ସୁଶାସନ ସଂପର୍କିତ ଜାତୀୟ ସମ୍ମିଳନୀରେ ଅଭିନବ ଓ ଶ୍ରେଷ୍ଠ ଅଭ୍ୟାସ ଅନୁକରଣ କରିବାକୁ ପରାମର୍ଶ

ଭୁବନେଶ୍ୱର: ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ଆୟୋଜିତ ସୁଶାସନ ଅଭ୍ୟାସ ସଂପର୍କିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି।

ଉଦଯାପନୀ ଅଧିବେଶନରେ ଓଡ଼ିଶା ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଯୋଗଦେଇ କହିଥିଲେ ଯେ, ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରରୁ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ନିଜ ନିଜ ଜିଲ୍ଲାରେ ଅଭିନବତ୍ୱର ସହ ବିକାଶମୂଳକ କାର୍ଯ୍ୟ କରି ସଫଳତା ହାସଲ କରିଛନ୍ତି, ସେ ସଂପର୍କରେ ଉପସ୍ଥାପ ନକରିଛନ୍ତିଏହି ଉତ୍ତମ ଅଭ୍ୟାସ ଦେଶର ବିଭିନ୍ନ ଅଂଚଳରେ ପ୍ରୟୋଗ କରାଯିବାର ଆବଶ୍ୟକତା ରହିଛିପ୍ରଶାସନିକ କ୍ଷେତ୍ରରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତାକୁ ଅବତାରଣା କରି ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ନାଗରିକ କୈନ୍ଦ୍ରିକ ସେବାକୁ ଗୁରୁତ୍ୱ ଦେବା ସହିତ ପ୍ରଶାସନିକ ଅଧିକାରୀମାନଙ୍କ ଛୋଟ ଛୋଟ ପ୍ରୟାସ କିପରି ଲୋକଙ୍କ ହିତରେ ବୃହତ ପରିବର୍ତ୍ତନ ଆଣିଥାଏ, ସେ ସଂପର୍କରେ ସେ ଆଲୋକପାତ କରିଥିଲେଦୁର୍ନୀତି ମୁକ୍ତ ଓ ସ୍ୱଚ୍ଛତାର ସହ କାର୍ଯ୍ୟ ସୁଶାସନ ବ୍ୟବସ୍ଥାରେ ଶକ୍ତିର ଉତ୍ସ ବୋଲି ଶ୍ରୀ କୁମାର କହିଥିଲେସେ ଆହୁରି ମଧ୍ୟ କହିଥିଲେ ଯେ, ଗଣତାନ୍ତ୍ରିକ ଶାସନ ପକ୍ରିୟାରେ ଜନସାଧାରଣ ହେଉଛନ୍ତି ଊର୍ଦ୍ଧ୍ୱରେସରକାରୀ ଅଧିକାରୀମାନେ ସେମାନଙ୍କର ସେବା ପାଇଁ କାର୍ଯ୍ୟ କରୁଛନ୍ତିଏସମସ୍ତ କଥାକୁ ଆଖି ଆଗରେ ରଖି ଅଧିକାରୀମାନେ ଜନସାଧାରଣଙ୍କ ସେବାକୁ ଗୁରୁତ୍ୱ ଓ ଯତ୍ନବାନ ହେବାକୁ ସେ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ବା କୃତ୍ରିମ ବୁଦ୍ଧିମତା ସାଂପ୍ରତିକ ଯୁଗରେ ବିକାଶରେ ଅଭିନବତ୍ୱ ପାଇଁ ନୂଆ ସମ୍ଭାବନା ଆଣିଛିଏହା ତଥ୍ୟକୁ ଅନୁଶୀଳନ କରି ନିଷ୍ପତ୍ତି ନେବାରେ ସମ୍ଭାବ୍ୟ ମାର୍ଗ ପ୍ରଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ କୁମାର ପ୍ରକାଶ କରିବା ସହିତ ଅଧିକାରମାନଙ୍କୁ ଏହାର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେଏହି ଅଧିବେଶନର ନିର୍ଯ୍ୟାସ ବିକଶିତ ଭାରତ ଗଠନରେ ରାଜ୍ୟ ତଥା ଜାତୀୟସ୍ତରରେ ଅଧିକାରୀମାନଙ୍କ ଯୋଗଦାନ ଓ ନେତୃତ୍ୱକୁ ଅଧିକ ପ୍ରଭାବୀ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ

ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ପୁନିତ୍ଯାଦବ ଯୋଗଦେଇ ଏହି ସମ୍ମିଳନୀ ଆୟୋଜନରେ ଓଡ଼ିଶା ସରକାରଙ୍କ ସହଯୋଗକୁ ପ୍ରଶଂସା କରିଥିଲେବୈଷୟିକ ଜ୍ଞାନକୌଶଳର ଉପଯୋଗରେ ନାଗରିକ କୈନ୍ଦ୍ରିକ ସେବା କିପରି ସହଜ ହୋଇପାରୁଛି ସେ ସଂପର୍କରେ ଦେଶର ବିଭିନ୍ନ ପ୍ରଦେଶରୁ ପ୍ରଧାନମନ୍ତ୍ରୀ ପୁରସ୍କାରପ୍ରାପ୍ତ ଜିଲ୍ଲା ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ଉଚ୍ଚକୋଟୀର ଉପସ୍ଥାପନା ଜିଲ୍ଲା ତଥା ଅଂଚଳ ବିକାଶ ପାଇଁ ନିଶ୍ଚିତ ଭାବରେ ଅନୁକରଣୀୟ ଓ ଉତ୍ସାହଜନକ ବୋଲି ସେ ମତବ୍ୟକ୍ତ କରିଥିଲେ

ଉଦ୍ଯାପନୀ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ ଓ ପରିମଳ ବିଭାଗ ନିର୍ଦ୍ଦେଶକ ତଥା ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଟିଭ (ସିଏମଜିଆଇ)ର ନିର୍ଦ୍ଦେଶକ ବିନୀତ ଭରଦଓ୍ୱାଜ, ପ୍ରମୁଖ ଶାସନ ସଚିବ ଏନ.ବି.ଏସ ରାଜପୁତ ଯୋଗଦେଇଥିବା ବେଳେ ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ଡଃ ତୁଷାବା ସିନ୍ଦେ ଏହି ସମ୍ମିଳନୀ ସଫଳତାର ସହ ଆୟୋଜନ ପାଇଁ ଓଡ଼ିଶା ରାଜ୍ୟ ସରକାରଓ ସମସ୍ତ ଅଂଶଗ୍ରହକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *