ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଦଶମ ଅଭିଯୋଗ ଶୁଣାଣି ରାଜଧାନୀ ଭୁବନେଶ୍ୱରରେ କରିଛନ୍ତି । ଏହି ଅବସରରେ ବାକି ରହିଥିବା ଅଭିଯୋଗଗୁଡିକର ତ୍ୱରିତ ସମାଧାନ ନିମନ୍ତେ ମୁଖ୍ୟମନ୍ତୀ ପ୍ରତିଶ୍ରୁତି ଦେଇଛନ୍ତି । ସୋମବାର ଦିନ ରାଜଧାନୀର କ୍ୟାପିଟାଲ ନର୍ସରୀ ନିକଟ ଏକ ନୂତନ ପ୍ରକୋଷ୍ଠରେ ଏହି ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ ଯେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତକରି ଜନସାଧାରଣଙ୍କର ଅଭିଯୋଗଗୁଡିକ ସେମାନଙ୍କ ନିକଟତମ ସ୍ଥାନରେ ଶୁଣାଣି କରିବାକୁ ଘୋଷଣା କରିଥିଲେ । ତାହା ଜାରି ରଖି ଏପ୍ରିଲ ୨୧ରେ ସେ ସମ୍ବଲପୁରରେ ଅଭିଯୋଗଗୁଡିକର ଶୁଣାଣି କରିଥିଲେ । ସେହି ଘୋଷଣାର ଅଂଶ ଭାବରେ ଭୁବନେଶ୍ୱରରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ପ୍ରାୟ ୧ହଜାର ଆପତ୍ତି ଅଭିଯୋଗ ଅନ୍‌ଲାଇନରେ ପଞ୍ଜିକୃତ ହୋଇଥିଲା ।

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଅଭିଯୋଗ ଶୁଣାଣି ସକାଳ ସମୟରେ କରିବାକୁ ସ୍ଥିର କରାଯାଇଥିଲା । ତାହାସହିତ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଜନସାଧାରଣଙ୍କ ସୁବିଧା ନିମନ୍ତେ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା । ନୂତନ ପ୍ରକୋଷ୍ଠରେ ଜନସାଧାରଣଙ୍କ ବସିବା ସ୍ଥାନ, ପଙ୍ଖା, କୁଲର ସହିତ ପାନୀୟ ଜଳ ଏବଂ ପାଇଖାନା ଆଦି ସମସ୍ତ ସୁବିଧା ଉପଲବ୍ଧ କରାଯାଇଥିଲା । ଏହି ଅବସରରେ ଦିବ୍ୟାଙ୍ଗ ପାଇଁ ଏକ ସ୍ୱତନ୍ତ୍ର ଉତ୍ସର୍ଗୀକୃତ ଅଭିଯୋଗ ଶୁଣାଣି ବିଭାଗ ରଖାଯାଇଥିଲା । ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସିଥିବା ଜଣେ ବ୍ୟକ୍ତି କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ପ୍ରଥମ ଅଭିଯୋଗ ଶୁଣାଣି ସମୟରେ ସାକ୍ଷାତକରି ନିଜର ଅଭିଯୋଗ ରଖିଥିଲେ । ସେ କହିଥିଲେ ଯେ, ତାଙ୍କ ସଂସ୍ଥା ତାଙ୍କୁ କାର୍ଯ୍ୟରୁ ଅନ୍ତର କରିଥିଲା ଏବଂ ସେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ନେଇ ଉକ୍ତ ସଂସ୍ଥା ବିରୋଧରେ ସେ ଏକ ମାମଲା ରୁଜ୍ଜୁ କରିଥିଲେ । ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଉପସ୍ଥିତ ଥିବା ଅଧିକାରୀମାନେ ତାଙ୍କୁ କହିଥିଲେ ଯେ, ତାଙ୍କ ମାମଲାର ଫଇସଲା ହେବାପରେ ତାଙ୍କ ଅଭିଯୋଗ ଉପରେ କିଛି ପଦକ୍ଷେପ ନିଆଯାଇପାରିବ । ସେ ଉକ୍ତ ମାମଲାରେ ଜିତି ସାରିଛନ୍ତି, କିନ୍ତୁ ତାଙ୍କୁ ନ୍ୟାୟ ମିଳୁନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କୁ ପୁନର୍ବାର ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ତାଙ୍କ ସମସ୍ୟାର ସମାଧାନ ହେବ ଏବଂ ତାଙ୍କୁ ଏକ ଚାକିରୀ ଯୋଗାଇ ଦିଆଯିବ । ଅନ୍ୟଜଣେ ଦିବ୍ୟାଙ୍ଗ ଅଭିଯୋଗକାରୀ କହିଥିଲେ ଯେ ତାଙ୍କର ଗୋଟିଏ ଗୋଡ କଟାଯାଇଥିଲା । ସେ ଗୃହରକ୍ଷୀ ବିଭାଗରେ କାର୍ଯ୍ୟ କରୁଥିଲେ । କିନ୍ତୁ ଚିକିତ୍ସା ନିମନ୍ତେ ତାଙ୍କ ନିକଟରେ ଅର୍ଥାଭାବ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ତାଙ୍କ ଆପତ୍ତି ଶୁଣି ଏହାର ସମାଧାନ କରିବେ ବୋଲି ତାଙ୍କର ଆଶା ରହିଛି ।
ପୂର୍ବରୁ ସମ୍ବଲପୁରରେ ହୋଇଥିବା ଜନଅଭିଯୋଗ ଶୁଣାଣିରେ ମଧ୍ୟ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ସେମାନଙ୍କର ଆପତ୍ତି ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିଥିବା ଅଭିଯୋଗଗୁଡିକ ମୁଖ୍ୟତଃ ଜମିଜମା ବିବାଦ, ବାସଗୃହ, ସ୍ୱାସ୍ଥ୍ୟସେବା, ଜଳ ଯୋଗାଣ ଏବଂ ଭିତ୍ତିଭୂମି ସମସ୍ୟା ଆଦି ସମ୍ପର୍କିତ ରହିଥିଲା । ଜନସାଧାରଣ ଉଭୟ ଅନ୍‌ଲାଇନ ଏବଂ ଅଫଲାଇନରେ ସେମାନଙ୍କର ଅଭିଯୋଗଗୁଡିକ ପଞ୍ଜିକୃତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମିଲ ହେଉଛନ୍ତି ।

Leave a Reply

Your email address will not be published. Required fields are marked *