ଫାର୍ମାସିସ୍ଟମାନଙ୍କ ନିମନ୍ତେ ଦୁଇ ଦିବସୀୟ ତାଲିମ କାର୍ଯକ୍ରମ

ଭୁବନେଶ୍ୱର: ଶ୍ରମ ବିଭାଗ, ଓଡ଼ିଶା ଦ୍ୱାରା ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୂଲ୍ୟରେ ଓ କର୍ମଚାରୀ ରାଜ୍ୟ ବୀମା ଯୋଜନା (ଇଏସଆଇ) ନିର୍ଦ୍ଦେଶାଲୟ ସହଯୋଗିତ।ରେ ଫାର୍ମାସିସ୍ଟମାନଙ୍କ ନିମନ୍ତେ ଏକ ଦୁଇ ଦିବସୀୟ ତାଲିମ କାର୍ଯକ୍ରମ ରାଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ ପ୍ରକୋଷ୍ଠରେ ଉଦଘାଟିତ ହୋଇଯାଇଛି। ଏହି ତାଲିମ କାର୍ଯକ୍ରମକୁ ଶ୍ରମ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ତଥା ନିର୍ଦ୍ଦେଶିକ।, କର୍ମଚାରୀ ରାଜ୍ୟ ବୀମା ଯୋଜନା, ଓଡ଼ିଶା ମଧୁମିତା ନାୟକ ଉଦଘାଟନ କରିଥିଲେ। ଉଦଘାଟନ ଉତ୍ସବରେ ଅତିଥିମାନେ ଫାର୍ମାସିସ୍ଟମାନଙ୍କୁ ସେମାନଙ୍କର କାର୍ଯଶୈଳୀ ଓ ଦକ୍ଷତା ବିକାଶ ପାଇଁ ଏହି କର୍ମଶାଳାର ଲାଭ ନେବାକୁ କହିଥିଲେ। ମୁଖ୍ୟ ଅତିଥି ତଥା ନିର୍ଦ୍ଦେଶିକ।, କର୍ମଚାରୀ ରାଜ୍ୟ ବୀମା ଯୋଜନା, ଓଡ଼ିଶା ଫାର୍ମାସିସ୍ଟମାନଙ୍କୁ ରୋଗୀମାନଙ୍କ ପ୍ରତି ସମବେଦନଶୀଳ ଓ କର୍ତବ୍ୟ ପରାୟଣ ହେବାକୁ ଅନୁରୋଧ କରିଥିଲେ। ଶେଷରେ ଡ଼। ଶ୍ଵେତାଲିନ। ଆସେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତାଲିମ କାର୍ଯକ୍ରମରେ ଓଡ଼ିଶାର ବିଭିର୍ନ ପ୍ରାନ୍ତରୁ ୨୫ ଜଣ ଫାର୍ମାସିସ୍ଟ ଯୋଗଦାନ କରିଛନ୍ତି।