ପିଏମ୍-ପୋଷଣ ଯୋଜନାରେ ଖର୍ଚ୍ଚ ବୃଦ୍ଧି

ଭୁବନେଶ୍ବର:  କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭାଗିଦାରୀରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ପିଏମ୍-ପୋଷଣ ଯୋଜନା ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ଭାରତ ସରକାରଙ୍କ ଦ୍ବାରା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ମୁଣ୍ଡ ପିଛା ଦୈନିକ ଯଥାକ୍ରମେ ୬ ଟଙ୍କା ୭୮ପଇସା ଓ  ୧୦ ଟଙ୍କା ୧୭ ପଇସା ୦୧.୦୫.୨୦୨୫  ଠାରୁ ରନ୍ଧନ ସାମଗ୍ରୀ ଖର୍ଚ୍ଚ ବାବଦକୁ ପ୍ରଦାନ କରାଯାଉଛି।

ବର୍ତ୍ତମାନ ରାଜ୍ୟ ସରକାର ଅତିରିକ୍ତ ରନ୍ଧନ ସାମଗ୍ରୀ ଖର୍ଚ୍ଚ ପାଇଁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ମୁଣ୍ଡ ପିଛା ଦୈନିକ ୧ ଟଙ୍କା ୪୫ ପଇସା ଓ ୧ ଟଙ୍କା ୬୫ ପଇସା ପ୍ରଦାନ କରୁଛନ୍ତି। ତେଣୁ, ଦୈନିକ ପ୍ରତି ଛାତ୍ରଛାତ୍ରୀ ପିଛା ମୋଟ୍ ସାମଗ୍ରୀ ଖର୍ଚ୍ଚ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ପାଇଁ ଯଥାକ୍ରମେ ୮ ଟଙ୍କା ୨୩ ପଇସା ଓ ୧୧ ଟଙ୍କା ୮୨ ପଇସା ଦିଆଯାଉଛି।

ରାଜ୍ୟ ସରକାରଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ବ ଦେଇ ସପ୍ତାହକୁ ତିନୋଟି ପୁଷ୍ଟିକର ଲଡୁ ଏବଂ ଗୋଟିଏ ଅତିରିକ୍ତ ଅଣ୍ଡା ୨୦୨୫-୨୬ ଶିକ୍ଷା ବର୍ଷରୁ ପ୍ରଦାନ କରାଯାଉଛି। ତେବେ ଅତିରିକ୍ତ ପୁଷ୍ଟିସାରଯୁକ୍ତ ସାମଗ୍ରୀ ପ୍ରଦାନ ହେତୁ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଦୈନିକ ପ୍ରତି ଛାତ୍ରଛାତ୍ରୀ ପିଛା ରନ୍ଧନ ସାମଗ୍ରୀ ମୂଲ୍ୟ ୨ ଟଙ୍କା ୯୨ ପଇସା ରାଜ୍ୟ ସରକାର  ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ମୂଲ୍ୟ ପରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଣ୍ଡ ପିଛା ଦୈନିକ ଯଥାକ୍ରମେ ୧୧ ଟଙ୍କା ୧୫ ପଇସା ଓ ୧୪ ଟଙ୍କା ୭୪ ପଇସା ରନ୍ଧନ ସାମଗ୍ରୀ ନିମନ୍ତେ ଖର୍ଚ୍ଚ କରାଯିବ। ଏହି ସଂଶୋଧିତ ଓ ବର୍ଦ୍ଧିତ ମୂଲ୍ୟ ୦୧.୦୫.୨୦୨୫ ଠାରୁ ଆରମ୍ଭ ହେବା ନେଇ ନିର୍ଦ୍ଦେଶ ରହିଛି ।

Leave a Reply

Your email address will not be published. Required fields are marked *