ଓଡ଼ିଶା ମହିଳା ରଗବୀ ଟିମ୍‌କୁ କ୍ରୀଡ଼ାମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଉତ୍ତରାଖଣ୍ଡର ଡେରାଡୁନ୍‌ ଠାରେ ଅନୁଷ୍ଠିତ ହୋଇଥିବା ଜୁନିୟର ନ୍ୟାସନାଲ ରଗବୀ 7s ଚାମ୍ପିଅନସିପ୍-୨୦୨୫ (Junior National Rubgy 7s Championship -2025)ରେ ଓଡ଼ିଶା ମହିଳା ରଗବୀ ଟିମ୍ ରୌପ୍ୟ ପଦକ ହାସଲ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶା ମହିଳା ରଗବୀ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହିତ କ୍ରୀଡ଼ାବିତ୍‌ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଏଥିସହ ରଗବୀ ଟିମ୍‌ର ଏହି ବିଜୟ ଓଡ଼ିଶାର କ୍ରୀଡ଼ାବିତ୍‌ମାନଙ୍କୁ ଓ ବିଶେଷ ଭାବରେ ମହିଳା କ୍ରୀଡ଼ାବିତ୍‌ମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *