ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଜୁନ୍ ୨୯ ତାରିଖରେ ତିନିଜଣ ଭକ୍ତଙ୍କ ମୃତ୍ୟୁ ଘଟଣାରେ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର

ଭୁବନେଶ୍ୱର: ଓଡିଶା ସରକାରଙ୍କ ଗୃହ (ସ୍ୱତନ୍ତ୍ର ଶାଖା) ବିଭାଗ, ବିଜ୍ଞପ୍ତି ସଂଖ୍ୟା ୧୩୮୯/ସି, ଭୁବନେଶ୍ୱର ତାରିଖ ୨୯.୦୬ .୨୦୨୫ ଅନୁଯାୟୀ, ତା.୨୯.୦୬ .୨୦୨୫ରେ ପୁରୀର ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଯୋଗୁଁ ତିନିଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଘଟଣାର ତଦନ୍ତ ପାଇଁ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସ ନସଚିବ, ଓଡ଼ିଶାଙ୍କୁ ଦାୟିତ୍ୱ ଦିଆଯାଇଛି।

ଏ ସଂପର୍କରେ ରାଜ୍ୟ ଯୋଜନା ଓ ସଂଯାଜନ ବିଭାଗ ତରଫରୁ ଗତ ଜୁଲାଇ ୩ ତାରିଖରେ ଜାରି କରାଯାଇଥିବା ଏକ ସାର୍ବଜନୀନ ବିଜ୍ଞପ୍ତି ପରବର୍ତ୍ତୀ ତାରିଖମାନଙ୍କରେ ବିଭିନ୍ନ ସଂବାଦ ପତ୍ରରେ ପ୍ରକାଶ କରାଯାଇଛି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସେ ସମ୍ପର୍କରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା, ଘଟଣାକୁ ନେଇ କୌଣସି ସୂଚନା କିମ୍ବା ତଥ୍ୟ ଆସନ୍ତାତା ୨୦.୦୭.୨୦୨୫ ସୁଦ୍ଧା ଇ-ମେଲ ଯୋଗେ ପଠାଇବାକୁ ଅନୁରୋଧ କରାଯାଇଛି।

ଉପରୋକ୍ତ ବ୍ୟବସ୍ଥା ବ୍ୟତୀତ, ଆଗ୍ରହୀ ବ୍ୟକ୍ତିମାନେ ଜୁଲାଇ ୦୯ତାରିଖ ଅପରାହ୍ଣ ୩ଘଟିକା ସମୟ ପରଠାରୁ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନ- ଆନେକ୍ସ ଏବଂ ଜୁଲାଇ ୧୦ତାରିଖ ଅପରାହ୍ଣ ୩ ଘଟିକା ପର ଠାରୁ ସ୍ୱତନ୍ତ୍ର ପ୍ରଦକ୍ଷିଣ ଭବନ (ସ୍ପେଶାଲ ସର୍କିଟ୍ହାଉସ୍), ପୁରୀ ଠାରେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ମଧ୍ୟ ଏ ସଂପର୍କରେ ତଥ୍ୟ ରଖିପାରିବେ। ସେହିପରି ଏ ସଂପର୍କିତ ଅଧିକ ସୂଚନା ପାଇଁ ଟେଲିଫୋନ୍ନମ୍ବର-୦୬୭୪-୨୫୩୬୮୮୨/୨୩୯୧୯୭୦ (ଯୋଜନା ଓ ସଂଯୋଜନ କାର୍ୟ୍ୟାଳୟ) ରେ ଯୋଗାଯୋଗ କରାଯାଇପାରିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *