ସମୁଦାୟ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଭାରତ ନିକଟରେ ଅସ୍ତ୍ର ରହିଛି

ନୂଆଦିଲ୍ଲୀ: ସମୁଦାୟ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଭାରତ ନିକଟରେ ଅସ୍ତ୍ରଶସ୍ତ୍ର ରହିଛି । ଭାରତ ସୀମାନ୍ତରେ ରହି ଅଥବା ଦେଶ ଭିତରୁ ମଧ୍ୟ ପାକିସ୍ତାନର ଯେକୋ÷ଣସି ଅଞ୍ଚଳ ଉପରେ ଆକ୍ରମଣ କରିବାକୁ ସମର୍ଥ ବୋଲି ଭାରତୀୟ ସେନାର ଲେଫଟନାଣ୍ଟ ଜେନେରାଲ ସୁମେର ଇଭାନ ଡି କୁହ୍ନା କହିଛନ୍ତି । ଆର୍ମି ଏୟାର ଡିଫେନ୍ସର ମହାନିଦେ୍ର୍ଦଶକ ଡି କୁହ୍ନା କହିଛନ୍ତି ଯେ, ଭବିଷ୍ୟତର କୋ÷ଣସି ଆକ୍ରମଣ ଆଶଙ୍କାରେ ପାକିସ୍ତାନ ତାହାର ସାମରିକ ଘାଟିକୁ ରାଓଲପିଣ୍ଡିରୁ ଅନ୍ୟତ୍ର ସ୍ଥାନାନ୍ତର କରୁଛି । କିନ୍ତୁ ତାହାଦ୍ୱାରା ପାକିସ୍ତାନକୁ କୋ÷ଣସି ଫାଇଦା ହେବନାହିଁ । କାରଣ ଏହାର ସମସ୍ତ ଅଞ୍ଚଳ ଭାରତର ସାମରିକ ଶକ୍ତି ରେଞ୍ଜ ଭିତରେ ରହିଛି । ପାକିସ୍ତାନର ଯେକୋ÷ଣସି ସ୍ଥାନରେ ଲକ୍ଷ୍ୟଭେଦ କରିବାକୁ ଭାରତର ଅସ୍ତ୍ରଶସ୍ତ୍ର ସମର୍ଥ । ପାକିସ୍ତାନ ତାହାର ସାମରିକ ଘାଟିକୁ ରାଓଲପିଣ୍ଡିରୁ ଖାଇବର ପାଖତୁନଖୱା ଅଥବା ଯେଉଁ ସ୍ଥାନକୁ ସ୍ଥାନାନ୍ତର କଲେମଧ୍ୟ ତାହା ଭାରତର ଆକ୍ରମଣରୁ ରକ୍ଷା ପାଇବନାହିଁ । ସେଥିପାଇଁ ସେମାନଙ୍କୁ ଗଭୀର ବଙ୍କର ଖୋଜିବାକୁ ପଡିବ ।

ଅମୃତସରରେ ସାମ୍ବାଦିକମାନଙ୍କ ନିକଟରେ ପ୍ରକାଶ କରି ଡି କୁହ୍ନା କହିଥିଲେ, ଅପରେସନ ସିନ୍ଦୁରର ସଫଳତା ପାକିସ୍ତାନ ପାଇଁ ଚେତାବନୀ ହୋଇଛି । କାରଣ ଉକ୍ତ ଦେଶ ଭାରତର ସାମରିକ ଶକ୍ତି ସମ୍ପର୍କରେ କେବେହେଲେ ଅନୁମାନ କରିନଥିଲା । କୋ÷ଣସି ଯୁଦ୍ଧରେ ସଫଳତା ହାସଲ କରିବାକୁ ହେଲେ ଶତ୍ରୁପକ୍ଷକୁ ଚକିତ କଲାଭଳି ଅଭିଯାନ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଭାରତ ମେ ୭ ଓ ୮ ତାରିଖରେ ତାହାର ସାମରିକ କାର୍ଯ୍ୟାନୁଷ୍ଠାନରେ ୮୦ରୁ ୧୦୦ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନ ଭିତରେ ନିପାତ କରିପାରିଛି । ସେମାନଙ୍କୁ ସେମାନଙ୍କ ନିଜ ସ୍ଥାନରେ ମାରିଦିଆଯାଇଛି । ଏହା ହେଉଛି ଭାରତର ଜବାବ । ଅନ୍ୟପକ୍ଷରେ ପାକିସ୍ତାନ ଆକ୍ରମଣ କରିଥିବା ଡ୍ରୋନ ଓ କ୍ଷେପଣାସ୍ତ୍ରଗୁଡିକୁ ଭାରତ ସଫଳତାର ସହିତ ନିଷ୍କ୍ରିୟ କରିଦେଇଥିଲା । ସେଥିମଧ୍ୟରୁ ଗୋଟିଏ ହେଲେ ଭାରତର କୋ÷ଣସି କ୍ଷତି ପହଞ୍ଚାଇନଥିଲା । ଭାରତର ମଜଭୁତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *