ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ନାଲ୍‌କୋ ରିସର୍ଚ୍ଚ ଓ ଟେକ୍ନୋଲୋଜି ସେଣ୍ଟର ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଓଡ଼ିଶାର ୪୩ତମ ପ୍ରତିଷ୍ଠା ଦିବସ ସମାରୋହ ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ମନ୍ତ୍ରୀ କହିଥିଲେ, ବିଗତ ୪୩ ବର୍ଷ ଧରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିବେଶ ସୁରକ୍ଷା ପ୍ରତି ନିଜର…

ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍

ଭୁବନେଶ୍ୱର/ସମ୍ବଲପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ଜିଲ୍ଲାବାସୀଙ୍କୁ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।  ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁର ଏବଂ ସମଗ୍ର ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ଡପ୍‌ଲର ପାଣିପାଗ ରାଡାର୍ (DWR)ର ଶୁଭାରମ୍ଭ କରିବା ସହ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ…

‘ସେବା ସେତୁ’, ମେଗା ବୃକ୍ଷରୋପଣ ଓ ‘ସ୍ୱଚ୍ଛତା ହି ସେବା’ ପ୍ରସ୍ତୁତିର ସମୀକ୍ଷା

ଭୁବନେଶ୍ୱର: ‘ସେବା ସଂକଳ୍ପ’ ଅଭିଯାନର ପ୍ରସ୍ତୁତି ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସରକାରୀ ଯୋଜନା ଓ ସେବାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ‘ସେବା ସେତୁ’, ‘ଏକ ପେଡ୍‌ ମା’ କେ ନାମ’ ଅଧୀନରେ ମେଗା ବୃକ୍ଷରୋପଣ ଏବଂ ‘ସ୍ୱଚ୍ଛତା ହି ସେବା ୨୦୨୬’ ପାଇଁ ପ୍ରସ୍ତୁତି ସମୀକ୍ଷା କରାଯିବା ସହ ତୃଣମୂଳସ୍ତରରେ…

ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଶିକ୍ଷଣ ଦକ୍ଷତା, ପାଠପଢ଼ାର ଗୁଣବତ୍ତା ସମ୍ପର୍କରେ ଆଲୋଚନା 

ଭୁବନେଶ୍ୱର/ଖୋର୍ଦ୍ଧା: ଚିଲିକା ବ୍ଲକର ସମ୍ମିଳନୀ କକ୍ଷଠାରେ ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ପ୍ରସାର, ଶିକ୍ଷାର ମାନବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ପାସ୍ ହାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏକ ସମୀକ୍ଷା ବୈଠକ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା,ଛାତ୍ରଛାତ୍ରୀଙ୍କ ଉପସ୍ଥାନ,ଶିକ୍ଷଣ ଦକ୍ଷତା, ପାଠପଢ଼ାର ଗୁଣବତ୍ତା, ପରୀକ୍ଷା ପ୍ରସ୍ତୁତି ଏବଂ ପୂର୍ବ ପରୀକ୍ଷା ଫଳାଫଳ ସମ୍ପର୍କରେ ଆଲୋଚନା କରାଯାଇଥିଲା।…

ନବଗଠିତ ୨୮ଟି NACରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମ ସହର କେବଳ ବାସ ସ୍ଥାନ ନୁହେଁ, ସହର ହେଉଛି ରୋଜଗାର, ଉଦ୍ୟମ, ଶିକ୍ଷା ଓ ସମୃଦ୍ଧିର କେନ୍ଦ୍ର। ସହର ଗୁଡିକୁ ଆମକୁ ଏଭଳି ଅର୍ଥନୈତିକ କେନ୍ଦ୍ର ଭାବେ ଗଢିବାକୁ ହେବ, ଯେଉଁଠି ଯୁବ ପିଢି ନୂଆ ସୁଯୋଗ ପାଇବେ, ଉଦ୍ୟୋଗୀମାନେ ଆଗକୁ ବଢିବେ ଏବଂ ନୂଆ ରୋଜଗାର ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାୟତ୍ତ ଶାସନ ଦିବସ- ୨୦୨୬ ପାଳନ ଅବସରରେ କହିଛନ୍ତି। ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନ…

ନବଗଠିତ ସହରାଞ୍ଚଳରେ ମୌଳିକ ଭିତ୍ତିଭୂମି ଓ ଆଧୁନିକ ନାଗରିକ ସୁବିଧାକୁ ଗୁରୁତ୍ୱ

ଭୁବନେଶ୍ବର: ରାଜ୍ୟର ନବଗଠିତ NAC  ଗୁଡ଼ିକର ସାମଗ୍ରିକ ବିକାଶ ଏବଂ ନାଗରିକଙ୍କ ପାଇଁ ଉନ୍ନତ ମୌଳିକ ସୁବିଧା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନବଗଠିତ ୨୮ଟି NACରେ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରତ୍ୟେକ NAC ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ। ଏଥିରେ ସମ୍ପୃକ୍ତ ଅଞ୍ଚଳ ଗୁଡିକରେ ରାସ୍ତା, ଡ୍ରେନ୍, ମାର୍କେଟ ଏବଂ…

ଉପକୂଳ ଅବକ୍ଷୟରୁ ସୁରକ୍ଷା, ପରିବେଶ ପୁନରୁଦ୍ଧାର ଓ ନୀଳ ଅର୍ଥନୀତିକୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର: ଓଡ଼ିଶାର ଉପକୂଳ ଅଞ୍ଚଳକୁ ଅବକ୍ଷୟରୁ ସୁରକ୍ଷା, ଜଳବାୟୁ ପରିବର୍ତ୍ତନଜନିତ ବିପଦର ମୁକାବିଲା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥାୟୀ ଆର୍ଥିକ ବିକାଶକୁ ଅଧିକ ସୁଦୃଢ଼ କରିବା ନେଇ Adaptive Resilience Investment in Coastal Systems on Economics (ARISE) Project ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହି ବୈଠକରେ ଅଧ୍ୟକ୍ଷତା କରି ଉପକୂଳବର୍ତ୍ତୀ ଅଞ୍ଚଳକୁ ଅବକ୍ଷୟରୁ ସୁରକ୍ଷା ତଥା…

ଗ୍ରାମୀଣ ଡାକ ସେବକ କୃଷକ ପଞ୍ଜିକରଣ ଏବଂ କୃଷକ ଆଇଡି ପ୍ରସ୍ତୁତିରେ ସହାୟତା କରିବେ 

ଭୁବନେଶ୍ୱର: ଜ୍ୟର ଚାଷୀମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୬ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଡିଜିଟାଲ୍ କୃଷି, ଉନ୍ନତ ବିହନ, ଜଳବାୟୁ ସହନଶୀଳତା ଏବଂ ପୋଷଣ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଡାକ ବିଭାଗ (ଓଡ଼ିଶା ସର୍କଲ), ଇକ୍ରିସାଟ୍ (ICRISAT) ଏବଂ ଏମ୍. ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ (MSSRF) ସହିତ ଏହି ବୁଝାମଣା ପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ…

NWA, ICAR-IIWM ଓ OCCL ସହ ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶାରେ ଜଳ ସମ୍ପଦ ପରିଚାଳନାକୁ ଅଧିକ ବୈଜ୍ଞାନିକ, ପ୍ରଯୁକ୍ତିଭିତ୍ତିକ ଓ ଦକ୍ଷ କରିବା ସହ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ବାଲ୍‌ମି)କୁ ଏକ ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ଉଦ୍ଦେଶ୍ୟରେ ବାଲ୍‌ମି ପକ୍ଷରୁ ଜାତୀୟ ଜଳ ଏକାଡେମୀ (ଏନଡବ୍ଲ୍ୟୁଏ), ପୁଣେ, ଆଇସିଏଆର୍–ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍), ଭୁବନେଶ୍ୱର ଏବଂ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ୍)ଙ୍କ ସହ ୩ଟି ବୁଝାମଣାପତ୍ର…

ପୌରସଂସ୍ଥାଗୁଡ଼ିକର ସମୀକ୍ଷା; ଭିତ୍ତିଭୂମି ବିକାଶ, ସମୃଦ୍ଧ ସହରର ଯୋଜନା ଓ କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ସୁଶାସନ, ଯୋଜନାବଦ୍ଧ ବିକାଶ ଓ ଉନ୍ନତ ନାଗରିକ ସେବାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ  ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଅଡିଟୋରିୟମୀରେ ‘ଓଡ଼ିଶା ଅର୍ବାନ୍ କନକ୍ଲେଭ-୨୦୨୬’ ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ସମୀକ୍ଷା ଓ ଦିଗଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା  ଗୁଡ଼ିକର କାର୍ଯ୍ୟଧାରା ସମୀକ୍ଷା କରାଯିବା ସହ ଆଗାମୀ ଦିନର ପ୍ରାଥମିକତା ନେଇ ବିସ୍ତୃତ ଆଲୋଚନା ହୋଇଛି| ଗୃହ ନିର୍ମାଣ…