ସି.ଏମ୍–କିଷାନ୍ ଯୋଜନା ତୃତୀୟ କିସ୍ତିରେ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ୱର: ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟି ଭୁବନେଶ୍ବର ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସି ଏମ୍ କିଷାନ ସହାୟତାର ତୃତୀୟ କିସ୍ତି ରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁକୂତ ଜନଜାତି ସମୂହ ଓ ସହରାଞ୍ଚଳର କୃଷକଙ୍କୁ ଡି. ବି.ଟି ମାଧ୍ୟମରେ ମୋଟ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵଦ୍ୟାଳୟ ରେ ପ୍ରାୟ ୫୯ କୋଟି ଟଙ୍କା ବ୍ୟୟରେ ଏକ ‘କୃଷକ ଭବନ’ ଏବଂ କୃଷି ଶିକ୍ଷା ସଦନର ଏକ ‘ଅଭ୍ୟର୍ଥନା ଗୃହ’ ଉଦଘାଟନ ମଧ୍ଯ କରିଛନ୍ତି ଏବଂ କୃଷକ ପଞ୍ଜିକରଣ ଅବଧି ବୃଦ୍ଧି କରିବା ପାଇଁ ଖୁବ ଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଆସିବା ମାତ୍ରେ ଚାଷୀ ମାନଙ୍କ ପ୍ରସଙ୍ଗକୁ ଗୁରୁତ୍ଵର ସହିତ ବିଚାରକୁ ନେଇଥିଲେ। ତେଣୁ, ତୁରନ୍ତ ପ୍ରଥମ କ୍ୟାବିନେଟରେ ନିର୍ବାଚନ ପ୍ରତିଶୃତି ମୁତବକ ସମୃଦ୍ଧ କୃଷକ ଯୋଜନାକୁ ଅନୁମୋଦନ ଦେଇଥିଲେ। ଏଣୁ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରଯାଇଥିଲା ଏବଂ ରେକର୍ଡ ୯୨ ଲକ୍ଷ ୬୩ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରିଥିଲା। ଆଉ ଆଜି ରାଜ୍ୟର ୫୧ ଲକ୍ଷରୁ ଅଧିକ କ୍ଷୁଦ୍ର-ନାମମାତ୍ର ଚାଷୀ ଏବଂ ୩୯,୨୩୯ ଭୂମିହୀନ କୃଷି ପରିବାରଙ୍କୁ ସି.ଏମ୍–କିଷାନ୍ ଯୋଜନାର ତୃତୀୟ କିସ୍ତି ଭାବରେ ୧,୦୪୧ କୋଟି ଟଙ୍କା ଡି.ବି.ଟି. ମାଧ୍ୟମରେ ପ୍ରଦାନ କରାଗଲା ।

କେବଳ ଏହି ଗୋଟିଏ ପଦକ୍ଷେପରୁ ପଞ୍ଜୀକୃତ ଚାଷୀଙ୍କ ବାର୍ଷିକ ଆୟରେ ଅତି କମରେ ୩୮ ହଜାର ଟଙ୍କା ଯୋଡି ହୋଇଛି। ସୁଭଦ୍ରା ଯୋଜନାର ଦଶ ହଜାର ଏବଂ ପିଏମ ଓ ସିଏମ କିଶାନର ୧୦ ହଜାର ଟଙ୍କାକୁ ଯୋଡିବେ ତେବେ ସେମାନଙ୍କ ବାର୍ଷିକ ଆୟ ଅତି କମରେ ୫୮ ହଜାର ଟଙ୍କା ବୃଦ୍ଧି ପାଇଛି। କାରଣ, ପ୍ରାୟ ପ୍ରତ୍ଯେକ ସୁଭଦ୍ରା ହିତାଧିକାରୀ ହେଉଛନ୍ତି ଚାଷୀ ପରିବାରର। ଏହା ହେଉଛି ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଚଳିତ ବର୍ଷ କୃଷକ ସମୃଦ୍ଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଛନ୍ତି।

ସେ କହିଥିଲେ ଯେ, ପ୍ରତି ଫସଲ ଋତୁ ପାଇଁ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ୨୦୦୦ ଟଙ୍କା ହିସାବରେ (ବାର୍ଷିକ ୪୦୦୦ ଟଙ୍କା) ପ୍ରଦାନ କରାଯାଇଥାଏ। ଏହି ସହାୟତା ରାଶି କୃଷକମାନେ ଆବଶ୍ୟକୀୟ କୃଷି ସାମଗ୍ରୀ କ୍ରୟ କରିବାରେ ବ୍ୟବହାର କରିଥାନ୍ତି। ଭୂମିହୀନ କୃଷି ପରିବାରକୁ ଛେଳି, କୁକୁଡ଼ା, ବତକ ପାଳନ ତଥା ଛତୁ/ ମହୁଚାଷ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କୃଷି କାର୍ଯ୍ୟ ନିମନ୍ତେ ତିନୋଟି କିସ୍ତିରେ ୧୨୫୦୦ ଟଙ୍କା ପ୍ରଦାନ କରାଯାଇଥାଏ। ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଚଳିତ ବର୍ଷ କୃଷକ ସମୃଦ୍ଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଛନ୍ତି। ଯେମତି ଜଣେ ହେଲେ ଚାଷୀ ଯେମତି ଏଥିରୁ ବଞ୍ଚିତ ନ ହୁଅନ୍ତି, ମୁଁ ବ୍ୟକ୍ତିଗତ ଭାବେ ଧ୍ୟାନ ରଖିବି। କାରଣ, ବିନା ଅନ୍ନଦାତାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି ଅସମ୍ଭବ।

ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଥିଲେ ଯେ ରାଜ୍ୟରେ କୃଷି ଓ କୃଷକର ଉନ୍ନତି ସାଧନ ନିମିତ୍ତ ସରକାର ଅଙ୍ଗୀକାରବଦ୍ଧ। ସମସ୍ତ ଅଭାବୀ ଚାଷୀକୁଳକୁ କିଛିଟା ଆର୍ଥିକ ସ୍ୱାବଲମ୍ବୀ କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ଏହି କୃଷକ କଲ୍ୟାଣକାରୀ ଯୋଜନା ସି ଏମ କିଷାନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନା ଏକ ପ୍ରଗତିଶୀଳ ତଥା କୃଷକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଭଳି ଯୋଜନା। ସି.ଏମ୍ କିଷାନ ଯୋଜନାରେ ଅଧିକରୁ ଅଧିକ ଯୋଗ୍ୟ ଚାଷୀ ଅନ୍ତର୍ଭୁକ୍ତ ହେଲେ କୃଷି ଓ କୃଷକର ଉନ୍ନତି ହୋଇପାରିବ I

ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେଯେ, ଆନୁଷଙ୍ଗିକ କୃଷି କାର୍ଯ୍ୟକ୍ରମ ଯଥା ପଶୁପାଳନ, ମତ୍ସ୍ୟଚାଷ ଓ ଉଦ୍ୟାନକୃଷି ବୃତ୍ତି ଚାଷୀ ମାନଙ୍କର ଆର୍ଥିକ ଉନ୍ନତି ଓ ଉନ୍ନତ ଜୀବନ ଧାରଣରେ ବିଶେଷ ଗୁରୁତ୍ୱ ବହନ କରେ। କ୍ଷୁଦ୍ର ଛେଳି ଚାଷ ୟୁନିଟ, କ୍ଷୁଦ୍ର ଅଣ୍ଡା ଦିଆ କୁକୁଡ଼ା ୟୁନିଟ, ଦ୍ଵିମୁଖୀ ସ୍ୱଳ୍ପ ସାମଗ୍ରୀ ବୈଷୟିକ ପକ୍ଷୀ ୟୁନିଟ, ବତକ ୟୁନିଟ, ମତ୍ସ୍ୟଜୀବିଙ୍କୁ ମତ୍ସ୍ୟ ଉପକରଣ ଯୋଗାଣ, ଛତୁ ଚାଷ, ମହୁ ଚାଷ, ଗୋପାଳନ, ଟସର ଚାଷ ଭଳି ଅନେକ ଚାଷ ଆଜି ଅନେକ ସ୍ତରରେ ଲାଭବାନ ହୋଇଛନ୍ତି ଏହି ସି ଏମ କିଷାନ ଯୋଜନା ପାଇଁ।

ଏହି ଅବସରରେ ଭୁବନେଶ୍ଵର (ଏକାମ୍ର) ବିଧାୟକ ଶ୍ରୀ ବାବୁ ସିଂ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ,  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ଡଃ ପ୍ରଭାତ କୁମାର ରାଉଳ, ନିର୍ଦ୍ଦେଶକ ଉଦ୍ୟାନ କୃଷି ବିଭାଗ ଏବଂ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏହି ଯୋଗଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ ୩୦ ଗୋଟି ଜିଲ୍ଲା ପାଇଁ ଲାଇଭଷ୍ଟ୍ରିମିଂ ହୋଇଥିଲା। ବିଭିନ୍ନ ବିଭାଗୀୟ ମନ୍ତ୍ରୀ,  ସାଂସଦ ଓ ସ୍ଥାନୀୟ ବିଧାନସଭା ସଦସ୍ୟ, ଜନ ପ୍ରତିନିଧି, ଜିଲ୍ଲାପାଳ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଉତ୍ସବ ମଧ୍ଯ ମହା ସମାରୋହରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଓଡ଼ିଶା, ଶୁଭମ ସକ୍ସେନା ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *