‘ପାନୀୟଜଳ ହେଉଛି ପ୍ରତ୍ୟେକ ଲୋକଙ୍କର ଆବଶ୍ୟକତା’

ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ସଂପର୍କରେ ଗତକାଲି ଗୁରୁବାର ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜା ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଗିରୀଶ ଏସ୍‌. ଏନ୍‌ , ପାନୀୟ ଜଳ ପରିମଳ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ

ବୈଠକରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ପାନୀୟଜଳ ହେଉଛି ପ୍ରତ୍ୟେକ ଲୋକଙ୍କର ଆବଶ୍ୟକତା। ମୁଖ୍ୟମନ୍ତ୍ରୀ ସବୁବେଳେ ସବୁ ଗାଁକୁ ପିଇବା ପାଣି ସଂଯୋଗୀକରଣ ପାଇଁ ଗୁରୁତ୍ୱ ଦେଇଆସୁଛନ୍ତି ସମସ୍ତଙ୍କ ପାଇଁପିଇବା ପାଣି ସୁବିଧା କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି ଏହାକୁ ଦୃଷ୍ଟିରେ ରଖି ବିଭାଗ ତଥା ଜିଲ୍ଲାପାଳମାନେ ପାନୀୟ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକୁ ନିଷ୍ଠାର ସହ ନିର୍ବାହ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି

ସବୁ ଗାଁଙ୍କୁ ଏବଂ ଘର ଘରକୁ କିପରି ପାନୀୟ ଜଳ ପହଞ୍ଚିବ, ସେଥିପାଇଁ ରାଜ୍ୟର କଣ କଣ ଯୋଜନା ରହିଛି ( ଷ୍ଟେଟ୍ ସାଚୁରେସନ ପ୍ଲାନ), ସେ ସଂପର୍କରେ ପଞ୍ଚାୟତି ରାଜ ପାନୀୟ ଜଳ ବିଭାଗ ତରଫରୁ ବିଶଦ୍ ଭାବେ ଉପସ୍ଥାପନ କରାଯାଇଥିଲା

ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଭୂତଳ ଜଳ ଭିତ୍ତିକ ବୋରକୂପ, ଓଭର ହେଡ୍ଟାଙ୍କି, ଆବଣ୍ଟିତ ପାଇପ ଲାଇନ୍‌, କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ ସଂଯୋଗ ଜରିଆରେ ଏକକ ଗାଁ ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ (ସିଙ୍ଗଲ୍ ଭିଲେଜ୍ ପିଡବ୍ଲୁଏସ୍ ପ୍ରୋଜେକ୍ଟ) କାର୍ଯ୍ୟକାରୀ କରାଯାଉଛି ଏଥିରେ ଅଦ୍ୟବଧି ୧୮,୬୭୭ଟି ପ୍ରକଳ୍ପ ସଂସ୍ଥାପିତ ହୋଇଥିବାବେଳେ ୧୨୮୯ ନିର୍ମଣାଧିନ ରହିଛି ୧୬ଟି ମେଗା ପାଇପ୍ଜଳ ଯୋଗାଣ ପ୍ରକଳ୍ପ ଶେଷ ହୋଇଥିବାବେଳେ ୧୯୧ଟି ନିର୍ମାଣଧୀନ ରହିଛି ସେହିପରି ୪୮୫୫ଟି ସୋଲାର ପ୍ରକଳ୍ପ ସରିଥିବାବେଳେ ୩୬୫୨ଟି କାର୍ଯ୍ୟାନ୍ୱୟନ ସ୍ଥିତିରେ ରହିଛି ଜୁନ୍୨୦୨୫ ସୁଦ୍ଧା ୨୩୮ଟି ଏବଂ ଅକ୍ଟୋବର ସୁଦ୍ଧା ୭୫୨ଟି ଏକକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି ସେହିପରି ଆଗାମୀ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ଥିବା ସମସ୍ତ ୩୬୫୨ ଗ୍ରାମକୁ ସୌରଶକ୍ତି ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲକ୍ଷ୍ୟ ରଖାଯାଇଛି ନିର୍ମାଣଧୀନ ଥିବା ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ପର୍ଯ୍ୟାୟ କ୍ରମେ ମାର୍ଚ୍ଚ ୨୦୨୭ ସୁଦ୍ଧା ସରିବ ବୋଲି ବିଭାଗ ପକ୍ଷରୁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି ବିଭିନ୍ନ ଜିଲ୍ଲାରେ ନର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ସଂପୂର୍ଣ୍ଣ ହେବାକୁ ଥିବା ଧାର୍ଯ୍ୟ ସମୟ ସଂପର୍କରେ ଆଲୋଚନା କରାଯାଇଥିଲ। ।

ବିଭିନ୍ନ ନିର୍ମାଣକାରୀ ସଂସ୍ଥାକୁ ପାନୀୟ ଜଳ ପ୍ରକଳ୍ପ ଶେଷ କରିବାକୁ କାର୍ଯ୍ୟାଦେଶ ଦିଆଯାଇଛି ସେମାନଙ୍କ ସହିତ ଚୁକ୍ତି କରାଯାଇଛି ବିଭିନ୍ନ ପ୍ରମୁଖ ମେଗା ପାନୀୟ ଜଳ ପ୍ରକଳ୍ପରୁ କେଉଁ ବ୍ଲକର କେଉଁ ଗ୍ରାମ ସବୁ ଉପକୃତ ହେଉଛନ୍ତି, ସେ ସଂପର୍କରେ ଅନୁଧ୍ୟାନ କରାଯାଇଥିଲା

ବିଭିନ୍ନ ପାନୀୟ ଜଳ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବା ପାଇଁ ରହୁଥିବା ବିଦ୍ୟୁତ ଶକ୍ତି ସଂଯୋଗୀକରଣ ସମସ୍ୟା, ପରିବେଶ ମଞ୍ଜୁରୀ ସଂପର୍କିତ କାର୍ଯ୍ୟ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତବିଭାଗ, ଜଳସଂପଦ ବିଭାଗ, ରାଜସ୍ୱ ବିଭାଗ, ରେଳ ବିଭାଗ, ଜାତୀୟ  ରାଜପଥ ସଂପର୍କିତ ସମସ୍ୟାର ସମାଧାନ ପାଇଁ ସହଯୋଗର ଆବଶ୍ୟକତା ସଂପର୍କରେ ପଞ୍ଚାୟତି ରାଜ ପାନୀୟ ଜଳ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ଅନ୍ୟପକ୍ଷରେ ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବା ପାଇଁ ଯେଉଁ ଯେଉଁ ସମସ୍ୟା ରହୁଛି, ସେ ସଂପର୍କରେ ପ୍ରତି ମାସରେ ଜିଲ୍ଲା ସ୍ତରରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ନିୟମିତ ସମୀକ୍ଷା କରାଯାଉଥିବା ଜିଲ୍ଲାପାଳମାନେ ପ୍ରକାଶ କରିଥିଲେ ବିଭାଗ ତରଫରୁ ଏନେଇ ନିୟମିତ ଭାବରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରାଯାଉଥିବା ବିଭାଗୀୟ ନିର୍ଦ୍ଦେଶକ ପ୍ରକାଶ କରିଥିଲେ

ବୈଠକ ପରେ ବିଭାଗର କମିଶନର ତଥା  ଶାସନ ସଚିବ ଏବଂ ବିଭାଗୀୟ ନିର୍ଦ୍ଦେଶକ ଦ୍ୱୟ ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ରହୁଥିବା ସମସ୍ୟା ଓ ସମାଧାନ ସଂପର୍କରେ ଜିଲ୍ଲାଓ୍ୱାରୀ  ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *