ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ଟାକ୍ସଫୋର୍ସ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ୬ଷ୍ଠ  ଟାକ୍ସଫୋର୍ସ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି  ବୈଠକର ପ୍ରାରମ୍ଭରେ ମାନ୍ୟବର ପ୍ରଧାନମନ୍ତ୍ରୀ “ପ୍ରଗତି” ବୈଠକରେ  ଗୁରୁତ୍ୱ  ଦେଉଥିବା ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡିକର କାର୍ଯ୍ୟ ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା। ବୈଠକରେ ନିର୍ମାଣାଧିନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହିତ ଜାତୀୟ ରାଜପଥ ପ୍ରକଳ୍ପ, ଶିଳ୍ପ, ଜଳସଂପଦ ବିଭାଗ ସଂପର୍କିତ ବୃହତ୍ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ମୁଖ୍ୟ ଶାସନ ସଚିବ କହିଥିଲେ ଯେ,  ପ୍ରତିବର୍ଷ ରାଜ୍ୟ ବଜେଟ୍‌ରେ ଭିତ୍ତିଭୂମି ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଉଛି। ସେସବୁ ବୃହତ୍ ଭିତ୍ତିଭୂମିପ୍ରକଳ୍ପ ରାଜ୍ୟର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ବୃହତ୍ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରିତାରେ ରହୁଥିବା ସମସ୍ୟାର ସମାଧାନ କରି ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ କରିବାକୁ  ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀଙ୍କ ସମେତ  ପୂର୍ତ୍ତ ବିଭାଗ, ଜଳ ସଂପଦ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବୃନ୍ଦ, ଇଡକୋର ପରିଚାଳନା ନିର୍ଦ୍ଦେଶକ,ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶା, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆଂଚଳିକ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ସଂପୃକ୍ତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।

ବିଭିନ୍ନ ଜିଲ୍ଲାରେ  ବୃହତ୍ ଶିଳ୍ପ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, କାର୍ଯ୍ୟ ଅଗ୍ରଗତି ନେଇ ରହୁଥିବା ସମସ୍ୟା ଓ ସେସବୁର ସମାଧାନ ସଂପର୍କରେ ଆଲୋଚନା କରିଥିଲେ।  ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସ୍ଥିତି, ନିଆଯାଇଥିବା ପଦକ୍ଷେପ, ବାକି ରହିଥିବା କାର୍ଯ୍ୟ ଓ ସେସବୁ ଶୀଘ୍ର ସାରିବା ନେଇ ବୈଠକରେ ଆଲୋଚନା କରାଯାଇଛି। ଶିଳ୍ପ ବିଭାଗ ତରଫରୁ ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ଝାରସୁଗୁଡା, ବରପାଲି-ସରଡେଗା ଫେଜ୍‌-୨ ରେଳ ସଂଯୋଗୀକରଣ କାର୍ଯ୍ୟରେ ଜମି ଅଧିଗ୍ରହଣ ସ୍ଥିତି ଓ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଥିଲା।

ସେହିପରି ଜଳସଂପଦ ବିଭାଗ ତରଫରୁ ନିର୍ମାଣାଧୀନ ବିଭିନ୍ନ ଜଳସେଚନ ପ୍ରକଳ୍ପର  ଅଗ୍ରଗତି  ନେଇ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ତଥ୍ୟ ରଖିଥିଲେ।  କାନୁପୁର ପ୍ରକଳ୍ପର କାର୍ଯ୍ୟ ସନ୍ତୋଷଜନକ ରହିଛି ଏବଂ  ମୁଖ୍ୟ କେନାଲର କାର୍ଯ୍ୟଓ ଶାଖା କେନାଲର କାର୍ଯ୍ୟ ଶୀଘ୍ର ଶେଷ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ନବରଙ୍ଗପୁରଜିଲ୍ଲାତୁରୀ-ଗୁନ୍ତାତ୍‌  ଡାଇଭରସନଓ୍ୱେର ବ୍ୟାରେଜ ପ୍ରକଳ୍ପ, ନୂଆପଡା ଜିଲ୍ଲାର ଅପରଉଦନ୍ତୀ ବ୍ୟାରେଜ ପ୍ରକଳ୍ପ, ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ସମ୍ବନ୍ୱିତ ନଦୀବନ୍ଧ ପ୍ରକଳ୍ପ, ଗଂଜାମଜିଲ୍ଲାର ପିପଳପଙ୍କ ଡ୍ୟାମ ପ୍ରକଳ୍ପ ଆଦି ସମେତ ଅନ୍ୟ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି

ବୈଠକରେ ରାଜ୍ୟ ପୂର୍ତ୍ତବିଭାଗର ଜାତୀୟ ରାଜପଥ ଶାଖା କାର୍ଯ୍ୟ ସଂପର୍କିତ କାର୍ଯ୍ୟକାରୀ ହେଉଥିବା କୁଆଖିଆମଙ୍ଗଳପୁର (ଯାଜପୁର) ଅଂଶ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ବାଲିଗୁଡାମୂଳାକାନୀ ଅଂଶ ରାସ୍ତା, ଟିଟିଲାଗଡ ସହରକୁ ବାଇପାସ ରୋଡ, କୋକସରାରୁ ନବରଙ୍ଗପୁରକୁ ଦୀର୍ଘ ରାସ୍ତାର ପ୍ରଶସ୍ତିକରଣ ସୁଦୃଢ଼ୀକରଣ, ରାଇରଙ୍ଗପୁର ସହରକୁ ବାଇପାସ ରାସ୍ତା, ଧର୍ମଗଡ (କଳାହାଣ୍ଡି) ବାଇପାସ ରାସ୍ତା, ଦାରିଙ୍ଗବାଡି ଘାଟ ଅଂଚଳର ସୁଦୀର୍ଘ ରାସ୍ତାର ପ୍ରଶସ୍ତିକରଣ ସୁଦୃଢ଼ୀକରଣମୋହନା-ରାଇପଙ୍କାତଣ୍ଡିକୋନାକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥର ସଂପ୍ରସାରଣ ସୁଦୃଢ଼ୀକରଣ ଆଦି ବିଭିନ୍ନ ରାସ୍ତାର ଉନ୍ନତିକରଣ, ନୂତନ ରାସ୍ତା ନିର୍ମାଣ ପ୍ରଶସ୍ତିକରଣ ନେଇ ରହୁଥିବା ଜମିଅ ଧିଗ୍ରହଣ, ପ୍ରତିପୂରଣ ବନୀକରଣ, କ୍ଷତିପୂରଣ ଅର୍ଥ ପ୍ରଦାନ ଆଦି ସମସ୍ୟାର ସମାଧାନ କରାଯାଇ କାର୍ଯ୍ୟ ଅଗ୍ରଗତି ସଂପର୍କରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଉପସ୍ଥାପନ କରି ଆଲୋଚନା କରିଥିଲେ ଅଦ୍ୟାବଧି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସଂପୃକ୍ତ ଜିଲ୍ଲାପାଳମାନଙ୍କର ରହିଥିହା ସହଯୋଗକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିବା ଏହି ପ୍ରୟାସ ଜାରି ରଖିବା ଏବଂ ରହୁଥିବା ଅନ୍ୟ ସମସ୍ୟା ସବୁକୁ ସମୟସୀମା ଭତରେ ଶୀଘ୍ର ସମାଧାନ କରି ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ କରିବା ନେଇ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି

ସେହିପରି ଓଡ଼ିଶାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌.ଏଚ୍.ଏ.ଆଇ)ଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ମଧ୍ୟରେ ବଅଁରପାଳ ଗୋଡିବନ୍ଧ ସଡ଼କ (୧୭କି.ମି), କଟକକନ୍ଦରପୁର ରାସ୍ତା କାର୍ଯ୍ୟ ଅଗ୍ରଗତି, କ୍ୟାପିଟାଲ ରିଜିଅନ୍ ରିଂ ରୋଡ୍ କାର୍ଯ୍ୟରେ ବିଭିନ୍ନଭାଗ କାର୍ଯ୍ୟ ଅଗ୍ରଗତି, ଏଥିନେଇ ଜମି ଅଧିଗ୍ରହଣ ବାବଦକୁ କ୍ଷତିପୂରଣ ସହାୟତା ଏବଂ ଅନ୍ୟ ରହୁଥିବା ସମସ୍ୟା ଓ ସମାଧନ ସଂପର୍କରେ ଆଲୋଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *