ଚୀନରେ ଆର୍ଥିକ ସଙ୍କଟ: ଖର୍ଚ୍ଚ କାଟ ପାଇଁ ସରକାରଙ୍କ ନିଦେ୍ର୍ଦଶ

ବେଜିଂ: ଚୀନର କମୁ୍ୟନିଷ୍ଟ ସରକାର ସରକାରୀ କାର୍ଯ୍ୟକ୍ରମ ଆୟୋଜନରେ ଖର୍ଚ୍ଚ କାଟ କରିବାକୁ କଡା ନିଦେ୍ର୍ଦଶ ଦେଇଛନ୍ତି । ସରକାରୀ କର୍ମଚାରୀ, ଅଧିକାରୀମାନେ ସେମାନଙ୍କର ଭ୍ରମଣ, ଖାଦ୍ୟ ଓ ଅଫିସ ସ୍ଥାନ ଆଦି ବାବଦରେ ଖର୍ଚ୍ଚ କାଟ କରିବାକୁ ସେମାନଙ୍କୁ କୁହାଯାଇଛି । ଦେଶର ଆର୍ଥିକ ସ୍ଥିତି ସୁଧାରିବା ଏବଂ ରାଜକୋଷ ଉପରେ ଆର୍ଥିକ ବୋଝ ଲାଘବ କରିବା ନିମନ୍ତେ ଦେଶର ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ ଏହି ମର୍ମରେ କଡା ନିଦେ୍ର୍ଦଶ ଦିଆଯାଇଥିବା ଜଣାଯାଇଛି । ସରକାର ଏବଂ କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ ଅଧିକାରୀମାନଙ୍କ ନିକଟକୁ ପଠାଯାଇଥିବା ନୋଟିସରେ ସେମାନେ ଭୋଜିଭାତ, ମଦ ଏବଂ ସିଗାରେଟ ଆଦି ବାବଦରେ ଖର୍ଚ୍ଚ କାଟ କରିବାକୁ କୁହାଯାଇଛି । ଏହି ନିଦେ୍ର୍ଦଶକୁ କଡାକଡି ଭାବରେ ଅନୁପାଳନ କରିବାକୁ କମୁ୍ୟନିଷ୍ଟ ସରକାର କହିଛନ୍ତି । ସୂଚନାଯୋଗ୍ୟ ଯେ ସମ୍ପ୍ରତି ଚୀନର ରାଜସ୍ୱ ଆୟ ଆଶାତୀତ ଭାବରେ ହ୍ରାସପାଇଛି । ବିଶେଷକରି ଜମିବାଡି ବିକ୍ରି ବାବଦରୁ ସରକାରଙ୍କୁ ବିପୁଳ ରାଜସ୍ୱ ମିଳୁଥିବାବେଳେ ଏବେ ସେଥିରେ ତୀବ୍ର ହ୍ରାସ ଘଟିଛି । ଅନ୍ୟପକ୍ଷରେ ପ୍ରାଦେଶିକ ସରକାରଙ୍କ ଉପରେ ଋଣ ଭାର ବୃଦ୍ଧିପାଉଛି । ରାଷ୍ଟ୍ରପତି ଜିନପିଙ୍ଗଙ୍କ ପକ୍ଷରୁ ଦୁର୍ନୀତି ବିରୋଧୀ ଅଭିଯାନ ସହିତ ଅଧିକାରୀମାନେ ସେମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରିବାକୁ ପଦକ୍ଷେପ ନେବାପରେ ଏବେ ଖର୍ଚ୍ଚକାଟ କରିବାକୁ କହିଛନ୍ତି । କମୁ୍ୟନିଷ୍ଟ ପାର୍ଟିର ଶକ୍ତିଶାଳୀ ସାତ ସଦସ୍ୟ ବିଶିଷ୍ଟ ପଲିଟବୁ୍ୟରୋ ଷ୍ଟାଣ୍ଡିଂ କମିଟିର ଜଣେ ସଦସ୍ୟ କାଇ କି ମଧ୍ୟ ହେବେଇ ପ୍ରଦେଶରେ ଦଳର କ୍ୟାଡରମାନଙ୍କୁ ଖାଦ୍ୟ ପାନୀୟ ବାବଦରେ ଅଯଥା ଖର୍ଚ୍ଚ ନକରିବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *