ସେପ୍ଟେମ୍ବର ୨୮ରେ ମେଡିଏସନ ଆଇନ ୨୦୨୩ ସମ୍ପର୍କିତ ଜାତୀୟ କର୍ମଶାଳା

ଭୁବନେଶ୍ୱର: ମେଡିଏସନ ମାଧ୍ୟମରେ ମକଦମା ଗୁଡିକର ସମାଧାନ ପାଇଁ ଉଦିଷ୍ଟ ଥିବା ଆଇନଗତ ଦିଗ ଉପରେ ଆଲୋଚନା ନିମନ୍ତେ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତିI ଏହି କ୍ରମରେ ଆସନ୍ତା ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରରେ କର୍ମଶାଳା ଅନୁଷ୍ଠିତ ହେବ। ଏହି କର୍ମଶାଳା ଆୟୋଜନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛିI

ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ କର୍ମଶାଳାର ସ୍ଥାନ, ସମ୍ଭାବ୍ୟ ତାରିଖ, ଆସିବାକୁ ଥିବା ଅତିଥି ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲାI ପ୍ରଥମ କରି ରାଜ୍ୟରେ ଅନୁଷ୍ଠିତ ହେବାକୁଥିବା ଏହି ବୈଠକରେ ବହୁ ବିଶିଷ୍ଠ ଅତିଥି ଓ ଆଇନ କ୍ଷେତ୍ର ସହିତ ଜଡିତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛିI

ଅନୁଷ୍ଠିତ ପ୍ରାଥମିକ ପର୍ଯ୍ୟାୟ ବୈଠକରେ ଏହି କର୍ମଶାଳାର ସଫଳ ଆୟୋଜନ ନେଇ କଣ ସବୁ ପଦକ୍ଷେପ ନିଆଯାଇପାରିବ ସେଥିନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏବଂ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକଙ୍କ ସହିତ ଆଲୋଚନା କରିଥିଲେI

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ର, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସଚିବ ଡ଼ ବିଜୟ କେତନ ଉପାଧ୍ୟାୟ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବଲବନ୍ତ ସିଂ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଆର. କେ. ଶର୍ମା ଏବଂ ଆଇନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ଏବଂ ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେI

Leave a Reply

Your email address will not be published. Required fields are marked *