ନୀତି ଆୟୋଗର ଉପାଧ୍ୟକ୍ଷଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା

ଭୁବନେଶ୍ୱର: ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀଆଜି  ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ସଚିବଙ୍କ ସହ ଏକ ବୈଠକରେ  ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେl ଏଥିରେ ନୀତି ଆୟୋଗର ସଦସ୍ୟ ଡଃ ଅରବିନ୍ଦ ଭିରମାନୀଙ୍କ ସମେତ ଅନ୍ୟ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ  ଥିଲେl

ବୈଠକରେ ଓଡ଼ିଶାର ଆର୍ଥିକ ଓ ସାମଗ୍ରିକ ବିକାଶ, ଶିଳ୍ପ ଓ ନିବେଶ ପ୍ରୋତ୍ସାହନ, ଇଜ ଅଫ ଡୁଇଂ ବିଜିନେସ, ଭିତ୍ତିଭୂମି ଉନ୍ନତି, ଢାଞ୍ଚାଗତ ବିକାଶ, ଶକ୍ତି, ସହରାଞ୍ଚଳ ବିକାଶ,  ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଶିକ୍ଷା, ଜନଜାତି କଲ୍ୟାଣ ତଥା ସାମାଜିକ କ୍ଷେତ୍ର ଆଦି ବିକାଶ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଛିl

ବିକଶିତ ଓଡ଼ିଶା ୨୦୩୬ ତଥା ବିକଶିତ ଭାରତ ୨୦୪୭ ଦୃଷ୍ଟିକୋଣ ଲକ୍ଷ୍ୟ ରଖି ଓଡ଼ିଶା ଭିଜନ କାର୍ଯ୍ୟକାରିତା ନେଇ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲାl  ନୀତି ଆୟୋଗର ଉପାଧ୍ୟକ୍ଷ ଓଡ଼ିଶାର ବିକାଶ ଉଦ୍ୟମକୁ ପ୍ରଶଂସା କରିବା ସହ ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟକୁ ସମ୍ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *