ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଫଳାଫଳ ଆଜି  ଅପରାହ୍ନ ୪.୦୦ ଘଟିକା ସମୟରେ SAMS PG ପୋର୍ଟାଲରେ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ SAMS PG ପୋର୍ଟାଲରେ ନିଜର ପରୀକ୍ଷା ଫଳ ଓ ରାଙ୍କ୍‌ ଦେଖିପାରିବେ।

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ନିମନ୍ତେ ମୋଟ୍ ୬୨,୩୨୧ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ସେଥିମଧ୍ୟରୁ ୫୬,୯୭୬ ଜଣ ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ।

୧୧୬ଟି ପିଜି କଲେଜ୍‌ରେ ରହିଥିବା ୩୦,୮୦୨ ପିଜି ସିଟ୍ ନିମନ୍ତେ ବିଗତ ମେ’ ୪ ତାରିଖରୁ ମେ’ ୧୮ ତାରିଖ ପର୍ଯ୍ୟନ୍ତ Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ SAMS ପୋର୍ଟାଲରେ ଜୁନ୍‌ ୩ ତାରିଖରୁ ଜୁନ୍‌ ୮ ତାରିଖ ପର୍ଯ୍ୟନ୍ତ ନିଜ ରାଙ୍କ୍ ଅନୁଯାୟୀ ନିଜ ମନପସନ୍ଦର ପିଜି କଲେଜ୍‌ରେ ନାମ ଲେଖାଇବା ପାଇଁ ଚଏସ୍‌ ଫିଲିଙ୍ଗ (Choice Filling) କରିପାରିବେ। ଏଥିସହ ବିଭିନ୍ନ ସ୍ନାତକୋତ୍ତର କଲେଜ୍‌ର ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ମେଧା ତାଲିକା (Provisional allotment of seats for 1st round selection process) ଆସନ୍ତା ଜୁନ୍‌ ୧୩ ତାରିଖ ଅପରାହ୍ନ ୪.୦୦ ଘଟିକା ସମୟରେ ପ୍ରକାଶିତ ହେବ।

Leave a Reply

Your email address will not be published. Required fields are marked *