ସାରା ରାଜ୍ୟରେ “ଆସ ସ୍କୁଲ ଯିବା”ଅଭିଯାନ ଅବସରରେ ସ୍ୱତନ୍ତ୍ର ଅଭିଭାବକ ଶିକ୍ଷକ ବୈଠକ

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ରେ ସାରା ରାଜ୍ୟରେ “ଆସ ସ୍କୁଲ ଯିବା”ଅଭିଯାନ ଅବସରରେ ଏକ ‘ସ୍ୱତନ୍ତ୍ର ଅଭିଭାବକ, ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ’ ଅନୁଷ୍ଠିତ ହୋଇଯାଇଛି।  ଉକ୍ତ ବୈଠକରେ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ  କରିବା, ବିଦ୍ୟାଳୟ ଯାଇ ନଥିବା ପିଲାଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଓ ପିଲାମାନଙ୍କର ପାଠପଢ଼ାକୁ ବିଦ୍ୟାଳୟରେ ଜାରି ରଖିବା ଏବଂ ପାଠପଢ଼ା ନ ଛାଡ଼ିବା ପାଇଁ ଆବଶ୍ୟକ ପ୍ରତିକାରାତ୍ମକ ପଦକ୍ଷେପ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା।

ଏଠାରେ ପ୍ରକାଶ ଥାଉକି, ଏହି ସ୍ୱତନ୍ତ୍ର ବୈଠକରେ ବିଦ୍ୟାଳୟ ବାହାରେ ଥିବା ପ୍ରତ୍ୟେକ ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା, ବିଦ୍ୟାଳୟରେ ନିରାପଦ ଏବଂ ଆନନ୍ଦଦାୟକ ଶିକ୍ଷଣ ପରିବେଶ ସୃଷ୍ଟି କରିବା, ଯେପରି କି କୌଣସି ପିଲା ଶିକ୍ଷାଗତ ଅଧିକାରରୁ ବଞ୍ଚିତ ନ ହୁଅନ୍ତି, ତାହା ନିଶ୍ଚିତ କରିବା ଓ ବିଦ୍ୟାଳୟକୁ ସବୁ ପ୍ରକାରର ସହଯୋଗ କରିବା ପାଇଁ  ଅଭିଭାବକମାନେ ବୈଠକରେ “ସମୂହ ଶପଥପାଠ”କରାଯାଇଥିଲା।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନେ ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱତନ୍ତ୍ର ବୈଠକରେ ଯୋଗଦାନ କରି ଏହାର ତଦାରଖ ଓ ସହାୟତା ପ୍ରଦାନ କରିଥିଲେ। 

Leave a Reply

Your email address will not be published. Required fields are marked *