ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୫ ପାଳନ

ଭୁବନେଶ୍ୱର : ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୫  ପରିବାର କଲ୍ଯାଣ ନିର୍ଦେଶାଳୟ ତରଫରୁ ଗୀତଗୋବିନ୍ଦ ସଦନରେ ପାଳନ ହୋଇଛି| ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ| ମନ୍ତ୍ରୀ ଡକ୍ତର ମହାଲିଙ୍ଗ କହିଲେ ଯେ , “ପୁରୁଷ ବନ୍ଧ୍ୟାକରଣରେ କୌଣସି ପୁରୁଷର ପୁରୁଷତ୍ତ୍ଵ ନଷ୍ଟ ହୁଏ ନାହିଁ| ଲୋକଙ୍କୁ ସଚେତନ କରି ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ଆଶା ଦିଦି ଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କୁ ମାନ୍ୟବର ମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି। କୋରାପୁଟ, ରାୟଗଡା, ମାଲକାନଗିରି, ସୁନ୍ଦରଗଡ ଓ କନ୍ଧମାଳ ଭଳି ଜନଜାତି ବହୁଳ ଜିଲ୍ଲା ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ଆଗାମୀ ଦିନରେ ସାରା ରାଜ୍ୟରେ ପୁରୁଷ ବନ୍ଧ୍ୟାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଉପଦେଶ ଦେଇଛନ୍ତି |

ଏହି ଅବସରରେ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ସମ୍ମାନିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ  ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ ମହାପାତ୍ର , ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା , ଡାକ୍ତର ମୁରଲୀଧର ପାଢ଼ୀ ମଞ୍ଚାସିନ ଥିଲେ|

Leave a Reply

Your email address will not be published. Required fields are marked *