ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀମାନଙ୍କ ପାଇଁ କର୍ମଶାଳା

ଭୁବନେଶ୍ବର: ରାଜ୍ୟର ଶିଳ୍ପ ପ୍ରତିଷ୍ଠାନ ମାନଙ୍କରେ ଅବସ୍ଥାପିତ ବାଷ୍ପୀତ୍ର ପ୍ଳାଣ୍ଟ ଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ଚାଳନ ପଦ୍ଧତିକୁ ଅଧିକ ପ୍ରଭାବୀ ଏବଂ ପାରଦର୍ଶୀ କରିବା ଲକ୍ଷ୍ୟରେ କାରଖାନା ମାନଙ୍କରେ କାର୍ୟ୍ୟରତ ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀମାନଙ୍କ ପାଇଁ ଏକ କର୍ମଶାଳା ଭୁବନେଶ୍ବରର ରାଜ୍ୟ ଶ୍ରମ ସଂସ୍ଥାନ ରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ କର୍ମଶାଳାକୁ ମୁଖ୍ୟ ଅତିଥି ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ଶାସନ ସଚିବ ତଥା କାରଖାନା ଏବଂବାଷ୍ପୀତ୍ର ନିର୍ଦ୍ଦେଶକ ଏବଂ  ରାଜ୍ୟ ଶ୍ରମ ପ୍ରତିଷ୍ଠାନ ନିର୍ଦ୍ଦେଶକ ନିତି ରଂଜନ ସେନ ତାଲିମ କର୍ମଶାଳା ଉଦଘାଟନ କରି ଉଦବୋଧନ ଦେଇଥିଲେ।

ସମ୍ମାନିତ ଅତିଥି  ଭାବେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ର ସଦର ମହକୁମା ଠାରେ  ଅବସ୍ଥାପିତ ଉପ ନିର୍ଦ୍ଦେଶକ  ସୁରକ୍ଷା ଡଃ ମଳୟ କୁମାର ପ୍ରଧାନ  ଏବଂ ସମ୍ବଲପୁର ମଣ୍ଡଳ ଉପନିର୍ଦ୍ଦେଶକ ସ୍ଵରୂପ ଜେନା ତାଲିମ କର୍ମଶାଳା ରେ ଯୋଗ ଦେଇ ଉଦବୋଧନ ଦେଇଥିଲେ।  

ଅପରାହ୍ଣରେ ସଫଳ ଭାବେ ତାଲିମ ସମାପନ ପରେ ଭାଗ ନେଇଥିବା ପଞ୍ଚାବନ ଜଣ ବାଷ୍ପୀତ୍ର  ପ୍ରଚାଳନ ଯନ୍ତ୍ରୀ ଙ୍କୁ  ପ୍ରତିଷ୍ଠାନ ପକ୍ଷରୁ ମୁଖ୍ୟଅତିଥି ଶ୍ରୀଯୁକ୍ତ ସେନ୍ ଙ୍କ ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଜାଇଥିଲା।

Leave a Reply

Your email address will not be published. Required fields are marked *