିଶାର ଜନ ପରିବହନ କ୍ଷେତ୍ରରେ ଇ-ବସ୍ ରୂପାନ୍ତରଣକୁ ସ୍ୱୀକୃତି

ଭୁବନେଶ୍ୱର: କଲେଜ ଯାଉଥିବା ଛାତ୍ରଛାତ୍ରୀ, କାର୍ଯ୍ୟସ୍ଥଳକୁ ଯାଉଥିବା କର୍ମଜୀବୀ କିମ୍ବା ହସ୍ପିଟାଲ ଯାଉଥିବା ପରିବାର, ସମସ୍ତଙ୍କ ପାଇଁ ନିର୍ଭରଯୋଗ୍ୟ ଜନ ପରିବହନ ଦୈନନ୍ଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହି ଯାତ୍ରାକୁ ଅଧିକ ସୁଗମ, ସୁବିଧାଜନକ ଓ ପରିବେଶ ଅନୁକୂଳ କରିବା ଦିଗରେ ଓଡ଼ିଶାର ପ୍ରୟାସକୁ ୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁଏମ୍‌ଆଇ) କନଫରେନ୍ସ ଓ ଏକ୍ସିବିସନ୍ ୨୦୨୬ରେ ତିନୋଟି ଜାତୀୟ ସମ୍ମାନ ମିଳିଛି। ଭୁବନେଶ୍ୱରଠାରେ ଅକ୍ଟୋବର ୨୩ ଓ ୨୪ ତାରିଖରେ ଏହି ସମ୍ମିଳନୀ…

ବାତ୍ୟା ମୁକାବିଲା ପାଇଁ  ଜ୍ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ପ୍ରସ୍ତୁତି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନସ୍ଥିତ ଏସଇଓସି (SEOC) କନଫରେନ୍ସ ହଲରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର…