ଜାତୀୟ ସ୍ତରରେ ପ୍ୟାଲିଏଟିଭ୍ କେୟାର୍ ସର୍ବଶ୍ରେଷ୍ଠ ଅଭ୍ୟାସ ପାଇଁ ପ୍ରଥମ ସ୍ଥାନରେ ଓଡିଶା

ଭୁବନେଶ୍ଵର : ଜାତୀୟସ୍ତରରେ ବିଶ୍ୱ ହସ୍ପିସ୍ ଏବଂ ପ୍ୟାଲିଏଟିଭ୍ କେୟାର୍ ଦିବସ ୨୦୨୫ ଭୁବନେଶ୍ୱରର ବାଗଚି କରୁଣାଶ୍ରୟ ପ୍ୟାଲିଏଟିଭ୍ କେୟାର୍ ସେଣ୍ଟରରେ ପାଳିତ ହୋଇଛି। ଓଡିଶା ରାଜ୍ୟକୁ ଜାତୀୟ ସ୍ତରରେ ପ୍ୟାଲିଏଟିଭ୍ କେୟାର୍ ର ସର୍ବଶ୍ରେଷ୍ଠ ଅଭ୍ୟାସ ପାଇଁ ପ୍ରଥମ ସ୍ଥାନ ପୁରସ୍କାର ଦିଆଯାଇଥିଲା। ମେଘାଳୟ ଓ ରାଜସ୍ଥାନ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଡିଡିଜି ଡକ୍ଟର ଆଲୋକ ମାଥୁର, ଡାଇରେକ୍ଟର ଅଫ୍ ପବ୍ଲିକ୍ ହେଲ୍ଥ୍‌ (DPH) ଡକ୍ଟର ନୀଳକଣ୍ଠ ମିଶ୍ର,  ବାଗଚି କରୁଣାଶ୍ରୟ ପ୍ୟାଲିଏଟିଭ୍ କେୟାର୍ ସେଣ୍ଟର ଡକ୍ଟର ନାଗେଶ ସିମ୍ହା, ରାଜ୍ୟ ନୋଡାଲ ଅଧିକାରୀ ଡକ୍ଟର ସୁଶାନ୍ତ କୁମାର ସ୍ଵାଇଁ, ବାଗଚି ଶଙ୍କର କ୍ୟାନ୍ସର୍ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଲଲାଟେନ୍ଦୁ ଷଡଙ୍ଗୀ ସହିତ ବିଶେଷଜ୍ଞମାନେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ପ୍ୟାଲିଏଟିଭ୍ କେୟାର ପାଇଁ ଜାତୀୟ କାର୍ଯ୍ୟକ୍ରମ(NPPC)ର ରାଜ୍ୟ କାର୍ଯ୍ୟକାରୀ ଅଧିକାରୀ (SPO) ଏବଂ ୧୪ ରାଜ୍ୟର ପ୍ୟାଲିଏଟିଭ୍ କେୟାର୍ ଇଉନିଟ୍ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ଏବଂ ସଂଘ ଶାସିତ ଅଞ୍ଚଳ ଦ୍ୱାରା ପ୍ୟାଲିଏଟିଭ୍ କେୟାର୍ ର ଶ୍ରେଷ୍ଠ କୃତିତ୍ୱ ଉପରେ ପୋଷ୍ଟର୍ ପ୍ରଦର୍ଶନୀ ହୋଇଥିଲା।

Leave a Reply

Your email address will not be published. Required fields are marked *