ରାଷ୍ଟ୍ରପତିଙ୍କୁ ଭେଟିଲେ ୩ସେନା ମୁଖ୍ୟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ୩ ସେନାର ମୁଖ୍ୟ । ବୁଧବାର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏ.ପି ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ.ତ୍ରିପାଠୀ ରାଷ୍ଟ୍ରପତିଙ୍କୁ ଭେଟି ଅପରେସନ ସିନ୍ଦୂର ସମ୍ପର୍କରେ ଅବଗତ କରାଇଛନ୍ତି। ରାଷ୍ଟ୍ରପତି ସଶସ୍ତ୍ର ବାହିନୀର ସାହସ ଓ ସମର୍ପଣକୁ ପ୍ରଶଂସା କରିଛନ୍ତି । ଯାହା ଆତଙ୍କବାଦ ପ୍ରତି ଭାରତର କାର୍ୟ୍ୟାନୁଷ୍ଠାକୁ ଏକ ଚମତ୍କାର ସଫଳତା ବୋଲି କୁହାଯାଇଛି ।