ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଅମ୍ଳାନ ପ୍ରତିଭା ଓ ସଙ୍ଗୀତମୟ ଜୀବନ ଯାତ୍ରା ଯୁବପିଢ଼ିଙ୍କ ପାଇଁ ଆଦର୍ଶ : ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି। ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ” କିମ୍ବଦନ୍ତୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ଓଡ଼ିଶାର ସମସ୍ତ ଶ୍ରୋତାମାନଙ୍କ ମଧ୍ୟରେ ଚିର ସ୍ମରଣୀୟ। ସଙ୍ଗୀତ ନିର୍ଦ୍ଦେଶନା ମାଧ୍ୟମରେ ପ୍ରଫୁଲ୍ଲ କର ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ଓଡ଼ିଆ ସଙ୍ଗୀତ ଜଗତକୁ ୠଦ୍ଧିମନ୍ତ କରିଛନ୍ତି। ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଅମ୍ଳାନ ପ୍ରତିଭା ଓ ସଙ୍ଗୀତମୟ ଜୀବନ ଯାତ୍ରା ଯୁବପିଢ଼ିଙ୍କ ପାଇଁ ଆଦର୍ଶ ଏବଂ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ସଂରଚନା ଯୁବ ସଙ୍ଗୀତଜ୍ଞମାନଙ୍କୁ ନିଶ୍ଚିତ ରୂପେ ଅନୁପ୍ରାଣିତ କରିବ।”

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଉପ-ନିର୍ଦ୍ଦେଶକ ଦେବଯାନୀ ଭୂୟାଁ ଏବଂ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପରିବାର ବର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *