ଓଡ଼ିଶାରେ ଉତ୍ପାଦନକୁ ତ୍ୱରାନ୍ୱିତ କରିବ ମିଟି କମ୍ପୋନେଣ୍ଟ ସ୍କିମ

ଭୁବନେଶ୍ୱର: ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବଂ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ସହିତ ମିଳିତଭାବରେ ସୂଚନା ପ୍ରଯୁକ୍ତିଉତ୍ପାଦକ ସଂଘ (MAIT) ବୁଧବାର ଭୁବନେଶ୍ୱରରେ ଏକ ନିବେଶକ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଅଗ୍ରଣୀଶିଳ୍ପଓ ଷ୍ଟାର୍ଟଅପ୍ ପ୍ରତିନିଧି ତଥାଶିକ୍ଷାବିତ୍ମାନେ ଏକତ୍ରିତ ହୋଇଥିଲେ । ଏହା ଓଡ଼ିଶାର ଏକ ନବସୃଜନଚାଳିତ ଉତ୍ପାଦନ କେନ୍ଦ୍ରଭାବରେ ଉଭାହେବା ସମ୍ବନ୍ଧରେ କାର୍ଯ୍ୟକ୍ରମ ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।
ଏମ.ଏ.ଆଇ.ଟି. (MAIT) ହେଉଛି ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ହାର୍ଡ଼ୱେର୍ କ୍ଷେତ୍ରରେ ପ୍ରତିନିଧିତ୍ୱ କରୁଥିବା ଶୀର୍ଷ ସଙ୍ଗଠନ। ଆଇ.ଟି. (IT)ହାର୍ଡ଼ୱେର୍ କ୍ଷେତ୍ରର ଅଭିବୃଦ୍ଧି ଏବଂ ବିକାଶରେ ଏହାର ଭୂମିକା ପାଇଁ ଏହାକୁ ଶିଳ୍ପ ଏବଂ ସରକାର ଉଭୟଙ୍କ ପକ୍ଷରୁ ସ୍ୱୀକୃତି ମିଳିଛି। କାର୍ଯ୍ୟକ୍ରମଟି ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଆଇ.ଆଇ.ଟି. (IIT), ଭୁବନେଶ୍ୱରର SiCSem Pvt Ltd ପରିଦର୍ଶନ ସହିତ ଆରମ୍ଭ ହୋଇଥିଲା, ଯେଉଁଠାରେ ଅଂଶଗ୍ରହଣକାରୀମାନେ ଦକ୍ଷତା ଭିତ୍ତିଭୂମି ଏବଂ ସାମଗ୍ରୀ ନବସୃଜନରେ ଓଡ଼ିଶାର ଅନନ୍ୟ ସାମର୍ଥ୍ୟ—ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ ସମ୍ପର୍କରେ ଅବଗତ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ମୁଖ୍ୟ ଅତିଥି ଏବଂ ମିଟି (MeitY)ର ଯୁଗ୍ମସଚିବ ସୁଶୀଲ ପାଲ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ମିଟି (MeitY)ର ବୈଜ୍ଞାନିକ ଆଶିଷ ମିଶ୍ର ଇ.ସି.ଏମ.ଏସ .(ECMS) ଉପରେ ମୂଲ୍ୟବାନ ମତପ୍ରଦାନ କରିବା ସହିତ କମ୍ପୋନେଣ୍ଟ ଉତ୍ପାଦନ-କେନ୍ଦ୍ରିତ ନିବେଶ ଆକୃଷ୍ଟ କରିବା ପାଇଁ ଉପଯୁକ୍ତ ପ୍ରୋତ୍ସାହନ ଏବଂ ଅଗ୍ରମୁଖୀ ନୀତି ଉପରେ ଆଲୋକପାତ କରିଥିଲେ। ଏହାପରେ ଏମ.ଏ.ଆଇ.ଟି. (MAIT)ର ଉପ-ମହାନିର୍ଦ୍ଦେଶକ (DDG) ଲେଫ୍ଟନାଣ୍ଟ କର୍ଣ୍ଣେଲ ହର୍ଷ ଶିଳ୍ପ ସମ୍ପର୍କକୁ ସହଜ କରିବା, ସହଯୋଗମୂଳକ ପଦକ୍ଷେପ ଏବଂ ନୀତିଗତ ସହଯୋଗ ମାଧ୍ୟମରେ ଶିଳ୍ପ ପରିବେଶକୁ ସୁଦୃଢ଼ କରିବାରେ ଏମ.ଏ.ଆଇ.ଟି. (MAIT)ର ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟାର୍ଟଅପ୍ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ପକ୍ଷରୁ ୮୦ରୁ ଅଧିକ ପ୍ରତିନିଧି ସକ୍ରିୟ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଆଇ.ସି.ଟି. (ICT)ଶିଳ୍ପ ଏବଂ ମିଟି (MeitY)ର ଅଧିକାରୀ ଅଗ୍ରଣୀ ଶିଳ୍ପନିବେଶକ ଓ ଷ୍ଟାର୍ଟଅପ୍ ପ୍ରତିନିଧିମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ। ଓଡ଼ିଶାର ଦ୍ରୁତ-ବିକାଶମୁଖୀ ଇଲେକ୍ଟ୍ରୋନିକ୍ସ ପରିଦୃଶ୍ୟରେ ନିବେଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏକ ପ୍ରଭାବୀମଞ୍ଚଭାବରେ କାର୍ଯ୍ୟ କରିଥିଲା।