ଧନ୍ଦାମୂଳକ କନିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ୫୪ ଗୋଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କନିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ପାଇଁ ୪ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେଞ୍ଚୁରୀୟନ ୟୁନିଭେର୍ସିଟି (CUTM) ଜଟଣୀ ଓ ପାରଳାଖେମୁଣ୍ଡି ଠାରେ ଆୟୋଜିତ ହୋଇଥିଲାl ଏହି ପ୍ରଶିକ୍ଷଣରେ ଜଟଣୀ ଠାରେ ୬ଗୋଟି କର୍ମଵିଦ୍ୟା ଯଥା Tourism & Hospitality, SPEFL, CRM,Insurance, OM,BFSIର ଅଧ୍ୟାପକ ଓ ଅଧ୍ୟାପିକାମାନେ ପ୍ରଶିକ୍ଷଣ ଗ୍ରହଣ କରିଥିବା ବେଳେ ପାରଳାଖେମୁଣ୍ଡି ଠାରେ ହଟିକଲଚର, ସେରିକଲଚର ଓ ଇନଲାଣ୍ଡ ଫିସରିସ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରଶିକ୍ଷଣ ଗ୍ରହଣ କରିଥିଲେl

ଏହି ଚତୁଃର୍ଦିବସୀୟ  ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ ଉଦଯାପନୀ ଅପହରାହ୍ନ ଅଧିବେଶନରେ ଉପସ୍ଥିତ ଥିଲେ  Deputy Director ମଧୁସୂଦନ ମଲ୍ଲିକ, ଡ଼ ଜ୍ୟୋତି ପ୍ରକାଶ ରଥ ( OIC ASP ) ଏବଂ ଡ଼. ଅଜୟ କୁମାର  ନାୟକ (Pro- Vice Chancellor of Centurion University) ପ୍ରମୁଖl

ଉଦଯାପନୀ ଅବସରରେ ଡ଼. ଜ୍ୟୋତି ପ୍ରକାଶ ରଥ ଶିକ୍ଷାର ମାନ ବୃଦ୍ଧି ଓ ସମାଜ ପରିବର୍ତ୍ତନରେ ଶିକ୍ଷକର ଗୁରୁଦାୟିତ୍ୱ ସମ୍ପର୍କରେ ବହୁମୂଲ୍ୟ ବାଣୀ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ l ସେହିପରି  ଡ଼ ଅଜୟ କୁମାର ନାୟକ ଧନ୍ଦା ମୂଳକ ଶିକ୍ଷାରେ ଦକ୍ଷତା ବିକାଶର ଭୂମିକା ବିଷୟରେ ନିଜ ମନ୍ତବ୍ୟ ପ୍ରକାଶ କରିଥିଲେ। ସର୍ବଶେଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଗବେଷଣା ସହାୟିକା ସ୍ମିତାରେଖା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେl

Leave a Reply

Your email address will not be published. Required fields are marked *