ଗ୍ରୀଷ୍ମ ପ୍ରବାହ ମୁକାବିଲା : ଏସଓପିର କଡ଼ାକଡ଼ି ଅନୁପାଳନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ନ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବିଭାଗୀୟ ପ୍ରସ୍ତୁତି ଏବଂ ମାର୍ଗଦର୍ଶିକା (SOP) ର ଏକ ଉଚ୍ଚସ୍ତରୀୟ ସମୀକ୍ଷା ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।  ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ବୈଠକରେ ପୌର ପ୍ରଶାସନର ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକ ପ୍ରାରମ୍ଭରେ ପୌର  ନିର୍ଦ୍ଦେଶକ  ଅରିନ୍ଦମ ଡାକୁଆ ଆଲୋଚ୍ୟ ସୂଚୀ ଉପସ୍ଥାପନ କରିବା ସହ ଗ୍ରୀଷ୍ମ ପ୍ରବାହ ପାଇଁ…

ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳାମାନଙ୍କ ସୁରକ୍ଷା ସମ୍ପର୍କିତ କର୍ମଶାଳା

ଭୁବନେଶ୍ଵର: ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ମଶାଳାକୁ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ। ଏହି କର୍ମଶାଳାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ସ୍ଵୟଂପ୍ରଭା ମହାନ୍ତି,…

୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ, ୩୨୦ କୋଟିର ୧୨୪ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ସ୍ଥାନୀୟ ଲୋକ ସେବା ଭବନ କନଭେନଶନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ସମୁଦାୟ ୨୬୧୨ କୋଟି ଟଙ୍କାର ବହୁମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।  ଏଥିମଧ୍ୟରୁ ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ ଟି ପ୍ରକଳ୍ପର…

ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟିରେ ଓଡିଶା ଦେଶର ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର: ପ୍ରକୃତିର ଅନନ୍ୟ ବରଦାନ ହେଉଛି ଆମର ସବୁଜ ବନାନୀ। ଏହା ଆମ ଜୀବନ ଓ ଜୀବିକାର ଆଧାର ଅଟେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ବନ ଦିବସ-୨୦୨୬ ପାଳନ ଅବସରରେ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟର ଠାରେ ଏହି ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁସ୍ଥ ପରିବେଶ ତଥା ମନୁଷ୍ୟ ଜୀବନରେ ବଣ ଜଙ୍ଗଲର ମହତ୍ତ୍ୱ ବିଷୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆମେ ଏହି…

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ: ଛଅଟି ବିକାଶମୂଳକ ପ୍ରସ୍ତାବ ଉପସ୍ଥାପିତ

ଭୁବନେଶ୍ୱର : ରାଜ୍ୟରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ଏହି କ୍ଷେତ୍ରରେ ଉପୁଜିଥିବା ବିଭିନ୍ନ ସମସ୍ୟାର ସମୟୋପଯୋଗୀ ସମାଧାନ ପାଇଁ ରାଜ୍ୟ ବନ୍ୟପ୍ରାଣୀ ପରିଷଦର  ସ୍ଥାୟୀ କମିଟିର ୧୨ତମ ବୈଠକ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କନଫରେନ୍ସ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ପନ୍ନ ହୋଇଛି। ବନ୍ୟଜନ୍ତୁ ସଂଶୋଧନ ଅଧିନିୟମ (ସୁରକ୍ଷା)…

ରାଜ୍ୟର ସାମ୍ବାଦିକମାନଙ୍କର ସମସ୍ୟା ଓ ଦାବୀ ସମ୍ପର୍କରେ ଆଲୋଚନା 

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟର ସାମ୍ବାଦିକମାନଙ୍କର ସମସ୍ୟା ଓ ଦାବୀ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ବିଭାଗର ନିର୍ଦ୍ଦେଶକ ଅନୂଜ କୁମାର ଦାସପଟ୍ଟନାୟକ, ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତଥିଲେ। ସାମ୍ବାଦିକମାନଙ୍କ ପକ୍ଷରୁ “ଆଇୟୁଡବ୍ଲୁଜେ”…

ପ୍ରଥମ ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ମାଧ୍ୟମରେ ୬୭୬ ମହିଳା ନେତ୍ରୀ ସଶକ୍ତ

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ କୋଣାର୍କ ଠାରେ ଛ ଦିନିଆ ‘ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ସଫଳତାର ସହିତ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ସମ୍ବୋଧିତ କରିବା ସହ ବିକଶିତ ଓଡ଼ିଶା ଗଠନରେ ସେମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଶନ ଶକ୍ତି କେବଳ ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିନାହିଁ, ବରଂ ଏହା ଓଡ଼ିଶାରେ…

“ଆକାଂକ୍ଷା ଯୋଜନା”ରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ଆବାସିକ ସୁବିଧା

ଭୁବନେଶ୍ୱର:  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପାଇଁ ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନା କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଦିବାସୀ, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗର ଶିକ୍ଷା, ଜୀବିକା ଓ ସାମାଜିକ ଉନ୍ନତିକୁ ଲକ୍ଷ୍ୟରେ ରଖି ବଜେଟ୍ ପ୍ରସ୍ତୁତ ହୋଇଥିବା ମତ ପ୍ରକାଶ କରିଛନ୍ତି।  ଏହି…

ନୂତନ ନ୍ୟାୟ ବ୍ୟବସ୍ଥାର କେନ୍ଦ୍ର ବିନ୍ଦୁ ହେଲା ଭୁବନେଶ୍ୱର

ଭୁବନେଶ୍ୱର: ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ସପ୍ତାହବ୍ୟାପୀ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ସଫଳତାର ସହ  ଉଦଯାପିତ ହୋଇଛି। ଭୁବନେଶ୍ୱରର Unit–III ର ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ୧ ଲକ୍ଷରୁ ଅଧିକ ଲୋକ ଯୋଡ଼ି ହୋଇଥିଲେ l ଏହି ସମ୍ମିଳନୀ ବୃହତ୍ତର ଭାବେ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସଚେତନତା ଓ କମ୍ୟୁନିଟି ପୋଲିସିଂରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନା କରିସାରିଛି l ପ୍ରଦର୍ଶନୀର ଶେଷ ଦିନରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା…

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବିମାନ ଚଳାଚଳ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ‘ଏଭିଏସନ୍ ସିକ୍ୟୁରିଟି ବେସିକ୍ କୋର୍ସ’ର ଦ୍ୱିତୀୟ ବ୍ୟାଚ୍ ପ୍ରଶିକ୍ଷାର୍ଥୀଙ୍କ ପାଇଁ ପ୍ରାୟୋଗିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି। ବିମାନବନ୍ଦରର ଜଟିଳ କାର୍ଯ୍ୟଧାରା ଏବଂ ବୈଷୟିକ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ବିଭିନ୍ନ ବିମାନବନ୍ଦରରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ୧୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଣିଜ୍ୟ ଓ ପରିବହନ ବିଭାଗ, ଗୃହ ବିଭାଗ ଏବଂ…